Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ
ଅନ୍ତରାଷ୍ଟ୍ରୀୟ

ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ

September 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ
ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମହିଳା ଏସିଆ କପ୍ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରି ପାକିସ୍ତାନକୁ ୭ ୱିକେଟରେ ସୋଚନୀୟ ଭାବେ ପରାସ୍ତ କରିଛି। ମ୍ୟାଚରେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହେଁ ଭାରତୀୟ ବୋଲରଙ୍କ ମାପପୁପା ବୋଲିଂ ଆଗରେ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା, ଯାହାକି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନର ସବୁଠାରୁ କମ୍ ସ୍କୋର ଭାବେ ରହିଛି। ଜବାବରେ ଭାରତୀୟ ଦଳ ମାତ୍ର ୮.୪ ଓଭରରେ ୩ ୱିକେଟ ହରାଇ ଏହି ସହଜ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିନେଇଥିଲା। ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଏକ ଦମଦାର ଛକା ମାରି ଦଳକୁ ବିଜୟୀ କରାଇଥିଲେ।

ଏହି ମ୍ୟାଚ୍ ଭାରତୀୟ ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି, କାରଣ ସେ ଅଧିନାୟିକା ଭାବେ ନିଜର ୧୫୦ତମ ମ୍ୟାଚ୍ ଖେଳି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ମ୍ୟାଚରେ ଭାରତ ପକ୍ଷରୁ ଶ୍ରୀ ଚରଣୀ ଏବଂ ପ୍ରେମା ରାୱତ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୩-୩ଟି ୱିକେଟ ଅଖତିୟାର କରିଥିବା ବେଳେ ଦୀପ୍ତି ଶର୍ମା ୨ଟି ୱିକେଟ ହାସଲ କରିଥିଲେ। ପାକିସ୍ତାନର ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିବା ବେଳେ ଶୱାଲ ଜୁଲଫିକାର ସର୍ବାଧିକ ୧୪ ରନ୍ ସଂଗ୍ରହ କରିଥିଲେ।

ମ୍ୟାଚର ଆରମ୍ଭରୁ ପୁଣି ଥରେ ‘ହାତ ନ ମିଶାଇବା’ ନୀତି ଦେଖିବାକୁ ମିଳିଥିଲା। ଟସ୍ ସମୟରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ପାକିସ୍ତାନୀ ଅଧିନାୟିକା ଫାତିମା ସନାଙ୍କ ସହ ହାତ ମିଶାଇ ନଥିଲେ। ଗତ ୨୦୨୫ ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ମ୍ୟାଚରେ ଏହି ନୀତି ଆପଣାଯାଉଛି। ଏହି ବିଜୟ ସହ ଭାରତୀୟ ଦଳ ନିଜର ବିଜୟ ଧାରା ବଜାୟ ରଖିଛି। ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୭ଟି ମ୍ୟାଚ ମଧ୍ୟରୁ ଭାରତ ୧୪ଟିରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ମାତ୍ର ୩ଟି ମ୍ୟାଚରେ ବିଜୟ ହାସଲ କରିପାରିଛି।

ଚମତ୍କାର ବିଜୟ ଟି-୨୦ ମହିଳା ଏସିଆ କପ୍ ପାକିସ୍ତାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

September 5, 2026

ଝୀରମ ଘାଟୀ ନକ୍ସଲ ଆକ୍ରମଣ ମାମଲା: ୧୩ ବର୍ଷ ପରେ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

September 5, 2026

ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ: ୮,୪୩୪ ସିଲିଣ୍ଡର ଜବତ, ୯ ଗିରଫ

September 5, 2026

ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା: ମାର୍ଚ୍ଚ-ଏପ୍ରିଲରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ

September 5, 2026
Latest News

ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଭାରତ: ଟି-୨୦ ମହିଳା ଏସିଆ କପ୍ ରେ ଚମତ୍କାର ବିଜୟ

September 5, 2026

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ: ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

September 5, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026

ଓଡ଼ିଶାର ୪ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

September 5, 2026

ଝୀରମ ଘାଟୀ ନକ୍ସଲ ଆକ୍ରମଣ ମାମଲା: ୧୩ ବର୍ଷ ପରେ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.