Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଜୁନିୟର ହକି ବିଶ୍‌କପ୍‌ ୨୦୨୧: ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣୀୟ ପ୍ଲାଟଫର୍ମ, ଆଣିଲା ନୂଆ ଅନୁଭବ
ଖେଳ

ଜୁନିୟର ହକି ବିଶ୍‌କପ୍‌ ୨୦୨୧: ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣୀୟ ପ୍ଲାଟଫର୍ମ, ଆଣିଲା ନୂଆ ଅନୁଭବ

December 3, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜୁନିୟର ହକି ବିଶ୍‌କପ୍‌ ୨୦୨୧: ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣୀୟ ପ୍ଲାଟଫର୍ମ, ଆଣିଲା ନୂଆ ଅନୁଭବ

ଭୁବନେଶ୍ୱର: ଯେତେବେଳେ ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ର କ୍ୱାର୍ଟର ଫାଇନାଲରେ ଭାରତ, ବେଲଜିୟମକୁ ପରାସ୍ତ କଲା, ସେତେବେଳେ ଏହା ସମସ୍ତଙ୍କ ପାଇଁ ଏକ ଖୁସିର ମୂହୁର୍ତ୍ତ ଥିଲା । ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହୋଇଥିବା ସ୍ବେଚ୍ଛାସେବୀମାନଙ୍କ ଭିତରେ ଏହା ସୃଷ୍ଟି କରିଥିଲା ଏକ ଅଭୂତପୂର୍ବ ଶିହରଣ ।

ସମ୍ମାନଜନକ ବିଶ୍ୱକପ୍‌ର ଅଂଶ ହୋଇ କ୍ୱାର୍ଟର ଫାଇନାଲର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବା ସେମାନଙ୍କ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ପରି ସେମାନେ ଅନୁଭବ କଲେ । ଏହା ଥିଲା ତାଙ୍କ ଜୀବନର ଅତି ଆନନ୍ଦଦାୟକ ତଥା ସ୍ମରଣୀୟ ମୁହୂର୍ତ୍ତ ଯାହାକୁ ସେମାନେ କେବେ ଭୁଲି ପାରିବେ ନାହିଁ ।

କ୍ରୀଡ଼ା ଏବଂ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ତଥା କଳିଙ୍ଗ ଷ୍ଟାଡିୟମର ପ୍ରଶାସକ ଶ୍ରୀ ବିଜୟାନନ୍ଦ ନାୟକ ଏ ସମ୍ପର୍କରେ କହିଛନ୍ତି ଯେ ଯଥେଷ୍ଟ ପୂର୍ବ ପ୍ରସ୍ତୁତି ଏବଂ ସଠିକ ଦାୟିତ୍ୱ ବଣ୍ଟନ ଯେ କୌଣସି ବଡ଼ ଆୟୋଜନକୁ ସଫଳତା ଆଡକୁ ବାଟ ଦେଖାଏ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ ଏହାର ଏକ ବଡ଼ ଉଦାହରଣ ଅଟେ ।

ଏହି ସମ୍ମାନଜନକ ବିଶ୍ୱକପ୍‌ରେ ବହୁ ସଂଖ୍ୟକ ଛାତ୍ର ଏବଂ କ୍ରୀଡ଼ାବିତ୍‌ ରହିଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ କ୍ରୀଡ଼ା ସ୍ବେଛାସେବୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ସୁପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । କ୍ୟାରିୟର ଅଗ୍ରଗତି ପାଇଁ ଯୁବ ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ଆମ କ୍ରୀଡ଼ା ଇକୋ-ସିଷ୍ଟମର ଏକ ଅଂଶ ବିଶେଷ । ଏଥିପାଇଁ ଆମେ ଆମର ନିଜ ବାଳକ ଏବଂ ବାଳିକାମାନଙ୍କୁ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶ ଗ୍ରହଣ କରି ତାଙ୍କ ପାଇଁ ଏକ ସୁଯୋଗ ସୁଯୋଗ ସୃଷ୍ଟି ପାଇଁ ପ୍ରୟାସ କରିଛୁ ।

କ୍ରୀଡା ଓ ଯୁବସେବା ବିଭାଗ ବିଶ୍ୱକପ ସେ୍ୱଚ୍ଛାସେବୀମାନଙ୍କ ପାଇଁ ଏକ ଶିକ୍ଷଣ ସୁଯୋଗ ତଥା ଏକ ସ୍ମରଣୀୟ କ୍ରୀଡା ଅଭିଜ୍ଞତା ନିଶ୍ଚିତ କରିବାକୁ ଏହି ବିଶ୍ୱକପରେ ୧୦୦ରୁ ଅଧିକ କ୍ରୀଡା ଛାତ୍ରଙ୍କୁ ନିୟୋଜିତ କରିଛି । ଏହା ସେମାନଙ୍କ ମଧ୍ୟରେ ଦାୟିତ୍ୱ ଏବଂ ଆତ୍ମବିଶ୍ୱାସ ବଢାଇବାରେ ସାହାଯ୍ୟ କରିବ ।

ଅଧ୍ୟାପକଙ୍କ ନେତୃତ୍ୱରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଏ) ର ୬୦ ରୁ ଅଧିକ ଛାତ୍ର ଫିଲï ଅଫ୍‌ ପ୍ଲେ, ପ୍ରୋଟୋକଲ୍‌ ମ୍ୟାନେଜମେଣ୍ଟ, ଅଫିସ୍‌ ଆସିଷ୍ଟାଣ୍ଟ, ଷ୍ଟାଣ୍ଡ ମ୍ୟାନେଜମେଣ୍ଟ, ଗେଷ୍ଟ ଏଣ୍ଟ୍ରି, ପାର୍କିଂ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କିଛି ସ୍ପୋର୍ଟସ୍‌ ହଷ୍ଟେଲ ବାଳକମାନେ ମଧ୍ୟ ବଲ୍‌ ବଏ ଭାବରେ ନିୟୋଜିତ ଅଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

କ୍ରୀଡା ଇଭେଣ୍ଟରେ ଅଫିସିଆଲ୍‌ କାର୍ଯ୍ୟ କରିବା ଆମର ଶିକ୍ଷା ପାଠ୍ୟକ୍ରମର ଏକ ଅଂଶ ଏବଂ ଏହି ଇଭେଣ୍ଟ ଆମ ପାଇଁ ଏକ ଭଲ ଶିକ୍ଷଣ ଅଭିଜ୍ଞତା ଏବଂ ମଜା ମଧ୍ୟ ଅଟେ । ଏହି ସମ୍ମାନଜନକ ଇଭେଣ୍ଟ ଅଂଶ ହେବା ଆମ ପାଇଁ ଗର୍ବର ବିଷୟ । ପ୍ରତେକ ଦିନ ଇଭେଣ୍ଟ ପୂର୍ବରୁ ବିଭିନ୍ନ ପ୍ରତିକୂଳ ଘଟଣା ନହେବା ପାଇଁ ଏକ ସଂକ୍ଷିପ୍ତ ଅଧିବେଶନ ଆମକୁ ବେଶ ସାହାଯ୍ୟ କରେ ବୋଲି ଜିସିପିଏର, ଭୁବନେଶ୍ୱରର ଛାତ୍ରୀ ଗୀତାଞ୍ଜଳି ମହାନ୍ତ କହିଛନ୍ତି ।

କ୍ରୀଡା ପରିଚାଳନାରେ XEBS ସେଣ୍ଟର ଅଫ ଏକ୍ସଇଲେନ୍ସ ଅଳ୍ପ କିଛି ପ୍ରଶିକ୍ଷାର୍ଥୀ ଯୋଗାଯୋଗ ଅଧିକାରୀ (LO) ଭାବରେ ନିୟୋଜିତ ଅଟନ୍ତି । ହକି ବିଶ୍ୱକପ ଭଳି ଏକ ସମ୍ମାନଜନକ ଇଭେଣ୍ଟ ସହିତ ଜଡିତ ହେବା ଅତ୍ୟନ୍ତ ଗର୍ବର ବିଷୟ । ଓଡ଼ିଶାର କ୍ରୀଡ଼ା ଇକୋସିଷ୍ଟମ୍‌ ମୋତେ ଏବଂ ମୋର ବନ୍ଧୁମାନଙ୍କୁ ଏକ ଭଲ ଅଭିଜ୍ଞତା ପ୍ରଦାନ କରୁଛି ବୋଲି XEBS ଛାତ୍ର ଶୁଭମ୍‌ ମହାନ୍ତି କହିଛନ୍ତି ।

XEBS ଚେୟାରମ୍ୟାନ୍‌ ଆଶଲି ଫର୍ଣ୍ଣାଣ୍ଡିସ୍‌ କରିଛନ୍ତି, କ୍ରୀଡା ଓ ଯୁବ ସେବା ବିଭାଗ ପରିଚାଳନାରେ ଡିଗ୍ରୀ ପାଠ୍ୟକ୍ରମର ଛାତ୍ରମାନଙ୍କୁ ଦିଆଯାଇଥିବା ସୁଯୋଗ ପାଇଁ ଆମେ କ୍ରୀଡ଼ା ଏବଂ ଯୁବସେବା ବିଭାଗ, ଓଡିଶା ସରକାର ଏବଂ ହକି ଇଣ୍ଡିଆ ପାଖରେ କୃତଜ୍ଞ । ହକି ଇଣ୍ଡିଆର ଅଧିକାରୀଙ୍କ ସହ କ୍ରୀଡା ଏବଂ ଯୁବସେବା ବିଭାଗର ୧୦୦୦ରୁ ଅଧିକ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର ସୁଗମ ତଥା ସଫଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

କଳିଙ୍ଗ ଷ୍ଟାଡିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026

ପ୍ରବାସୀ ଓଡ଼ିଆଙ୍କ ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ପାଳିତ

April 23, 2026

ଭିଡିଓ ଭାଇରାଲ କରି ୫ ଗିରଫ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.