Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଜୁନିୟର ହକି ବିଶ୍‌କପ୍‌ ୨୦୨୧: ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣୀୟ ପ୍ଲାଟଫର୍ମ, ଆଣିଲା ନୂଆ ଅନୁଭବ
ଖେଳ

ଜୁନିୟର ହକି ବିଶ୍‌କପ୍‌ ୨୦୨୧: ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣୀୟ ପ୍ଲାଟଫର୍ମ, ଆଣିଲା ନୂଆ ଅନୁଭବ

December 3, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜୁନିୟର ହକି ବିଶ୍‌କପ୍‌ ୨୦୨୧: ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ଶିକ୍ଷଣୀୟ ପ୍ଲାଟଫର୍ମ, ଆଣିଲା ନୂଆ ଅନୁଭବ

ଭୁବନେଶ୍ୱର: ଯେତେବେଳେ ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ର କ୍ୱାର୍ଟର ଫାଇନାଲରେ ଭାରତ, ବେଲଜିୟମକୁ ପରାସ୍ତ କଲା, ସେତେବେଳେ ଏହା ସମସ୍ତଙ୍କ ପାଇଁ ଏକ ଖୁସିର ମୂହୁର୍ତ୍ତ ଥିଲା । ବିଶେଷ କରି କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହୋଇଥିବା ସ୍ବେଚ୍ଛାସେବୀମାନଙ୍କ ଭିତରେ ଏହା ସୃଷ୍ଟି କରିଥିଲା ଏକ ଅଭୂତପୂର୍ବ ଶିହରଣ ।

ସମ୍ମାନଜନକ ବିଶ୍ୱକପ୍‌ର ଅଂଶ ହୋଇ କ୍ୱାର୍ଟର ଫାଇନାଲର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବା ସେମାନଙ୍କ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ପରି ସେମାନେ ଅନୁଭବ କଲେ । ଏହା ଥିଲା ତାଙ୍କ ଜୀବନର ଅତି ଆନନ୍ଦଦାୟକ ତଥା ସ୍ମରଣୀୟ ମୁହୂର୍ତ୍ତ ଯାହାକୁ ସେମାନେ କେବେ ଭୁଲି ପାରିବେ ନାହିଁ ।

କ୍ରୀଡ଼ା ଏବଂ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ତଥା କଳିଙ୍ଗ ଷ୍ଟାଡିୟମର ପ୍ରଶାସକ ଶ୍ରୀ ବିଜୟାନନ୍ଦ ନାୟକ ଏ ସମ୍ପର୍କରେ କହିଛନ୍ତି ଯେ ଯଥେଷ୍ଟ ପୂର୍ବ ପ୍ରସ୍ତୁତି ଏବଂ ସଠିକ ଦାୟିତ୍ୱ ବଣ୍ଟନ ଯେ କୌଣସି ବଡ଼ ଆୟୋଜନକୁ ସଫଳତା ଆଡକୁ ବାଟ ଦେଖାଏ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ ୨୦୨୧ ଏହାର ଏକ ବଡ଼ ଉଦାହରଣ ଅଟେ ।

ଏହି ସମ୍ମାନଜନକ ବିଶ୍ୱକପ୍‌ରେ ବହୁ ସଂଖ୍ୟକ ଛାତ୍ର ଏବଂ କ୍ରୀଡ଼ାବିତ୍‌ ରହିଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ କ୍ରୀଡ଼ା ସ୍ବେଛାସେବୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ସୁପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । କ୍ୟାରିୟର ଅଗ୍ରଗତି ପାଇଁ ଯୁବ ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ଆମ କ୍ରୀଡ଼ା ଇକୋ-ସିଷ୍ଟମର ଏକ ଅଂଶ ବିଶେଷ । ଏଥିପାଇଁ ଆମେ ଆମର ନିଜ ବାଳକ ଏବଂ ବାଳିକାମାନଙ୍କୁ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶ ଗ୍ରହଣ କରି ତାଙ୍କ ପାଇଁ ଏକ ସୁଯୋଗ ସୁଯୋଗ ସୃଷ୍ଟି ପାଇଁ ପ୍ରୟାସ କରିଛୁ ।

କ୍ରୀଡା ଓ ଯୁବସେବା ବିଭାଗ ବିଶ୍ୱକପ ସେ୍ୱଚ୍ଛାସେବୀମାନଙ୍କ ପାଇଁ ଏକ ଶିକ୍ଷଣ ସୁଯୋଗ ତଥା ଏକ ସ୍ମରଣୀୟ କ୍ରୀଡା ଅଭିଜ୍ଞତା ନିଶ୍ଚିତ କରିବାକୁ ଏହି ବିଶ୍ୱକପରେ ୧୦୦ରୁ ଅଧିକ କ୍ରୀଡା ଛାତ୍ରଙ୍କୁ ନିୟୋଜିତ କରିଛି । ଏହା ସେମାନଙ୍କ ମଧ୍ୟରେ ଦାୟିତ୍ୱ ଏବଂ ଆତ୍ମବିଶ୍ୱାସ ବଢାଇବାରେ ସାହାଯ୍ୟ କରିବ ।

ଅଧ୍ୟାପକଙ୍କ ନେତୃତ୍ୱରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଏ) ର ୬୦ ରୁ ଅଧିକ ଛାତ୍ର ଫିଲï ଅଫ୍‌ ପ୍ଲେ, ପ୍ରୋଟୋକଲ୍‌ ମ୍ୟାନେଜମେଣ୍ଟ, ଅଫିସ୍‌ ଆସିଷ୍ଟାଣ୍ଟ, ଷ୍ଟାଣ୍ଡ ମ୍ୟାନେଜମେଣ୍ଟ, ଗେଷ୍ଟ ଏଣ୍ଟ୍ରି, ପାର୍କିଂ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କିଛି ସ୍ପୋର୍ଟସ୍‌ ହଷ୍ଟେଲ ବାଳକମାନେ ମଧ୍ୟ ବଲ୍‌ ବଏ ଭାବରେ ନିୟୋଜିତ ଅଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

କ୍ରୀଡା ଇଭେଣ୍ଟରେ ଅଫିସିଆଲ୍‌ କାର୍ଯ୍ୟ କରିବା ଆମର ଶିକ୍ଷା ପାଠ୍ୟକ୍ରମର ଏକ ଅଂଶ ଏବଂ ଏହି ଇଭେଣ୍ଟ ଆମ ପାଇଁ ଏକ ଭଲ ଶିକ୍ଷଣ ଅଭିଜ୍ଞତା ଏବଂ ମଜା ମଧ୍ୟ ଅଟେ । ଏହି ସମ୍ମାନଜନକ ଇଭେଣ୍ଟ ଅଂଶ ହେବା ଆମ ପାଇଁ ଗର୍ବର ବିଷୟ । ପ୍ରତେକ ଦିନ ଇଭେଣ୍ଟ ପୂର୍ବରୁ ବିଭିନ୍ନ ପ୍ରତିକୂଳ ଘଟଣା ନହେବା ପାଇଁ ଏକ ସଂକ୍ଷିପ୍ତ ଅଧିବେଶନ ଆମକୁ ବେଶ ସାହାଯ୍ୟ କରେ ବୋଲି ଜିସିପିଏର, ଭୁବନେଶ୍ୱରର ଛାତ୍ରୀ ଗୀତାଞ୍ଜଳି ମହାନ୍ତ କହିଛନ୍ତି ।

କ୍ରୀଡା ପରିଚାଳନାରେ XEBS ସେଣ୍ଟର ଅଫ ଏକ୍ସଇଲେନ୍ସ ଅଳ୍ପ କିଛି ପ୍ରଶିକ୍ଷାର୍ଥୀ ଯୋଗାଯୋଗ ଅଧିକାରୀ (LO) ଭାବରେ ନିୟୋଜିତ ଅଟନ୍ତି । ହକି ବିଶ୍ୱକପ ଭଳି ଏକ ସମ୍ମାନଜନକ ଇଭେଣ୍ଟ ସହିତ ଜଡିତ ହେବା ଅତ୍ୟନ୍ତ ଗର୍ବର ବିଷୟ । ଓଡ଼ିଶାର କ୍ରୀଡ଼ା ଇକୋସିଷ୍ଟମ୍‌ ମୋତେ ଏବଂ ମୋର ବନ୍ଧୁମାନଙ୍କୁ ଏକ ଭଲ ଅଭିଜ୍ଞତା ପ୍ରଦାନ କରୁଛି ବୋଲି XEBS ଛାତ୍ର ଶୁଭମ୍‌ ମହାନ୍ତି କହିଛନ୍ତି ।

XEBS ଚେୟାରମ୍ୟାନ୍‌ ଆଶଲି ଫର୍ଣ୍ଣାଣ୍ଡିସ୍‌ କରିଛନ୍ତି, କ୍ରୀଡା ଓ ଯୁବ ସେବା ବିଭାଗ ପରିଚାଳନାରେ ଡିଗ୍ରୀ ପାଠ୍ୟକ୍ରମର ଛାତ୍ରମାନଙ୍କୁ ଦିଆଯାଇଥିବା ସୁଯୋଗ ପାଇଁ ଆମେ କ୍ରୀଡ଼ା ଏବଂ ଯୁବସେବା ବିଭାଗ, ଓଡିଶା ସରକାର ଏବଂ ହକି ଇଣ୍ଡିଆ ପାଖରେ କୃତଜ୍ଞ । ହକି ଇଣ୍ଡିଆର ଅଧିକାରୀଙ୍କ ସହ କ୍ରୀଡା ଏବଂ ଯୁବସେବା ବିଭାଗର ୧୦୦୦ରୁ ଅଧିକ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର ସୁଗମ ତଥା ସଫଳ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

କଳିଙ୍ଗ ଷ୍ଟାଡିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ନମ୍ବର ୧ ଟି-୨୦ ବୋଲର ହେଲେ ବରୁଣ ଚକ୍ରବର୍ତ୍ତୀ, ଦେଖନ୍ତୁ ICC ରାଙ୍କିଙ୍ଗ

September 17, 2025

“ଭାରତ କାହାର ପରମାଣୁ ଧମକକୁ ଭୟ କରେ ନାହିଁ,” ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାକିସ୍ତାନକୁ ବାର୍ତ୍ତା

September 17, 2025

ବେଟିଂ ଆପ୍ ମାମଲା: ଯୁବରାଜ ସିଂହ, ସୋନୁ ସୁଦଙ୍କୁ ସମନ କଲା ଇଡି

September 17, 2025

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 17, 2025
Latest News

ଚିଲିକା: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 17, 2025

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’ ଶୀର୍ଷକ କର୍ମଶାଳା

September 17, 2025

ବାଲୁଗାଁ କଲେଜ ଛାତ୍ରଛାତ୍ରୀଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

September 17, 2025

ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ: ଅମିତ ଶାହ

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ରେଢ଼ାଖୋଲରେ ‘ମାଁ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.