ଟି -୨୦ ବିଶ୍ୱକପ: ଲଗାତର ପଞ୍ଚମ ଥର ଟସ୍ ଜିତିଲା ଅଷ୍ଟ୍ରେଲିଆ, ଏଭଳି ରହିଛି ଉଭୟ ଦଳର ପ୍ଲେଇଂ ଏକାଦଶ

Published: Nov 11, 2021, 7:29 pm IST

ଦୁବାଇ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୧ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବ। ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍ ଜିତି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ଜିତି ସେମିଫାଇନାଲରେ ପ୍ରବେଶ କରିଛି।

ଉଲ୍ଲେଖନୀୟ କଥା ହେଉଛି ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟି -୨୦ ବିଶ୍ୱକପରେ ୬ ଟି ମ୍ୟାଚରେ ପଞ୍ଚମ ଥର ପାଇଁ ଟସ୍ ଜିତିଛନ୍ତି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଚାରିଥର ସଫଳତାର ସହ ଚେସ କରିଛି। ତେବେ ଟସ୍‌ ହାରି ପାକିସ୍ତାନ ଅଧିନାୟକ ବାବର ଆଜାମ ନିରାଶ ନୁହଁନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କର ଲକ୍ଷ୍ୟ ଅଧିକରୁ ଅଧିକ ରନ୍ ସଂଗ୍ରହ କରିବା।

ଅଷ୍ଟ୍ରେଲିଆର ଖେଳୁଥିବା ଏକାଦଶ: ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ (ଅଧିନାୟକ), ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ (ୱି.କି), ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ଏବଂ ଜୋଶ ହାଜଲେଉଡ।

ପାକିସ୍ତାନର ଖେଳୁଥିବା ଏକାଦଶ: ମହମ୍ମଦ ରିଜୱାନ୍ (ୱି.କି), ବାବର ଆଜାମ (ଅଧିନାୟକ), ଫଖର ଜମାନ, ମହମ୍ମଦ ହାଫିଜ, ଶୋଏବ ମଲିକ, ଆସିଫ ଅଲି, ଶାଦବ ଖାନ, ଇମାଦ ୱାସିମ, ହସନ ଅଲି, ହରିସ ରଉଫ ଏବଂ ଶାହିନ ଆଫ୍ରିଦି।

Related posts