ଦିନିକିଆ ସିରିଜ: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ଜାଣନ୍ତୁ ଭାରତୀୟ ଦଳରେ କିଏ ହେଲେ ସାମିଲ

Published: Jan 19, 2022, 1:57 pm IST

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପାର୍ଲରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ଏହି ମ୍ଯାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଚ୍‌କୁ ଦେଖି ଆୟୋଜକ ଦଳ ଏହି ନିଷ୍ପତ୍ତି ନେଇଛି। ପ୍ରଥମେ ବୋଲିଂ ବେଳେ ଭାରତୀୟ ଦଳ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା।

ଏହି ମ୍ୟାଚରେ ତିନିଟି ପେସର୍ ଏବଂ ଦୁଇଟି ସ୍ପିନରଙ୍କୁ ନେଇ ଭାରତୀୟ ଦଳ ପଡିଆକୁ ଓହ୍ଳାଇବ। ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନ ସ୍ଥାନ ପାଇନାହାଁନ୍ତି।

ଇଣ୍ଡିଆନ୍ ସ୍କ୍ୱାଡ୍: କେ.ଏଲ୍ ରାହୁଲ (କ୍ୟାପଟେନ୍), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ୍ ଆୟର୍, ଋଷଭ ପନ୍ତ, ଭେଙ୍କଟେଶ ଆୟର୍, ଶାର୍ଦ୍ଦୁଲ ଠାକୁର, ଆର ଅଶ୍ୱିନ୍, ଭୂବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା, ୟୁଜବେନ୍ଦ୍ର ଚହଲ।

Related posts