Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ନିର୍ବାଚନ ପାଇଁ ଆପ୍ ଜାରି କଲା ତାରକା ପ୍ରଚାରକଙ୍କ ତାଲିକା: ହରଭଜନ ସିଂ କରିବେ ପ୍ରଚାର

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସବୁଠାରୁ ଆକର୍ଷଣୀୟ ନାମ ହେଉଛି ହରଭଜନ ସିଂଙ୍କ ନାମ। ହରଭଜନ ସିଂ ଏଥର ଆମ୍ ଆଦମୀ ପାର୍ଟି ପାଇଁ ଭୋଟ୍ ଲୋଡୁଥିବାର ନଜର ଆସିବେ। ରାଜ୍ୟସଭାରେ ସାଂସଦ ହୋଇଥିବା କ୍ରିକେଟର ହରଭଜନ ସିଂ ଗୁଜରାଟ ନିର୍ବାଚନରେ ​​ଅରବିନ୍ଦ କେଜ୍ରିୱାଲଙ୍କ ଦଳ ପାଇଁ ପ୍ରଚାର କରିବେ।

ପ୍ରକାଶ ଯେ, ଗୁଜୁରାଟର ୧୮୮ ଟି ବିଧାନସଭା ଆସନରେ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି। AAP ଦାବି କରିଛି ଯେ, ଏଥର ଆପ ସର୍ବାଧିକ ସଂଖ୍ୟକ ସିଟ୍ ଜିତୁଛି। ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା AAP ସହିତ ଏହି ପ୍ରତିଯୋଗିତା ତ୍ରିକୋଣୀୟ ହେବ ବୋଲି ଅନେକ ଲୋକ ଆଶା କରନ୍ତି। ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ମଧ୍ୟ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି। ବର୍ତ୍ତମାନ ଆପ ର ୨୦ ତାରକା ପ୍ରଚାରକଙ୍କ ତାଲିକା ଜାଣିବା…..

୧- ଅରବିନ୍ଦ କେଜ୍ରିୱାଲ
୨- ମନୀଷ ସିସୋଦିଆ
୩- ଭାଗବନ୍ତ ମାନ୍
୪- ସଞ୍ଜୟ ସିଂ
୫- ରାଘବ ଚଡ୍ଡା
୬- ହରଭଜନ ସିଂ
୭- ଇସୁଦାନ୍ ଗଢଭୀ
୮- ଗୋପାଲ ଇଟାଲୀୟା
୯- ଅଲପେଶ କଥିରିଆ
୧୦- ଯୁବରାଜ ଜାଡେଜା
୧୧- ମନୋଜ ସୋରାଥିଆ
୧୨- ଜଗମଲ ବାଲା
୧୩- ରାଜୁ ସୋଲାଙ୍କି
୧୪- ପ୍ରବୀଣ ରାମ
୧୫- ଗୌରୀ ଦେଶାଇ
୧୬- ମାଥୁର ବାଲଦାନିଆ
୧୭- ଅଜିତ ଲୋଖିଲ
୧୮- ରାକେଶ ହିରାପାରା
୧୯- ବିଜନ୍ଦ୍ର କୌର
୨୦- ଅନମୋଲ ଗଗନ ମାନ୍

Categories
ବିଶେଷ ଖବର

ଆପ ସାଂସଦ ହରଭଜନ ସିଂଙ୍କ ଘୋଷଣା, କୃଷକ ଝିଅମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରିବେ ଦରମା

ଚଣ୍ଡିଗଡ଼: କ୍ରିକେଟରରୁ ରାଜନେତା ସାଜିଥିବା ହରଭଜନ ସିଂ ଏକ ବଡ ଘୋଷଣା କରିଛନ୍ତି। ସେ କୃଷକ ଝିଅମାନଙ୍କର ଶିକ୍ଷା ଏବଂ କଲ୍ୟାଣ ପାଇଁ ତାଙ୍କ ରାଜ୍ୟସଭା ଦରମା ଖର୍ଚ୍ଚ କରିବେ। ଏଥିସହ ସେ କହିଛନ୍ତି ଯେ, ରାଜ୍ୟସଭା ସଦସ୍ୟ ଭାବରେ ସେ ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିବେ। ହରଭଜନ ସିଂ କିଛି ସମୟ ପୂର୍ବରୁ ପଞ୍ଜାବର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ, ଯାହା ପରେ ଦଳ ତାଙ୍କୁ ରାଜ୍ୟସଭା ଆସନ ପାଇଁ ମନୋନୀତ କରିଥିଲା।

ପୂର୍ବତନ କ୍ରିକେଟର ଆଜି ଟ୍ୱିଟ୍ କରି କହିଛନ୍ତି ଯେ ‘ଜଣେ ରାଜ୍ୟସଭା ସଦସ୍ୟ ଭାବରେ ମୁଁ କୃଷକ ଝିଅମାନଙ୍କର ଶିକ୍ଷା ତଥା ସାମାଜିକ କାର୍ଯ୍ୟ ପାଇଁ ମୋର ରାଜ୍ୟସଭା ଦରମା ଦେବାକୁ ଚାହୁଁଛି। ମୁଁ ମୋ ଦେଶକୁ ଉନ୍ନତ କରିବାରେ ସହଯୋଗ କରିବାକୁ ଚାହୁଁଛି। ଏବଂ ମୁଁ ସବୁ କିଛି କରିବାକୁ ଚାହୁଁଛି, ଯାହା ମୋ ସକ୍ଷମରେ ହୋଇପାରିବ।

କ୍ରିକେଟରୁ ଅବସର ନେବା ପରେ ହରଭଜନ ସିଂ କଂଗ୍ରେସରେ ଯୋଗଦେବେ ବୋଲି ଆଲୋଚନା ହୋଇଥିଲା। ସେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଭେଟିଥିଲେ କିନ୍ତୁ ପରେ ହରଭଜନ ସିଂ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।

Categories
RajyasabhaElection ଖେଳ ଜାତୀୟ ଖବର ବିଶେଷ ଖବର

ରାଜ୍ୟସଭାକୁ ଯିବେ ହରଭଜନ ସିଂ ଏବଂ ରାଘବ ଚଢା, ତିନୋଟି ନାମ ଚୂଡ଼ାନ୍ତ କରିସାରିଛି ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ପଞ୍ଜାବରୁ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ବିଧାୟକ ରାଘବ ଚଢାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟି ପଞ୍ଜାବରୁ ରାଜ୍ୟସଭାକୁ ପଠାଉଛି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ମଧ୍ୟ ପଞ୍ଜାବରୁ ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛି।

ମାର୍ଚ୍ଚ ୩୧ ତାରିଖରେ ପଞ୍ଜାବର ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ସମ୍ପ୍ରତି ବିଧାନସଭା ନିର୍ବାଚନରେ ୯୨ ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟିକୁ ଏହି ପାଞ୍ଚଟି ସିଟ୍ ଯାଇପାରିବ। ମାର୍ଚ୍ଚ ୨୧ ତାରିଖ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଏବଂ ଏପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ଦ୍ୱାରା ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଡକ୍ଟର ସନ୍ଦୀପ ପାଠକଙ୍କୁ ରାଜ୍ୟସଭାକୁ ପଠାଇବାକୁ ଆମ୍ ଆଦମୀ ପାର୍ଟି ପ୍ରଥମେ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି ଦ୍ଵାରା ଆଉ ଦୁଇଟି ନାମ ଘୋଷଣା କରାଯାଇ ନାହିଁ। ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର ବିଜୟରେ ଉଭୟ ଡକ୍ଟର ସନ୍ଦୀପ ପାଠକ ଏବଂ ରାଘବ ଚଢା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଆମ୍ ଆଦମୀ ପାର୍ଟି ଏହି ଦୁଇ ନେତାଙ୍କୁ ପଞ୍ଜାବରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ଭଗବନ୍ତ ମନଙ୍କର ହରଭଜନ ସିଂ ପସନ୍ଦ ବୋଲି ବିଶ୍ୱାସ କରାଯାଏ। ହରଭଜନ ସିଂ ଭଗବନ୍ତ ମନଙ୍କ ନିକଟତର ହୋଇଛନ୍ତି ଏବଂ ପଞ୍ଜାବରେ କ୍ରୀଡ଼ାର ସ୍ଥିତି ସୁଧାରିବା ପାଇଁ ଆମ୍ ଆଦମୀ ପାର୍ଟି ପୂର୍ବତନ କ୍ରିକେଟରଙ୍କ ଉପରେ ବାଜି ଲଗାଇଛି। ଭଗବନ୍ତ ମନ ଆଶା କରିଛନ୍ତି ଯେ, ହରଭଜନ ସିଂ ରାଜ୍ୟସଭାକୁ ଯାଇ କ୍ରୀଡ଼ାବିତଙ୍କ ସହ ଜଡିତ ପ୍ରସଙ୍ଗକୁ ଉଚ୍ଚ ସ୍ୱରରେ ଉଠାଇବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅଶ୍ୱିନଙ୍କ ସମୟ ସମାପ୍ତ ହୋଇଛି, ଟିମ୍ ଇଣ୍ଡିଆରେ ‘କୁଲଚା’ ଯୋଡିକୁ ମିଳୁ ସୁଯୋଗ: ହରଭଜନ ସିଂ

ନୂଆଦିଲ୍ଲୀ: ନିକଟରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିବା ହରଭଜନ ସିଂ ଦିନିକିଆ ଇଣ୍ଟରନ୍ୟାସନାଲରେ ଭାରତୀୟ ସ୍ପିନର ଆର ଅଶ୍ୱିନଙ୍କ ପ୍ରଦର୍ଶନକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିନିୟର ବୋଲର ଆର ଅଶ୍ୱିନଙ୍କ ବଦଳରେ ଦିନିକିଆରେ କୁଲଦୀପ ଯାଦବ ଏବଂ ୟୁଜଭେନ୍ଦ୍ର ଚହଲଙ୍କ ଯୋଡିଙ୍କୁ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ପଛରେ ହରଭଜନ ଅନେକ ଯୁକ୍ତି ଦେଇଛନ୍ତି।

ହରଭଜନ କହିଛନ୍ତି ଯେ, ଟିମ୍ ଇଣ୍ଡିଆର ସ୍ପିନ୍ ବୋଲରମାନେ ଦିନିକିଆ କ୍ରିକେଟ୍ ରେ ମଧ୍ୟଭାଗରେ ସଂଘର୍ଷ କରୁଥିବା ଦେଖାଯାଉଛି। ଯୁଜଭେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ଯୋଡିକୁ ଫେରାଇ ଆଣିବା ପାଇଁ ବର୍ତ୍ତମାନ ସମୟ ଆସିଛି।

ହରଭଜନ କହିଛନ୍ତି, ‘ଆର ଅଶ୍ୱିନ୍ ଜଣେ ଚାମ୍ପିଅନ୍ ବୋଲର, କିନ୍ତୁ ମୁଁ ଭାବୁଛି ଭାରତ ଦିନିକିଆ କ୍ରିକେଟ୍ ରେ ତାଙ୍କ ସ୍ଥାନ ଖୋଜିବାର ସମୟ ଆସିଛି। ଟିମ୍ ଇଣ୍ଡିଆ ବୋଧହୁଏ ଏକ ବୋଲର ଆବଶ୍ୟକ କରେ ଯିଏ ବଲ୍ ଭିତରକୁ ଓ ବାହାରକୁ ନେଇପାରେ। କୁଲଦୀପ ଯାଦବ ଏକ ଭଲ ବିକଳ୍ପ ହୋଇପାରନ୍ତି। ଆମେ କାହିଁକି ‘କୁଲଚା’ (କୁଲଦୀପ ଆଉ ଚହଲ) ମିଶ୍ରଣକୁ ଫେରିବା ନାହିଁ? ଉଭୟ ଭାରତ ପାଇଁ ଅନେକ ମ୍ୟାଚ୍ ଜିତାଇଛନ୍ତି। ତାଙ୍କର ପ୍ରତ୍ୟାବର୍ତ୍ତନ ଏକ ଭଲ କଥା ହେବ।

ଉଲ୍ଲେଖନୀୟ କଥା ହେଉଛି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ୩-୦ରେ ପରାସ୍ତ ହୋଇଥିଲା। ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଯୋଡି ଭାରତ ପାଇଁ କୌଣସି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିଲା ନାହିଁ। ଅପରପକ୍ଷେ, ଦକ୍ଷିଣ ଆଫ୍ରିକାର ସ୍ପିନର ତବ୍ରେଜ ଶାମସି, କେଶବ ମହାରାଜ ଏବଂ ପାର୍ଟ ଟାଇମ ବୋଲର ଏଡେନ ମାର୍କ୍ରାମଙ୍କ ତ୍ରିକୋଣୀୟ ଆକ୍ରମଣ ବହୁତ ଭଲ କରିଥିଲେ। ୩୫ ବର୍ଷୀୟ ଅଶ୍ୱିନ୍ ୨୦୧୭ ପରେ ଦିନିକିଆ ଦଳକୁ ଫେରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ମ୍ୟାଚରେ ସେ କେବଳ ଗୋଟିଏ ୱିକେଟ୍ ପାଇଥିଲେ। ତାଙ୍କୁ ବିରୋଧୀ ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରିକେଟ୍ ଜଗତରୁ ସନ୍ନ୍ୟାସ ନେଲେ ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ

ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ଟର୍ବିନେଟର ଭାବରେ ଜଣାଶୁଣା ହରଭଜନ ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଛନ୍ତି। ଭେଟେରାନ ଅଫ୍ ସ୍ପିନର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କ୍ରିକେଟ୍ କୁ ବିଦାୟ ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ଭଜୀଙ୍କ ୨୩ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟର  ସମାପ୍ତ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ହରଭଜନ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଧରିଥିଲା। ସେ ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁଙ୍କ ସହ ଗତ କିଛି ଦିନ ତଳେ ସାକ୍ଷାତ କରିଥିଲେ। ଉଭୟଙ୍କ ଏହି ସାକ୍ଷାତ ପରେ ହରଭଜନ କଂଗ୍ରେସରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

କଂଗ୍ରେସ ଦଳରେ ଯୋଗଦେବେ ହରଭଜନ ସିଂ!, ଏହି ଆସନରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କ କଂଗ୍ରେସ ଦଳରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଲୁଧିଆନାରେ ନିଜ ସ୍ଥିତିକୁ ଦୃଢ କରିବା ପାଇଁ କଂଗ୍ରେସ ହରଭଜନ ସିଂଙ୍କ ଉପରେ ବାଜି ଲଗାଇପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ସୂଚାଇ ଦେଇଛନ୍ତି ଯେ, ହରଭଜନ ସିଂ ଖୁବ୍ ଶୀଘ୍ର କଂଗ୍ରେସ ଦଳରେ ଯୋଗ ଦେଇପାରନ୍ତି।

ହରଭଜନ ସିଂଙ୍କ କଂଗ୍ରେସ ଦଳରେ ଯୋଗଦେବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା, ​​ଯେତେବେଳେ ନବଜୋତ ସିଂ ସିଦ୍ଧୁ ଟ୍ୱିଟରରେ ଭାଜୀଙ୍କ ସହ ନିଜର ଏକ ଚିତ୍ର ସେୟାର କରିଥିଲେ। ଏହା ପରେ ହିଁ ବିଧାନସଭା ନିର୍ବାଚନ ପୂର୍ବରୁ ମହାନ ଅଫ୍ ସ୍ପିନର ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା କରାଯାଇଥିଲା। ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ସମ୍ଭାବନା ସହିତ। ଉଦୀୟମାନ ତାରକା ଭଜୀଙ୍କ ସହ ଏକ ଫଟୋ ପୋଷ୍ଟ କରାଯାଇଛି।

ହରଭଜନ ସିଂ ଲୁଧିଆନାରୁ ଆସିଛନ୍ତି ଏବଂ ସେଠାରୁ ସେ ବିଧାନସଭା ନିର୍ବାଚନ ପାଇଁ ଟିକେଟ ପାଇପାରିନ୍ତି। ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ, ହରଭଜନଙ୍କ ସହ ସେୟାର ହୋଇଥିବା ଫଟୋ ସବୁକିଛି କହୁଛି।

ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। କିଛି ଦିନ ପୂର୍ବେ ହରଭଜନ ସିଂ ଏବଂ ପୂର୍ବତନ କ୍ରିକେଟର ଯୁବରାଜ ସିଂ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା। ଯାହାକୁ ହରଭଜନ ସିଂହ ଖଣ୍ଡନ କରିଥିଲେ। ବିଜେପିରେ ଯୋଗଦେବା ଖବରରେ କୌଣସି ସତ୍ୟତା ନାହିଁ ବୋଲି ହରଭଜନ ସିଂ କହିଥିଲେ।