Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ୍ ରନ୍ କରିଥିବା ୫ ଭାରତୀୟ ଖେଳାଳି, ଜାଣନ୍ତୁ ବିରାଟଙ୍କ ନମ୍ବର କେତେ
ଆଜିର ଖବର

ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ୍ ରନ୍ କରିଥିବା ୫ ଭାରତୀୟ ଖେଳାଳି, ଜାଣନ୍ତୁ ବିରାଟଙ୍କ ନମ୍ବର କେତେ

December 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳର ବିଦେଶରେ ଭଲ ରେକର୍ଡ ରହିଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଦେଶ ପଡ଼ିଆରେ ବିଜୟର ପତାକା ଉତ୍ତୋଳନ କରିଛି। ଏଥର ପୁଣି ଥରେ ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କଠାରୁ ଏକ ଭଲ ପ୍ରଦର୍ଶନ ଆଶା କରାଯାଉଛି। ଯଦି ଆମେ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ ରନ୍ ସ୍କୋର କରିଥିବା ଶ୍ରେଷ୍ଠ ୫ ଭାରତୀୟ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ତେବେ ଏଥିରେ ବିରାଟ କୋହଲିଙ୍କ ନାମ ମଧ୍ୟ ଆସିବ। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୫୮୮ ରନ୍ ସଂଗ୍ରହ କରିଛନ୍ତି। ଏବଂ ଏହି ଚଳିତ ସିରିଜରେ ରାହୁଲ ଦ୍ରାବିଡ, ଭିଭିଏସ୍ ଲକ୍ଷ୍ମଣ ଏବଂ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର କୋହଲିଙ୍କ ପାଇଁ ସୁଯୋଗ ରହିଛି।

୫- ସୌରଭ ଗାଙ୍ଗୁଲି:

ଦକ୍ଷିଣ ଆଫ୍ରିକାରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋର କରିବାରେ ସୌରଭ ଗାଙ୍ଗୁଲି ପଞ୍ଚମ ସ୍ଥାନରେ ଅଛନ୍ତି। ଗାଙ୍ଗୁଲି ୧୬ ଟି ଇନିଂସରେ ୫୦୬ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଗାଙ୍ଗୁଲିଙ୍କର ବ୍ୟାଟିଂ ହାର ୩୬.୧୪ ରହିଛି। ସେ ୪ ଟି ଅର୍ଦ୍ଧଶତକ ହାସଲ କରିଥିବୀ ବେଳେ ତାଙ୍କର ସର୍ବାଧିକ ସ୍କୋର ୭୩ ରନ ରହିଛି।

୪- ଭିଭିଏସ ଲକ୍ଷ୍ମଣ:

ଟିମ୍ ଇଣ୍ଡିଆର ଜଣେ ଭେଟେରାନ୍ ଖେଳାଳି ଥିବା ଲକ୍ଷ୍ମଣଙ୍କୁ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସର୍ବଦା ସ୍ମରଣ କରାଯାଇଥାଏ। ଦକ୍ଷିଣ ଆଫ୍ରିକାର ସର୍ବାଧିକ ରନ୍ ସ୍କୋରର ଦୃଷ୍ଟିରୁ ସେ ତୃତୀୟ ସ୍ଥାନରେ ଅଛନ୍ତି। ଲକ୍ଷ୍ମଣ ୧୮ ଇନିଂସରେ ୫୬୬ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ବ୍ୟାଟିଂ ହାର ୪୦.୪୨ ଥିଲା। ସେ ୪ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଲକ୍ଷ୍ମଣଙ୍କ ସର୍ବୋତ୍ତମ ସ୍କୋର ହେଉଛି ୯୬ ରନ୍।

୩- ବିରାଟ କୋହଲି:

ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିଦେଶ ରେକର୍ଡ ଆକର୍ଷଣୀୟ ହୋଇଛି। ଦକ୍ଷିଣ ଆଫ୍ରିକାର ସର୍ବାଧିକ ରନ୍ ସ୍କୋରର ଦୃଷ୍ଟିରୁ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। କୋହଲି ୧୦ ଟି ଇନିଂସରେ ୫୮୮ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ବିରାଟଙ୍କର ବ୍ୟାଟିଂ ହାର ୫୫.୮୦ ରହିଛି। ଡାହାଣହାତୀ ବ୍ୟାଟ୍ସମ୍ୟାନ୍ କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକାରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୫୩ ରନ୍ ହୋଇଛି।

୨- ରାହୁଲ ଦ୍ରାବିଡ଼:

ଟିମ୍ ଇଣ୍ଡିଆର ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କୁ ପ୍ରାଚୀର ଭାବେ କୁହାଯାଏ। ଯେତେବେଳେ ସେ ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରୁଥିଲେ, ସେତେବେଳ କୌଣସି ବୋଲର ତାଙ୍କୁ ଆଉଟ କରିବା ସହଜ ନଥିଲା। ଦକ୍ଷିଣ ଆଫ୍ରିକାରେ ଭାରତ ପାଇଁ ଦ୍ରାବିଡ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍। ସେ ୨୨ ଟି ଇନିଂସରେ ୬୨୪ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧିରେ ତାଙ୍କର ବ୍ୟାଟିଂ ହାର ୨୯.୭୧ ଥିଲା। ଦକ୍ଷିଣ ଆଫ୍ରିକାରେ ତାଙ୍କର ଶ୍ରେଷ୍ଠ ସ୍କୋର ହେଉଛି ୧୪୮ ରନ୍।

୧- ସଚିନ୍ ତେନ୍ଦୁଲକର:

ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ରନ୍ ସ୍କୋର କରିବାରେ ସଚିନ୍ ପ୍ରଥମ ସ୍ଥାନରେ ଅଛନ୍ତି। ସେ ୨୮ ଟି ଇନିଂସରେ ୧୧୬୧ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ବ୍ୟାଟିଂ ହାର ୪୬.୪୪ ରହିଛି। ଦକ୍ଷିଣ ଆଫ୍ରିକାରେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ୫ ଟି ଟେଷ୍ଟ ଶତକ ଏବଂ ୩ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେଠାରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୬୯ ରନ୍ ହୋଇଛି।

ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳ ଭାରତୀୟ ଖେଳାଳି ରାହୁଲ ଦ୍ରାବିଡ ସଚିନ୍ ତେନ୍ଦୁଲକର ସୌରଭ ଗାଙ୍ଗୁଲି
Share. Facebook Twitter LinkedIn Email WhatsApp Copy Link

Related Posts

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026
Latest News

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.