ପାକିସ୍ଥାନ ଠାରୁ ଆଉ ଏକ ପରାଜୟ: ଏସିଆ କପ୍‌ର ରୋମାଞ୍ଚକ ମ୍ୟାଚରେ ଶେଷ ବଲରେ ହାରିଲା ଭାରତ

Published: Dec 25, 2021, 8:04 pm IST

ଆବୁଧାବି: ଦୁବାଇରେ ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପ୍‌ର ରୋମାଞ୍ଚକର ମ୍ୟାଚରେ ଭାରତକୁ ପାକିସ୍ତାନ ଦୁଇଟି ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ପରେ ୨୩୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଶେଷ ବଲରେ ୮ ଟି ୱିକେଟ୍ ହରାଇ ଲକ୍ଷ୍ୟକୁ ପୂରଣ କରିଥିଲା।

ପାକିସ୍ତାନ ପାଇଁ ଶେଷ ଓଭରରେ ଜିତିବାକୁ ତିନି ୱିକେଟ୍ ବାକି ରହିଥିବା ବେଳେ ଆଠ ରନ୍ ଆବଶ୍ୟକ କରିଥିଲା। ରବି କୁମାରଙ୍କୁ ଟିମ୍ ଇଣ୍ଡିଆ ଅଧିନାୟକ ବଲ୍ ଦେଇଥିଲେ। ରବି ପ୍ରଥମ ବଲରୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଥିଲେ। ଏହାର ପରବର୍ତ୍ତୀ ଦୁଇଟି ବଲରୁ ଦୁଇଟି ରନ୍ ସ୍କୋର କରିଥିଲେ। ଏବେ ଜିତିବା ପାଇଁ ପାକିସ୍ତାନକୁ ୩ଟି ବଲରେ ୬ ରନ୍ ଆବଶ୍ୟକ କରୁଥିଲା। ଏହାପରେ ଚତୁର୍ଥ ବଲରୁ ପାକିସ୍ତାନକୁ ଦୁଇ ରନ୍ ଏବଂ ପଞ୍ଚମ ବଲରୁ ମଧ୍ୟ ୨ ରନ ମିଳିଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ପାକିସ୍ତାନକୁ ଶେଷ ବଲରୁ ଦୁଇଟି ରନ୍ ସ୍କୋର କରିବାକୁ ପଡୁଥିଲା ଏବଂ ଅହମ୍ମଦ ଖାନ କ୍ରିଜରେ ଥିଲେ। ଏବଂ ଶେଷ ବଲରେ ଅହମ୍ମଦ ଚୌକା ମାରି ଦଳକୁ ବିଜୟ କରାଇଥିଲେ।

ପାକିସ୍ତାନ ପାଇଁ ବୋଲିଂରେ ଜିଶାନ ଜାମିର ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ତାଙ୍କ ୧୦ ଓଭରରେ ୬୦ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ। ସେହିପରି ବ୍ୟାଟିଂରେ ମହମ୍ମଦ ଶାହାଜାଦ ୧୦୫ ଟି ବଲରେ ୮୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଅହମ୍ମଦ ଖାନ ମାତ୍ର ୧୯ ଟି ବଲରେ ଅପରାଜିତ ୨୯ ରନ ଖେଳି ଦଳକୁ ବିଜୟ ପ୍ରଦାନ କରିଥିଲେ।

ଭାରତ ପକ୍ଷରୁ ଅଙ୍ଗକ୍ରିଶ୍ ରଘୁବଂଶୀ ୦୦, ଶେକ ରାଶିଦ୍ ୦୬, କ୍ୟାପଟେନ୍ ୟଶ ଧୁଲ୍ ୦୦ ଏବଂ ନିଶାନ୍ତ ସାନ୍ଧୁ କେବଳ ୦୮ ରନ କରିବାରେ ସକ୍ଷମ ହୋଇଥିଲେ। ତେବେ ହର୍ଣ୍ଣୁର ସିଂ ୪୬ ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆରାଧ୍ୟ ଯାଦବ ୫୦ ରନ୍ ସଂଗ୍ରହ କରିଥିଲେ।

Related posts