
ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଆଜି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଭାରତର ଶରଦାନନ୍ଦ ତିୱାରୀ ୨୧ତମ ମିନିଟରେ ଏକ ମାତ୍ର ଗୋଲ ସ୍କୋର କରି ଦଳକୁ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଜୁନିୟର ବିଶ୍ୱକପରେ ବେଲଜିୟମ ବିରୋଧରେ ଭାରତର କ୍ରମାଗତ ପଞ୍ଚମ ବିଜୟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବେଲଜିୟମ ବିରୋଧରେ ବିଜୟ ଯାତ୍ରା ଜାରି ରହିଛି।
ତେବେ ପ୍ରଥମ ସେମିଫାଇନାଲରେ ଜର୍ମାନୀ ସହ ଭାରତର ଲଢେଇ ହେବାକୁ ଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଂଟିନାକୁ ଭେଟିବ ଫ୍ରାନ୍ସ ଦଳ।