ନ୍ୟୁଜିଲ୍ୟାଣ୍ଡ ବିରୋଧ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଏହି ଷ୍ଟାର ଖେଳାଳି ହେବେ ଅଧିନାୟକ

Published: Nov 9, 2021, 8:57 pm IST

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିରୋଧ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦଳର କମାନ ରୋହିତ ଶର୍ମାଙ୍କୁ ଦିଆଯାଇଛି। ଷ୍ଟାର ଓପନର୍ କେ.ଏଲ୍ ରାହୁଲ ଦଳର ଉପ-ଅଧିନାୟକ ହେବେ। ଭେଙ୍କଟେଶ ଆୟର ଏବଂ ହର୍ଷଲ ପଟେଲ ଦଳର ନୂଆ ଚେହେରା ହେବେ।

ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଦଳକୁ ଫେରିଛନ୍ତି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ନଭେମ୍ବର ୧୭ ତାରିଖରୁ ଖେଳାଯିବ। ପ୍ରଥମ ମ୍ୟାଚ୍ ୧୭ ତାରିଖ, ଦ୍ୱିତୀୟ ୧୯ ତାରିଖ ଓ ତୃତୀୟ ମ୍ୟାଚ୍ ୨୧ ତାରିଖରେ ଖେଳାଯିବ। ଟିମ୍ ଇଣ୍ଡିଆର ଚାରିଜଣ ଭେଟେରାନଙ୍କୁ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ଏଥିରେ ବିରାଟ କୋହଲି, ଜସପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି ଅଛନ୍ତି।

ଏମାନଙ୍କ ବ୍ୟତୀତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳରେ ମନୋନୀତ ହୋଇନାହାଁନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ଫିଟନେସ୍ ଯୋଗୁଁ ତାଙ୍କୁ ଚୟନ ନହେବା କାରଣ ହୋଇପାରିଛି। ଏଥି ସହ ଲେଗ ସ୍ପିନର ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରୁ ଡିସଚାର୍ଜ କରାଯାଇଛି।

ଟି-୨୦ ସିରିଜ୍ ପାଇଁ ୧୬ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ରିତୁରାଜ ଗାଇକୱାଡ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ଭେଙ୍କଟେଶ ଆୟର୍, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ, କ୍ସର ପଟେଲ, ଆବେଶ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ ଏବଂ ମହମ୍ମଦ ସିରାଜ।

Related posts