Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଫେବୃୟାରୀ ୬ରୁ ଆରମ୍ଭ ହେବ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ 
ଆଞ୍ଚଳିକ

ଫେବୃୟାରୀ ୬ରୁ ଆରମ୍ଭ ହେବ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ 

January 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ ମହିଳା ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ସିଟି କ୍ଲବ ନୟାପଲ୍ଲୀ, ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହେବ ବୋଲି ଭୁବନେଶ୍ୱର କ୍ଲବ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇନ୍ଦିରା ମଇଦାନ, ନୟାପଲ୍ଲୀଠାରେ ଫେବୃୟାରୀ ୬ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ସମାପ୍ତ ହେବ। ଏଥିପାଇଁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି।

ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ପୋଲିସ୍‌, ସ୍ପୋର୍ଟସ୍ ହଷ୍ଟେଲ, ବିଜୁ ପଟ୍ଟନାୟକ ଫୁଟବଲ ଏକାଡ଼େମୀ, ବିଡ଼ାନାସୀ କ୍ଲବ କଟକ, ରାଉରକେଲା, ରାଇରଙ୍ଗପୁର, ବାରିପଦା ଦଳଗୁଡ଼ିକ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଏକ କମିଟି ଗଠନ କରାଯାଇଅଛି। ଏଥିରେ ପୂର୍ବତନ ମହିଳା ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ବ୍ରାଣ୍ଡ ଆମ୍ବାସାଡ଼ର ଥିବାବେଳେ ଆୟୋଜକ କମିଟିର ଅଧ୍ୟକ୍ଷ ଭାବେ ଡ. ସୌର୍ଯ୍ୟରଞ୍ଜନ ପରିଜା ଏବଂ ମହମ୍ମମଦ ସହିଦ ଜବାର, ସହଦେବ ରାଉତ, ଭାଗ୍ୟଧର ଜଗଦେବ, ଅଶୋକ ମହାନ୍ତି, ଆର.କେ. ମଣ୍ଡଳ, ଜଲିଲ୍ ଖାନ, ସମରେନ୍ଦ୍ର ଜେନା, ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ଟିମ୍ ସ୍ପନସର ଆଜିତ ସାମନ୍ତରାୟ (ଲୁନା), ଅରୁଣ ସାହୁ, ଶୁଭେନ୍ଦୁ ପଣ୍ଡା ଏବଂ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ବାବୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟରେ ବିଜେତା ଓ ଉପବିଜେତା ଦଳକୁ ୨୦ ହଜାର ଏବଂ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମହିଳା ଫୁଟବଲ୍ ଖେଳାଳୀମାନେ ସମ୍ବର୍ଦ୍ଧିତ ହେବେ। ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଏହି ଟୁର୍ଣ୍ଣାମେଣ୍ଟର ଟିମ୍ ଗୁଡ଼ିକୁ ସ୍ପନସର କରିବାକୁ ଚାହୁଁଥିଲେ, ୯୯୩୭୧୯୯୧୧୮ରେ ପ୍ରଦୀପ କୁମାର ରାଉତରାୟ, ସମ୍ପାଦକ, ସିଟି କ୍ଲବ, ନୟାପଲ୍ଲୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଦ ପଡ଼ିଲା ପାକିସ୍ତାନ: ଭାରତରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ସାମିଲ

October 8, 2026

ଦ୍ୱିତୀୟ ଟି-୨୦ ପାଇଁ ପରିବର୍ତ୍ତନ ହେବ କି ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ?: ଜାଣନ୍ତୁ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ଆଗାମୀ ସିଜିନ୍ ପାଇଁ କିରନ୍ ପୋଲାର୍ଡଙ୍କୁ ଅଧିଗ୍ରହଣ କରିବ ସୁପର କିଙ୍ଗସ୍: ପାଇବେ ମୋଟା ଫିସ୍

October 8, 2026
Latest News

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026

H-1B ନୁହେଁ, ଏବେ PERM ଉପରେ ଆକ୍ସନ୍: ଭାରତୀୟ IT କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

October 8, 2026

ନିର୍ବାଚନର ନିୟମ ବଦଳିଲେ ରାଜନୀତି କାହିଁକି ତାତେ? ଜ୍ଞାନେଶଙ୍କଠାରୁ ଶେଷନ୍ ପର୍ଯ୍ୟନ୍ତ ପୂରା କାହାଣୀ

October 8, 2026

ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.