Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟିମ୍ ଇଣ୍ଡିଆର ସ୍ୱପ୍ନକୁ ଭାଙ୍ଗିଲେ ଡିନ୍ ଏଲଗାର!, ଜୋହାନ୍ସବର୍ଗ ଟେଷ୍ଟରେ ୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା
ଅନ୍ତରାଷ୍ଟ୍ରୀୟ

ଟିମ୍ ଇଣ୍ଡିଆର ସ୍ୱପ୍ନକୁ ଭାଙ୍ଗିଲେ ଡିନ୍ ଏଲଗାର!, ଜୋହାନ୍ସବର୍ଗ ଟେଷ୍ଟରେ ୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା

January 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ୱାନଡର୍ସ ଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସାତୋଟି ୱିକେଟ୍ ରେ ଭାରତକୁ ପରାସ୍ତ କରିଛି। ଏହା ସହ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ରେ ବରାବର ରହିଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟ ସହିତ ଭାରତକୁ ଏଠାରେ ପ୍ରଥମ ଟେଷ୍ଟ ସିରିଜ୍ ଜିତିବା ପାଇଁ ପରବର୍ତ୍ତୀ ଟେଷ୍ଟରେ ଏକ ବିଜୟ ପଞ୍ଜିକରଣ କରିବାକୁ ପଡିବ।

ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୪୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ସେମାନେ ମାତ୍ର ତିନି ୱିକେଟ୍ ହରାଇ ସହଜରେ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର ଏହି ଚମତ୍କାର ବିଜୟର କ୍ୟାପଟେନ ଡିନ ଏଲଗାର ହିରୋ ଥିଲେ।

୧୦ ଟି ଚୌକା ସହାୟତାରେ ୧୮୮ ଟି ବଲରେ ଏଲଗାର ୯୬ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିସହିତ ଟେମ୍ବା ବାଭୁମା ମଧ୍ୟ ତାଙ୍କ ସହ ୨୩ ରନ୍‌ରେ ଅପରାଜିତ ଫେରିଥିଲେ। ସେ ୪୫ ବଲରେ ତିନୋଟି ଚୌକା ମାରିଥିଲେ। ଚତୁର୍ଥ ୱିକେଟ୍ ପାଇଁ ଉଭୟେ ଅପରାଜିତ ୬୮ ରନ୍ ର ଭାଗୀଦାରୀ କରିଥିଲେ।

ଜୋହାନ୍ସବର୍ଗରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ ସଂଗ୍ରହ କରି ୨୭ ରନ୍ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୬୬ ରନ୍ ସଂଗ୍ରହ କରି ଘରୋଇ ଦଳକୁ ୨୪୦ ରନ୍ ଟାର୍ଗେଟ୍ ଦେଇଥିଲା। ଏହାର ଜବାବରେ ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ତିନି ୱିକେଟ୍ ହରାଇ ଲକ୍ଷ୍ୟକୁ ପୂରଣ କରିଥିଲା।

ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା
Share. Facebook Twitter LinkedIn Email WhatsApp Copy Link

Related Posts

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026

ବଢିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା

May 17, 2026
Latest News

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026

ବଢିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା

May 17, 2026

ପୁଣି ବଢିଲା ସିଏନଜି ମୂଲ୍ୟ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.