ଦୁଇଟି ପରିବର୍ତ୍ତନ ସହିତ ତୃତୀୟ ଟେଷ୍ଟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ!, ଏଭଳି ହୋଇପାରେ ପ୍ଲେଇଂ ଏକାଦଶ

Published: Jan 10, 2022, 10:30 am IST

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ମଙ୍ଗଳବାର ଠାରୁ କେପଟାଉନରେ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ରେ ବରାବର ରହିଛି। ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଜିତିଥିବାବେଳେ ଜୋହାନ୍ସବର୍ଗରେ ଭାରତୀୟ ଦଳକୁ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ପରାସ୍ତ କରିଥିଲା। ଉଭୟ ଦଳର ଧ୍ୟାନ ବର୍ତ୍ତମାନ କେପଟାଉନ୍ ଟେଷ୍ଟରେ ଅଛି ଏବଂ ସେମାନେ ସିରିଜ୍ ଧରିବା ପାଇଁ କଠିନ ପ୍ରଶିକ୍ଷଣ ନେଉଛନ୍ତି। ଦକ୍ଷିଣ ଭାରତରେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ଜିତି ନାହିଁ। ଭାରତୀୟ ଦଳ ପାଇଁ ଏଥର ଇତିହାସ ସୃଷ୍ଟି କରିବାର ଏକ ସୁଯୋଗ ଅଛି। ଯଦିଓ କେପଟାଉନରେ ଟିମ୍ ଇଣ୍ଡିଆର ରେକର୍ଡ ଭଲ ନାହିଁ, ତଥାପି ଟିମ ଇଣ୍ଡିଆ ତାହର ପ୍ରଥମ ବିଜୟ ପାଇଁ ଆଶାବାଦୀ ଅଛି।

ଭାରତୀୟ ଦଳକୁ କେପଟାଉନରେ ଜିତିବାକୁ ହେଲେ ୧୧ ଟି ଶକ୍ତିଶାଳୀ ଖେଳାଳି ସହିତ ପଡିଆକୁ ଓହ୍ଲାଇବାକୁ ପଡିବ। ଦଳରେ ଦୁଇଟି ପରିବର୍ତ୍ତନ ଉପରେ ବିଚାର କରାଯାଉଛି। ଅନଫିଟ ଯୋଗୁଁ ଦ୍ୱିତୀୟ ଟେଷ୍ଟ ଖେଳି ନଥିବା କ୍ୟାପଟେନ ବିରାଟ କୋହଲି କେପଟାଉନରେ ଖେଳିପାରନ୍ତି। ସେପଟେ ଜୋହାନ୍ସବର୍ଗ ଟେଷ୍ଟ ମ୍ୟାଚରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଆହତ ହୋଇଥିବାବେଳେ ଇଶାନ୍ତ ଶର୍ମା କିମ୍ବା ଉମେଶ ଯାଦବ ତାଙ୍କ ସ୍ଥାନରେ କେପଟାଉନରେ ଖେଳିପାରନ୍ତି।

ବିରାଟ କୋହଲି କେପଟାଉନରେ ଖେଳିବାକୁ ଯାଉଥିବାବେଳେ ହନୁମା ବିହାରୀ ବାହାରେ ବସିବେ। ଜୋହାନ୍ସବର୍ଗ ଟେଷ୍ଟରେ ବିହାରୀ ଭଲ ବ୍ୟାଟିଂ କରିଥିଲେ। ଏହା ସତ୍ତ୍ୱେ ତାଙ୍କର ଖେଳିବା ପାଇଁ ସ୍ଥାନ ସ୍ଥିର ହୋଇନାହିଁ। ଅନ୍ୟପକ୍ଷରେ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଅଜିଙ୍କ୍ୟ ରାହାନେ ଏବଂ ଚେତେଶ୍ୱର ପୂଜାରା ଫର୍ମକୁ ପ୍ରତ୍ୟାବର୍ତ୍ତନ କରିବାକୁ ସୂଚିତ କରିଛନ୍ତି। ଏହି ଇନିଂସ ଯୋଗୁଁ ଉଭୟ କେପଟାଉନ୍ ଟେଷ୍ଟ ପାଇଁ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି।

ଏଥିସହିତ ମହମ୍ମଦ ସିରାଜଙ୍କ ସ୍ଥାନରେ ଇଶାନ୍ତ ଶର୍ମା କିମ୍ବା ଉମେଶ ଯାଦବଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ। ଉମେଶଙ୍କର ପେସ୍ ଅଛି ଏବଂ ସେ କ୍ରମାଗତ ଭାବରେ ୧୪୦ କିଲୋମିଟରରେ ବୋଲିଂ କରୁଥିବାବେଳେ ଇଶାନ୍ତଙ୍କର ୧୦୦ ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଏବେ ଏହା ଦେଖିବାକୁ ପଡ଼ିବ ଯେ ବିରାଟ ଏବଂ ଟିମ୍ ମ୍ୟାନେଜମେଣ୍ଟ କଣ ନିଷ୍ପତ୍ତି ନେଉଛନ୍ତି।

ତୃତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ: କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ଋଷଭ ପନ୍ତ (ୱିକି), ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଉମେଶ ଯାଦବ / ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍ରା।

Related posts