ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ସବୁ ଠିକ ଚାଲିନି କି?, ପ୍ରତିକ୍ରିୟା ରଖିଲା ବିସିସିଆଇ

Published: Dec 15, 2021, 9:34 am IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ କ’ଣ ମତଭେଦ ଆରମ୍ଭ ହୋଇଛି? କ’ଣ ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମା ଆଉ ଏକାଠି ଖେଳିବାକୁ ଚାହୁଁ ନାହାଁନ୍ତି? ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ବାସ୍ତବରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ସିରିଜରୁ ବିରତି ମାଗିଛନ୍ତି। କୋହଲିଙ୍କ ପୂର୍ବରୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଅଭ୍ୟାସ ସମୟରେ ସେ ଆହତ ହୋଇଥିଲେ। ବିସିସିଆଇ ମଧ୍ୟ କୋହଲି ଏବଂ ରୋହିତଙ୍କ ଏହି ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରି ନାହିଁ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଉଭୟ ଅଧିନାୟକଙ୍କ ସହ ଆଲୋଚନା କରିବ।

ବିସିସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିରାଟ କୋହଲି ସୋମବାର ଦିନ ଭାରତୀୟ ଦଳରେ ଯୋଗଦେବାକୁ ସ୍ଥିର ହୋଇଥିଲେ ମଧ୍ୟ ଗୋଟିଏ ଦିନ ପରେ ସେ ଦଳରେ ଯୋଗଦେବେ ବୋଲି ସେ ବୋର୍ଡକୁ କହିଥିଲେ। କୋହଲି ବିସିସିଆଇକୁ ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଆମେ ଦୁହେଁ ଅଧିନାୟକଙ୍କ ସହ ବସି ଆଗକୁ ବଢିବା ପାଇଁ କାର୍ଯ୍ୟ କରିବୁ। କୋହଲିଙ୍କୁ ଦିନିକିଆର ଅଧିନାୟକତ୍ୱରୁ ହଟାଇବାକୁ ନିଷ୍ପତ୍ତି ଦଳର ସ୍ୱାର୍ଥରେ ନିଆଯାଇଥିଲା ଏବଂ ବିରାଟ ଏହିପରି ପ୍ରତିକ୍ରିୟା କରିବା ଉଚିତ୍ ନୁହେଁ। ସେ ଦଳ ପାଇଁ ବହୁତ କିଛି କରିଛନ୍ତି ଏବଂ ସେ ସର୍ବଦା ଦଳକୁ ପ୍ରାଥମିକତା ଦେଇଛନ୍ତି। ଏହା ଦଳ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଅଧିକାରୀ କହିଛନ୍ତି। ବିରାଟ ଏବଂ ରୋହିତ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏବଂ ସେମାନେ ତିନୋଟି ଫର୍ମାଟରେ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ଏକାଠି ଏବଂ ଭଲ ଖେଳିବାକୁ ପଡିବ।

Related posts