ଦକ୍ଷିଣ ଆଫ୍ରିକା ବିରୋଧ ସିରିଜରେ କେଏଲ ରାହୁଲ ହେବେ ଉପ-ଅଧିନାୟକ, ଘୋଷଣା କଲା ବିସିସିଆଇ

Published: Dec 18, 2021, 6:42 pm IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ କେ.ଏଲ୍ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଭାବରେ ବିସିସିଆଇ ନିଯୁକ୍ତ କରିଛି। ସେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ହାମଷ୍ଟ୍ରିଂ ଆଘାତ ହେତୁ ରୋହିତ ଶର୍ମା ଦଳରୁ ବାଦ ପଡିଛନ୍ତି।

ଏହାପୂର୍ବରୁ ରୋହିତ ଶର୍ମାଙ୍କୁ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଟେଷ୍ଟ ଦଳର ଉପ-ଅଧିନାୟକ କରାଯାଇଥିଲା। କିନ୍ତୁ ଆଘାତ ହେତୁ ତାଙ୍କୁ ଦଳ ବାହାରେ ରହିବାକୁ ପଡିଲା। ବର୍ତ୍ତମାନ ରୋହିତଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ଏହା ସହିତ ଡିସେମ୍ବର ୨୬ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ସହ କେ.ଏଲ୍ ରାହୁଲ ଓପନିଂ ମଧ୍ୟ ପ୍ରାୟ ନିଶ୍ଚିତ ହୋଇଛି।

୨୦୧୮ ମସିହାରେ ମଧ୍ୟ, କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। କିନ୍ତୁ ସେ ଏହି ଭ୍ରମଣରେ ଏକ ଫ୍ଲପ୍ ଥିଲେ। ୨୦୧୮ ରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ରାହୁଲ ହାରାହାରି ୭.୫୦ ରେ ୨ ଟି ଟେଷ୍ଟର ୪ ଇନିଂସରେ ମାତ୍ର ୩୦ ରନ୍ ସଂଗ୍ରହ କରିଥିଲେ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୬ ତାରିଖରୁ ସେଞ୍ଚୁରିଅନରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୩ ତାରିଖରୁ ଜୋହାନ୍ସବର୍ଗରେ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଜାନୁଆରୀ ୧୧ ତାରିଖରୁ କେପଟାଉନରେ ଖେଳାଯିବ।

Related posts