Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଶେଷରେ ଟି-୨୦ ବିଶ୍ବକପ୍ ଚମ୍ପିୟାନ ହେଲା ଅଷ୍ଟ୍ରେଲିଆ, ୮ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା 
ଖେଳ

ଶେଷରେ ଟି-୨୦ ବିଶ୍ବକପ୍ ଚମ୍ପିୟାନ ହେଲା ଅଷ୍ଟ୍ରେଲିଆ, ୮ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା 

November 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶେଷରେ ଟି-୨୦ ବିଶ୍ବକପ୍ ଚମ୍ପିୟାନ ହେଲା ଅଷ୍ଟ୍ରେଲିଆ, ୮ ଓ୍ବିକେଟରେ ନ୍ୟୁଜିଲାଣ୍ଡ ହରାଇଲା

ଦୁବାଇ:  ଶେଷରେ ଟି୨୦ ବିଶ୍ବକପ୍ ଅଷ୍ଟ୍ରେଲିଆ ହାସଲ କରିଛି।  ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ  ବିଶ୍ବକପ୍ ଫାଇନାଲରେ ୮ ଓ୍ବିକେଟରେ ହରାଇ ହୋଇଛି ଚାମ୍ପିଅନ । ୧୭୩ ରନ ବିଜୟ ଲକ୍ଷ୍ୟକୁ ୭ଟି ବଲ ବାକି ଥାଇ ୨ ଓ୍ବିକେଟ ହରାଇ ଅଷ୍ଟ୍ରେଲିଆ ବିଜୟ ହୋଇଛି। ଅଷ୍ଟ୍ରେଲିଆ ଟିମ୍ ବିଜୟରେ ମିଚେଲଙ୍କ ଅବଦାନ ବିଶେଷ ଭାବେ ରହିଛି। କାରଣ ସେ ୫୦ ବଲରେ ୬ ଚୌକା ଓ ୪ ଛକା ସହ ୭୭ ରନ୍ କରି ନଟ ଆଉଟ୍ ରହିଥିଲେ ।

ଓପନର ଫିଞ୍ଚ ବିଶେଷ କିଛି କରି କରିପାରି ନଥିଲେ । ହେଲେ ଅନ୍ୟତମ ଓପନର ଓ୍ବାର୍ଣ୍ଣର ୫୩ ରନର ଧୂଆଁଧାର ପାରି ଖେଳିଥିଲେ । ୩୮ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହାୟତାରେ ସେ ଏହି ରନ୍ କରିଥିଲେ । ମାକ୍ସଓ୍ବେଲ ୨୮ ରନ୍ କରି ନଟ ଆଉଟ ରହିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଟ୍ରଣ୍ଟ ବୋଲ୍ଟ ୨ଟି ଓ୍ବିକେଟ ନେଇଥିଲେ । ଅନ୍ୟ କୌଣସି ବୋଲର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୭୨ ରନ୍ କରିଥିଲା। ଦଳ ତରଫରୁ ଅଧିନାୟକ ଓ୍ବିଲମସନ ୧୦ ଚୌକା ଓ ୩ ଛକା ସହାୟତାରେ ୮୫ ରନର ପାରି ଖେଳିଥିଲେ। ଓପନର ଗୁପଟିଲ ୨୮ ରନ୍ କରିଥିଲେ । ଅନ୍ୟ କୌଣସି ଖେଳାଳି ଆଖିଦୁର୍ଶିଆ ପ୍ରଦର୍ଶନ କରିପାରି ନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହାଜଲେଉଡ ସର୍ବାଧିକ ୩ ଓ୍ବିକେଟ ନେଇଥିବା ବେଳେ ଆଦାମ ଜାମ୍ପା ଗୋଟିଏ ଓ୍ବିକେଟ ନେଇଥିଲେ ।

ଅଷ୍ଟ୍ରେଲିଆ ଟି-୨୦
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ସମ୍ପର୍କରେ ଆସିଲା ଅପଡେଟ: ସିରିଜ କେବେ ଖେଳାଯିବ?

August 21, 2026
Latest News

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026

ମାତ୍ର ୪୮ ଘଣ୍ଟା ମଧ୍ୟରେ ରକେଟ ଭଳି ଉଠିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 22, 2026

ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.