ଟି-୨୦ ବିଶ୍ୱକପ୍‌: ଭାରତ ବିରୋଧରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

Published: Oct 31, 2021, 7:15 pm IST

ଦୁବାଇ: ୟୁଏଇରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ରେ ଦୁବାଇ ଏବଂ ଶାରଜା ପଡ଼ିଆରେ ଟସ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଆମେ ପରିସଂଖ୍ୟାନକୁ ଦେଖିବା, ଦୁବାଇ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୧୫ ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ୧୪ ଟି ମ୍ୟାଚ୍ ପ୍ରଥମେ ବୋଲିଂ କରିଥିବା ଦଳ ଜିତିଛି। ପଡ଼ିଆରେ ଡ଼ିୟୁ ଫ୍ୟାକ୍ଟର୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଟସ୍ ଜିତିଥିବା ଦଳ ବୋଲିଂ କରିବାକୁ ପସନ୍ଦ କରିବେ।

ତେବେ ଆଜି ଭାରତ ବିରୋଧରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ସୁର୍ଯ୍ଯକୁମାର ଯାଦବଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ମିଳିଥିବା ବେଳେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଶ୍ରାଦ୍ଧୁଳ ଠାକୁର ପଡିଆକୁ ଓହ୍ଲାଇବେ।

Related posts