ଭାରତ ବିରୋଧ ମ୍ୟାଚ୍ ତାଲିକା ପ୍ରକାଶ କଲାଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ, ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Published: Dec 6, 2021, 9:45 pm IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଭାରତ ବିରୋଧ ସିରିଜ ପାଇଁ ତାଲିକା ପ୍ରକାଶ କରିଛି। ଡିସେମ୍ବର ୨୬ ତାରିଖରୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ୩ ଟି ଟେଷ୍ଟ ଏବଂ ୩ ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍ ୨୬ ତାରିଖରୁ ଡିସେମ୍ବର ୩୦ ତାରିଖ ମଧ୍ୟରେ ସେଞ୍ଚୁରିଅନରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜାନୁୟାରୀ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗର ୱାନଡର୍ସ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥି ସହିତ, ଜାନୁଆରୀ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ପର୍ଯ୍ୟନ୍ତ କେପଟାଉନରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯିବ।

ଭାରତ ବିରୋଧ ତିନୋଟି ଦିନିକିଆ ଜାନୁଆରୀ ୧୯, ୨୧ ଏବଂ ୨୩ ତାରିଖରେ ପର୍ଲ ଏବଂ କେପଟାଉନରେ ଖେଳାଯିବ। ପ୍ରଥମ ଦୁଇଟି ଦିନିକିଆ ପର୍ଲରେ ଅନୁଷ୍ଠିତ ହୋଇଥିବାବେଳେ ତୃତୀୟ ମ୍ୟାଚ୍ କେପଟାଉନରେ ଖେଳାଯିବ। ଭାରତୀୟ ଦଳ ୧୬ କିମ୍ବା ୧୭ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିପାରେ।

ଏଥି ସହିତ, ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ କ୍ରିକେଟ୍ ଦଳ ଚୟନ ପାଇଁ ଜାତୀୟ ଚୟନକର୍ତ୍ତାମାନେ ଏକାଠି ହେଲେ, ଅଜିଙ୍କ୍ୟ ରାହାନେଙ୍କ ଟେଷ୍ଟ ଫର୍ମାଟରେ ଉପ-ଅଧିନାୟକ ପଦ ସହିତ ବିରାଟ କୋହଲିଙ୍କ ଅଧିନାୟକତ୍ୱ ଉପରେ ଆଲୋଚନା ହେବ। ଏହା ସହିତ, ୧୦୦ ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଇଶାନ୍ତ ଶର୍ମାଙ୍କ ଟେଷ୍ଟ ଦଳରେ ସ୍ଥାନ ବ୍ୟତୀତ ଏହି ଚୟନ ବୈଠକରେ ଅଭିଜ୍ଞ ଓପନର୍ ଶିଖର ଧାୱନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ।

Related posts