Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋହଲିଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇଲେ ଗମ୍ଭୀର, କହିଲେ ଟାଇଟଲ୍ ଜିତିବାକୁ ହେଲେ ଚତୁରତା ଆବଶ୍ୟକ
ଆଜିର ଖବର

କୋହଲିଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇଲେ ଗମ୍ଭୀର, କହିଲେ ଟାଇଟଲ୍ ଜିତିବାକୁ ହେଲେ ଚତୁରତା ଆବଶ୍ୟକ

October 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତକାଲି ଆଇପିଏଲର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ପରାଜୟ ହୋଇଛି। ଯାହା ଫଳରେ ଅଧିନାୟକ ସହିତ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଭାରତର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ମଧ୍ୟ କୋହଲିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗମ୍ଭୀର ବିଶ୍ଵାସ କରନ୍ତି ଯେ, ଆଇପିଏଲ ପରି ଏକ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ କୋହଲିଙ୍କର ରଣନୀତି ଏବଂ ଚତୁରତାର ଅଭାବ ରହିଛି। ଏଥି ସହିତ ସେ କହିଛନ୍ତି ଯେ ଟାଇଟଲ୍ ଜିତିବାକୁ ହେଲେ କେବଳ ଉତ୍ସାହ ଏବଂ ଶକ୍ତି ସବୁକିଛି ନୁହେଁ। ସେଥିପାଇଁ ସମଗ୍ର ମ୍ୟାଚ୍ ସମୟରେ ଦୁଇ ପାଦ ଆଗକୁ ଚିନ୍ତା କରିବାର କ୍ଷମତା ଜଣେ ଅଧିନାୟକଙ୍କ ପାଖରେ ରହିବା ଉଚିତ୍।

ମ୍ୟାଚ୍ ପରେ ଗମ୍ଭୀର କହିଛନ୍ତି ଯେ, “ଆଇପିଏଲରେ ସେ ଆରସିବି ଅଧିନାୟକତ୍ୱ କରିବାର ବହୁ ଦିନ ହେଲାଣି। ଆଠ ବର୍ଷ ଧରି ଏକ ଦଳର ଅଧିନାୟକତ୍ୱ କରିବା ଅଳ୍ପ ସମୟ ନୁହେଁ। ମୋ ମତରେ ବିରାଟ ଜଣେ ଭଲ ରଣନୀତିକାର ନୁହଁନ୍ତି ଏବଂ ଜଣେ ଅଧିନାୟକ ଭାବେ ମ୍ୟାଚ ଜିତିବାର ଚତୁରତା ମଧ୍ୟ ତାଙ୍କ ପାଖରେ ନାହିଁ| ଆପଣଙ୍କୁ ସବୁବେଳେ ଖେଳ ବିଷୟରେ ପ୍ରସ୍ତୁତ ହେବାକୁ ପଡିବ। କୋହଲିଙ୍କ ପାଖରେ ଉତ୍ସାହ କିମ୍ବା ଶକ୍ତିର ଅଭାବ ନଥିଲେ ମଧ୍ୟ ଟାଇଟଲ୍ ଜିତିବା ଯଥେଷ୍ଟ ନାହିଁ। ”

ଚଳିତ ବର୍ଷ ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ୍ ‘ଶ୍ରୀ ୩୬୦’ ଏବି ଡି ଭିଲିୟର୍ସଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଛି। ଏହା ମଧ୍ୟ କୁହାଯାଉଛି ଯେ, ଆରସିବି ସହିତ ଡି ଭିଲିୟର୍ସଙ୍କ ଏହା ଶେଷ ସିଜିନ ହୋଇପାରେ । ଗମ୍ଭୀର ଡି ଭିଲିୟର୍ସଙ୍କୁ କ୍ରିକେଟର ଜଣେ ପ୍ରତିଭା ବୋଲି କହିଛନ୍ତି। ଡି ଭିଲିୟର୍ସଙ୍କ ପାଇଁ ମୋର ଏକମାତ୍ର ଶବ୍ଦ ହେଉଛି ‘ପ୍ରତିଭା’। ଯଦି କୌଣସି ଖେଳାଳିକୁ ସାମ୍ନା କରିବା ମୋ ପାଇଁ କଷ୍ଟସାଧ୍ୟ ହୋଇଛି, ତେବେ ସେ ହେଉଛନ୍ତି ଡି ଭିଲିୟର୍ସ। ସେ ସମଗ୍ର ବିଶ୍ୱରେ ବୋଲରଙ୍କ ପାଇଁ ଦୁଃସ୍ୱପ୍ନଠାରୁ କମ୍ ନୁହଁନ୍ତି।

ଗୌତମ ଗମ୍ଭୀର ଟାଇଟଲ୍ ଜିତିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.