ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ, ପ୍ରଥମ ଥର ପାଇଁ ସ୍ଥାନ ପାଇଲେ ଏହି ଖେଳାଳି

Published: Jan 3, 2022, 8:58 am IST

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ୧୭ ଜଣିଆ ଦଳ ଘୋଷଣା କରିଛି। ନିକଟରେ ନେଦରଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ବୋଲିଂ ଅଲରାଉଣ୍ଡର ୱେନ ପାର୍ନେଲ ଏବଂ ଜୁବେର ହମଜା ପୁଣି ଥରେ ଦଳରେ ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଥିଲେ। ଏଥି ସହିତ ପ୍ରଥମ ଥର ପାଇଁ ବାମହାତୀ ଦ୍ରୁତ ବୋଲର ମାର୍କୋ ଜାନସେନ୍ ପ୍ରଥମ ଥର ପାଇଁ ଜାତୀୟ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି।

ଜାନୁଆରୀ ୧୯ ତାରିଖରୁ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଯୁବ ଦ୍ରୁତ ବୋଲର ମାର୍କୋ ଜାନସେନ୍ ୧୭ ଜଣିଆ ଦକ୍ଷିଣ ଆଫ୍ରିକା ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଗତ ସପ୍ତାହରେ ଜାନସେନ୍ ନିଜର ପ୍ରଥମ ଟେଷ୍ଟରେ ପାଞ୍ଚଟି ୱିକେଟ୍ ନେଇଥିଲେ।

ଭାରତ ବିପକ୍ଷ ଦିନିକିଆ ସିରିଜରେ ଘରୋଇ ଦଳ ଟେମ୍ବା ବାବୁମାଙ୍କ ଅଧିନାୟକତ୍ୱରେ ଥିବାବେଳେ କେଶବ ମହାରାଜ ଉପ-ଅଧିନାୟକ ହେବେ। ଭେଟେରାନ ଫାଷ୍ଟ ବୋଲର ଏନ୍ରିକ୍ ନର୍ଟେଜ୍ ଏକ ହିପ୍ ଆଘାତ ଯୋଗୁଁ ଦିନିକିଆ ସିରିଜ୍ ହରାଇବେ। ଏହି ଦଳରେ ପୂର୍ବତନ ଅଧିନାୟକ କ୍ୱିଣ୍ଟନ୍ ଡି କକ୍ ମଧ୍ୟ ଅଛନ୍ତି, ଯିଏ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି।

ଦକ୍ଷିଣ ଆଫ୍ରିକାର ଚୟନ କମିଟିର ସଂଯୋଜକ ଭିକ୍ଟର ଏମ କହିଛନ୍ତି ଯେ, ଏହା ଏକ ରୋମାଞ୍ଚକର ଗୋଷ୍ଠୀ। ଚୟନ କମିଟି ଏବଂ ମୁଁ ତାଙ୍କ ପ୍ରଦର୍ଶନକୁ ନେଇ ବହୁତ ଉତ୍ସାହିତ। ଆମର ଅନେକ ଖେଳାଳିଙ୍କ ପାଇଁ ଭାରତ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଅପେକ୍ଷା କିଛି ବଡ଼ ନୁହେଁ। ଏହା ତାଙ୍କ ପାଇଁ ସବୁଠୁ ବଡ ସିରିଜ୍ ହେବ।

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ (ଉପ-ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ଜୁବେର ହାମଜା, ମାର୍କୋ ଜାନସେନ୍, ଜାନେମାନ ମଲାନ, ସିସଣ୍ଡା ମାଗଲା, ଏଡନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ୱେନ ପାର୍ନେଲ , ଏଣ୍ଡିଲେ ଫେହୁଲୁକାୟୋ, ଡୱେନ ପ୍ରିଟୋରିୟସ୍, କଗିସୋ ରବାଡା, ତବରେଜ୍ ଶାମସି, ରାସି ଭାନ୍ ଡେର୍ ଡୁସେନ୍ ଏବଂ କାଇଲ୍ ୱେରେନେ।

Related posts