Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ, ପ୍ରଥମ ଥର ପାଇଁ ସ୍ଥାନ ପାଇଲେ ଏହି ଖେଳାଳି
ଅନ୍ତରାଷ୍ଟ୍ରୀୟ

ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ, ପ୍ରଥମ ଥର ପାଇଁ ସ୍ଥାନ ପାଇଲେ ଏହି ଖେଳାଳି

January 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ୧୭ ଜଣିଆ ଦଳ ଘୋଷଣା କରିଛି। ନିକଟରେ ନେଦରଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ବୋଲିଂ ଅଲରାଉଣ୍ଡର ୱେନ ପାର୍ନେଲ ଏବଂ ଜୁବେର ହମଜା ପୁଣି ଥରେ ଦଳରେ ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଥିଲେ। ଏଥି ସହିତ ପ୍ରଥମ ଥର ପାଇଁ ବାମହାତୀ ଦ୍ରୁତ ବୋଲର ମାର୍କୋ ଜାନସେନ୍ ପ୍ରଥମ ଥର ପାଇଁ ଜାତୀୟ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି।

ଜାନୁଆରୀ ୧୯ ତାରିଖରୁ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଯୁବ ଦ୍ରୁତ ବୋଲର ମାର୍କୋ ଜାନସେନ୍ ୧୭ ଜଣିଆ ଦକ୍ଷିଣ ଆଫ୍ରିକା ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଗତ ସପ୍ତାହରେ ଜାନସେନ୍ ନିଜର ପ୍ରଥମ ଟେଷ୍ଟରେ ପାଞ୍ଚଟି ୱିକେଟ୍ ନେଇଥିଲେ।

ଭାରତ ବିପକ୍ଷ ଦିନିକିଆ ସିରିଜରେ ଘରୋଇ ଦଳ ଟେମ୍ବା ବାବୁମାଙ୍କ ଅଧିନାୟକତ୍ୱରେ ଥିବାବେଳେ କେଶବ ମହାରାଜ ଉପ-ଅଧିନାୟକ ହେବେ। ଭେଟେରାନ ଫାଷ୍ଟ ବୋଲର ଏନ୍ରିକ୍ ନର୍ଟେଜ୍ ଏକ ହିପ୍ ଆଘାତ ଯୋଗୁଁ ଦିନିକିଆ ସିରିଜ୍ ହରାଇବେ। ଏହି ଦଳରେ ପୂର୍ବତନ ଅଧିନାୟକ କ୍ୱିଣ୍ଟନ୍ ଡି କକ୍ ମଧ୍ୟ ଅଛନ୍ତି, ଯିଏ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି।

ଦକ୍ଷିଣ ଆଫ୍ରିକାର ଚୟନ କମିଟିର ସଂଯୋଜକ ଭିକ୍ଟର ଏମ କହିଛନ୍ତି ଯେ, ଏହା ଏକ ରୋମାଞ୍ଚକର ଗୋଷ୍ଠୀ। ଚୟନ କମିଟି ଏବଂ ମୁଁ ତାଙ୍କ ପ୍ରଦର୍ଶନକୁ ନେଇ ବହୁତ ଉତ୍ସାହିତ। ଆମର ଅନେକ ଖେଳାଳିଙ୍କ ପାଇଁ ଭାରତ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଅପେକ୍ଷା କିଛି ବଡ଼ ନୁହେଁ। ଏହା ତାଙ୍କ ପାଇଁ ସବୁଠୁ ବଡ ସିରିଜ୍ ହେବ।

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ (ଉପ-ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ଜୁବେର ହାମଜା, ମାର୍କୋ ଜାନସେନ୍, ଜାନେମାନ ମଲାନ, ସିସଣ୍ଡା ମାଗଲା, ଏଡନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ୱେନ ପାର୍ନେଲ , ଏଣ୍ଡିଲେ ଫେହୁଲୁକାୟୋ, ଡୱେନ ପ୍ରିଟୋରିୟସ୍, କଗିସୋ ରବାଡା, ତବରେଜ୍ ଶାମସି, ରାସି ଭାନ୍ ଡେର୍ ଡୁସେନ୍ ଏବଂ କାଇଲ୍ ୱେରେନେ।

ଜାତୀୟ ଦଳ ଦକ୍ଷିଣ ଆଫ୍ରିକା ଦଳ ଦିନିକିଆ ସିରିଜ୍
Share. Facebook Twitter LinkedIn Email WhatsApp Copy Link

Related Posts

Best Dates to Buy a Car: କେଉଁ ଦିନ କାର କିଣିଲେ ଶୁଭ ଦାୟକ ହେବ

December 1, 2025

BSF Raising Day: ବିଏସଏଫ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

December 1, 2025

IAS Vacancies in Odisha: ରାଜ୍ୟରେ କେତେ ଆଇଏଏସ ପଦବୀ ଖାଲି ଅଛି ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

December 1, 2025

Winter Session 2025: ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ,ତା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ….

December 1, 2025
Latest News

Best Dates to Buy a Car: କେଉଁ ଦିନ କାର କିଣିଲେ ଶୁଭ ଦାୟକ ହେବ

December 1, 2025

BSF Raising Day: ବିଏସଏଫ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

December 1, 2025

IAS Vacancies in Odisha: ରାଜ୍ୟରେ କେତେ ଆଇଏଏସ ପଦବୀ ଖାଲି ଅଛି ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

December 1, 2025

Winter Session 2025: ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ,ତା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ….

December 1, 2025

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ ପୁରସ୍କାର ପ୍ରଦାନ ଉତ୍ସବ

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.