ଆଶିଷ ନେହେରାଙ୍କ ପରାମର୍ଶ: ରୋହିତ, ରାହୁଲ, ପନ୍ତ ନୁହେଁ, ଏହି ଖେଳାଳିଙ୍କୁ କରାଯାଉ ଟିମ୍ ଇଣ୍ଡିଆର ଅଧିନାୟକ

Published: Nov 8, 2021, 1:12 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୩୩ ବର୍ଷିୟ ଅନୁଭବୀ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୦୨୧ ଶେଷ ହେବା ପରେ ଟି-୨୦ ଫର୍ମାଟ୍ ରୁ ଅଧିନାୟକ ପଦରୁ ବିଦାୟ ନେବେ। ଟି -୨୦ ବିଶ୍ୱକପ ଆରମ୍ଭ ପୂର୍ବରୁ ମଧ୍ୟ ସେ ଏହି ଖବରକୁ ନିଶ୍ଚିତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରୁ କୋହଲିଙ୍କୁ ହଟାଇବା ପରେ ଭାରତୀୟ ଦଳର ପରବର୍ତ୍ତୀ ଟି -୨୦ ଅଧିନାୟକ କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍ ଦଳର ୪୨ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ମଧ୍ୟ ତାଙ୍କ ମତାମତ ଦେଇଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର କହିଛନ୍ତି ଯେ, ଭାରତର ପରବର୍ତ୍ତୀ ଅଧିନାୟକ ଜଣେ ବୋଲର ହେବା ଉଚିତ୍। ଏଥିପାଇଁ ସେ ଏକ ନାମ ମଧ୍ୟ ପରାମର୍ଶ ଦେଇଛନ୍ତି। ୨୭ ବର୍ଷୀୟ ତାରକା ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କୁ ପରବର୍ତ୍ତୀ ଭାରତୀୟ ଅଧିନାୟକ ଭାବରେ ନେହେରା ଚୟନ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହା କୌଣସି ବହିରେ ଲେଖା ନାହିଁ ଯେ, କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଜଣେ ଦଳର ଅଧିନାୟକ ହୋଇପାରିବେ, ବୋଲର ନୁହଁନ୍ତି। ଏହା କହିବାବେଳେ ନେହେରା ଅନେକ ଉଦାହରଣ ଦେଇଛନ୍ତି।

Related posts