Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ଥାନ ଠାରୁ ଆଉ ଏକ ପରାଜୟ: ଏସିଆ କପ୍‌ର ରୋମାଞ୍ଚକ ମ୍ୟାଚରେ ଶେଷ ବଲରେ ହାରିଲା ଭାରତ
ଅନ୍ତରାଷ୍ଟ୍ରୀୟ

ପାକିସ୍ଥାନ ଠାରୁ ଆଉ ଏକ ପରାଜୟ: ଏସିଆ କପ୍‌ର ରୋମାଞ୍ଚକ ମ୍ୟାଚରେ ଶେଷ ବଲରେ ହାରିଲା ଭାରତ

December 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆବୁଧାବି: ଦୁବାଇରେ ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପ୍‌ର ରୋମାଞ୍ଚକର ମ୍ୟାଚରେ ଭାରତକୁ ପାକିସ୍ତାନ ଦୁଇଟି ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ପରେ ୨୩୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଶେଷ ବଲରେ ୮ ଟି ୱିକେଟ୍ ହରାଇ ଲକ୍ଷ୍ୟକୁ ପୂରଣ କରିଥିଲା।

ପାକିସ୍ତାନ ପାଇଁ ଶେଷ ଓଭରରେ ଜିତିବାକୁ ତିନି ୱିକେଟ୍ ବାକି ରହିଥିବା ବେଳେ ଆଠ ରନ୍ ଆବଶ୍ୟକ କରିଥିଲା। ରବି କୁମାରଙ୍କୁ ଟିମ୍ ଇଣ୍ଡିଆ ଅଧିନାୟକ ବଲ୍ ଦେଇଥିଲେ। ରବି ପ୍ରଥମ ବଲରୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଥିଲେ। ଏହାର ପରବର୍ତ୍ତୀ ଦୁଇଟି ବଲରୁ ଦୁଇଟି ରନ୍ ସ୍କୋର କରିଥିଲେ। ଏବେ ଜିତିବା ପାଇଁ ପାକିସ୍ତାନକୁ ୩ଟି ବଲରେ ୬ ରନ୍ ଆବଶ୍ୟକ କରୁଥିଲା। ଏହାପରେ ଚତୁର୍ଥ ବଲରୁ ପାକିସ୍ତାନକୁ ଦୁଇ ରନ୍ ଏବଂ ପଞ୍ଚମ ବଲରୁ ମଧ୍ୟ ୨ ରନ ମିଳିଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପାକିସ୍ତାନକୁ ଶେଷ ବଲରୁ ଦୁଇଟି ରନ୍ ସ୍କୋର କରିବାକୁ ପଡୁଥିଲା ଏବଂ ଅହମ୍ମଦ ଖାନ କ୍ରିଜରେ ଥିଲେ। ଏବଂ ଶେଷ ବଲରେ ଅହମ୍ମଦ ଚୌକା ମାରି ଦଳକୁ ବିଜୟ କରାଇଥିଲେ।

ପାକିସ୍ତାନ ପାଇଁ ବୋଲିଂରେ ଜିଶାନ ଜାମିର ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ତାଙ୍କ ୧୦ ଓଭରରେ ୬୦ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ। ସେହିପରି ବ୍ୟାଟିଂରେ ମହମ୍ମଦ ଶାହାଜାଦ ୧୦୫ ଟି ବଲରେ ୮୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଅହମ୍ମଦ ଖାନ ମାତ୍ର ୧୯ ଟି ବଲରେ ଅପରାଜିତ ୨୯ ରନ ଖେଳି ଦଳକୁ ବିଜୟ ପ୍ରଦାନ କରିଥିଲେ।

ଭାରତ ପକ୍ଷରୁ ଅଙ୍ଗକ୍ରିଶ୍ ରଘୁବଂଶୀ ୦୦, ଶେକ ରାଶିଦ୍ ୦୬, କ୍ୟାପଟେନ୍ ୟଶ ଧୁଲ୍ ୦୦ ଏବଂ ନିଶାନ୍ତ ସାନ୍ଧୁ କେବଳ ୦୮ ରନ କରିବାରେ ସକ୍ଷମ ହୋଇଥିଲେ। ତେବେ ହର୍ଣ୍ଣୁର ସିଂ ୪୬ ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆରାଧ୍ୟ ଯାଦବ ୫୦ ରନ୍ ସଂଗ୍ରହ କରିଥିଲେ।

ଅଣ୍ଡର-୧୯ ଏସିଆ କପ୍‌ ପାକିସ୍ଥାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.