Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଅବସର ଘୋଷଣା: ୨୦୨୨ ହେବ ଅନ୍ତିମ ଋତୁ
ଅନ୍ତରାଷ୍ଟ୍ରୀୟ

ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଅବସର ଘୋଷଣା: ୨୦୨୨ ହେବ ଅନ୍ତିମ ଋତୁ

January 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ୨୦୨୨ ତାଙ୍କର ଶେଷ ଋତୁ ହେବ ଏବଂ ଏହା ପରେ ସେ ଅବସର ନେବେ। ବାର୍ତ୍ତମାନ ସାନିଆ ଅଷ୍ଟ୍ରେଲିୟ ଓପନରେ ଭାଗ ନେବାକୁ ଯାଇଛନ୍ତି। ସେଠାରେ ସେ ଏହା ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଓପନରେ ପ୍ରଥମ ମ୍ୟାଚରେ ସାନିଆଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପରାଜୟ ପରେ ସେ କହିଛନ୍ତି ଯେ, ଏହି ଋତୁ ପରେ ସେ ଅବସର ପାଇଁ ଯୋଜନା କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଋତୁରେ ଖେଳିବାକୁ ସକ୍ଷମ ହେବେ କି ନାହିଁ, ମୁଁ କହିପାରିବି ନାହିଁ।

ସାନିଆ କହିଛନ୍ତି ଯେ, ମୁଁ ଟେନିସ୍ କୋର୍ଟକୁ ଫେରିବା, ଫିଟ୍ ହେବା, ଓଜନ ହ୍ରାସ କରିବା ଏବଂ ମାତା, ନୂତନ ମାତାମାନଙ୍କ ପାଇଁ ଯଥାସମ୍ଭବ ସେମାନଙ୍କ ସ୍ୱପ୍ନକୁ ଅନୁସରଣ କରିବା ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିବାକୁ ମୁଁ ବହୁତ ପରିଶ୍ରମ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ସାନିଆ ତାଙ୍କ କ୍ୟାରିୟରରେ ୬ ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସାନିଆ ମିର୍ଜା ମଧ୍ୟ ୨୦୧୬ରେ ଅଷ୍ଟ୍ରେଲିୟ ଓପନର ମହିଳା ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଏହା ବ୍ୟତୀତ ମିଶ୍ରିତ ଡବଲ୍ସରେ ସାନିଆ ୨୦୦୯ ରେ ଅଷ୍ଟ୍ରେଲିୟ ଓପନ୍, ୨୦୧୨ ରେ ଫ୍ରେଞ୍ଚ ଓପନ୍ ଏବଂ ୨୦୧୪ ରେ ୟୁଏସ୍ ଓପନ୍ ଜିତିଛନ୍ତି। ଅବଶ୍ୟ ସାନିଆଙ୍କ ଅବସର ଟେନିସର ଏକ ଯୁଗର ସମାପ୍ତ ହେବ।

ଅବସର ଘୋଷଣା ସାନିଆ ମିର୍ଜା
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Latest News

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.