
ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ଟର୍ବିନେଟର ଭାବରେ ଜଣାଶୁଣା ହରଭଜନ ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଛନ୍ତି। ଭେଟେରାନ ଅଫ୍ ସ୍ପିନର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କ୍ରିକେଟ୍ କୁ ବିଦାୟ ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ଭଜୀଙ୍କ ୨୩ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟର ସମାପ୍ତ ହୋଇଛି।
ଉଲ୍ଲେଖ ଯୋଗ୍ୟ ଯେ, ହରଭଜନ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଧରିଥିଲା। ସେ ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁଙ୍କ ସହ ଗତ କିଛି ଦିନ ତଳେ ସାକ୍ଷାତ କରିଥିଲେ। ଉଭୟଙ୍କ ଏହି ସାକ୍ଷାତ ପରେ ହରଭଜନ କଂଗ୍ରେସରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।