Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରେୟସ୍ ଏବଂ ଇଶାନଙ୍କ ଦମଦାର ପ୍ରଦର୍ଶନ: ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଚମତ୍କାର ବିଜୟ

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ଲକ୍ଷ୍ନୌରେ ପରାଜୟର ପ୍ରତିଶୋଧ ନେଇ ସିରିଜକୁ ୧-୧ରେ ବରାବର କରିଛି। ଏବେ ଏହି ସିରିଜର ଫାଇନାଲ ମ୍ୟାଚ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ପ୍ରଥମେ ଖେଳିବା ପରେ ୫୦ ଓଭରରେ ୭ ୱିକେଟ ହରାଇ ୨୭୮ ସ୍କୋର କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୪୬ ତମ ଓଭରରେ ତିନିଟି ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଥିଲା। ଭାରତର ଏହି ବିଜୟର ହିରୋ ଥିଲେ ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍।

ଶ୍ରେୟସ୍ ଆୟର ୧୫ ଟି ଚୌକା ସହାୟତାରେ ୧୧୧ ବଲରେ ୧୧୩ ରନ୍ କରିଥିଲେ। ଏଥିସହିତ ଇଶାନ କିଶନ ମାତ୍ର ୮୪ ବଲରେ ୯୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଇଶାନ ତାଙ୍କ ଘରୋଇ ଗ୍ରାଉଣ୍ଡରେ ୪ ଟି ଚୌକା ଓ ୭ ଟି ଛକା ମାରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡନ ମାର୍କ୍ରାମ ୭୯ ଏବଂ ରେଜା ହେଣ୍ଡ୍ରିକ୍ସ ୭୪ ର ଦମଦାର ଇନିଂସ ଇନିଂସ ଖେଳିଥିଲେ। ବୋଲିଂରେ ଭାରତ ପାଇଁ ମହମ୍ମଦ ସିରାଜ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ। ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଜୁନିୟର ହକି ବିଶ୍ୱକପ: କଳିଙ୍ଗ ଷ୍ଟାଡିୟମରେ ଭାରତର ଚମତ୍କାର ବିଜୟ, ସେମିଫାଇନାଲକୁ ହେଲା ଉନ୍ନୀତ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଆଜି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଭାରତର ଶରଦାନନ୍ଦ ତିୱାରୀ ୨୧ତମ ମିନିଟରେ ଏକ ମାତ୍ର ଗୋଲ ସ୍କୋର କରି ଦଳକୁ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଜୁନିୟର ବିଶ୍ୱକପରେ ବେଲଜିୟମ ବିରୋଧରେ ଭାରତର କ୍ରମାଗତ ପଞ୍ଚମ ବିଜୟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବେଲଜିୟମ ବିରୋଧରେ ବିଜୟ ଯାତ୍ରା ଜାରି ରହିଛି।

ତେବେ ପ୍ରଥମ ସେମିଫାଇନାଲରେ ଜର୍ମାନୀ ସହ ଭାରତର ଲଢେଇ ହେବାକୁ ଥିବାବେଳେ  ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଂଟିନାକୁ ଭେଟିବ ଫ୍ରାନ୍ସ ଦଳ।