Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କ୍ୟାରିୟରର ଶେଷ ମ୍ୟାଚରେ ସାନିଆ ମିର୍ଜାଙ୍କ ପରାଜୟ: ଦୁବାଇ ଚାମ୍ପିଅନସିପ୍‌ର ପ୍ରଥମ ରାଉଣ୍ଡରୁ ହେଲେ ବିଦା

ନୂଆଦିଲ୍ଲୀ: ଭାରତର ତାରକା ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କୁ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। WTA ଦୁବାଇ ଡ୍ୟୁଟି ଫ୍ରି ଚାମ୍ପିଅନସିପ୍ ର ପ୍ରଥମ ରାଉଣ୍ଡରେ ସାନିଆ ଏବଂ ତାଙ୍କ ସାଥୀ ମ୍ୟାଡିସନ୍ କିଜ ସିଧାସଳଖ ସେଟରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏହି ଯୋଡି ଭର୍ନୋକିଆ କୁଡର୍ମେଟୋଭା ଏବଂ ଲ୍ୟୁଡମିଲା ସାମସୋନୋଭା ୪-୬, ୦-୬ ରେ ପରାସ୍ତ ହୋଇଛନ୍ତି। ପ୍ରକାଶ ଯେ, ସାନିଆ ମିର୍ଜା ନିକଟରେ ଟେନିସରୁ ଅବସର ଘୋଷଣା କରିଥିଲେ ଏବଂ ଏହା ତାଙ୍କର ବୃତ୍ତିଗତ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା।

୨୦୦୯ ମସିହାରେ ସାନିଆ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଥିଲେ। ସେ ମହେଶ ଭୂପତିଙ୍କ ସହ ଅଷ୍ଟ୍ରେଲୀୟ ଓପନ୍ ୨୦୦୯ରେ ମିଶ୍ରିତ ଡବଲ୍ସ ଚାମ୍ପିଅନ୍ ହୋଇଥିଲେ। ଏହା ପରେ, ସେ ମିଶ୍ରିତ ଡବଲ୍ସରେ ଫ୍ରେଞ୍ଚ ଓପନ୍ ୨୦୧୨ ଏବଂ ୟୁଏସ୍ ଓପନ୍ ୨୦୧୪ ରେ ଟାଇଟଲ୍ ଜିତିଥିଲେ। ଏହା ପରେ, ତାଙ୍କର ଅଧିକ ଧ୍ୟାନ ମହିଳା ଡବଲ୍ସ ଉପରେ ରହିଲା। ୨୦୧୫ ରେ, ସାନିଆ ୱିମ୍ବଲଡନ୍ ଏବଂ ୟୁଏସ୍ ଓପନ୍ ରେ ମହିଳା ଡବଲ୍ସ ଟାଇଟଲ୍ ଜିତିଥିଲେ। ୨୦୧୬ ରେ, ସେ ଅଷ୍ଟ୍ରେଲୀୟ ଓପନରେ ମହିଳା ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ଏହିପରି ସେ ନିଜ କ୍ୟାରିୟରରେ ମୋଟ ୬ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଏହା ବ୍ୟତୀତ ୧୩ ଏପ୍ରିଲ ୨୦୦୫ ରେ ପ୍ରଥମ ଥର ପାଇଁ ସାନିଆ ମହିଳା ଡବଲ୍ସରେ ୧ ନମ୍ବର ମାନ୍ୟତା ହାସଲ କରିବାରେ ସଫଳ ହୋଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶୀଘ୍ର ଅବସର ନେବେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା, ଦୁବାଇରେ ଖେଳିପାରନ୍ତି ଶେଷ ମ୍ୟାଚ୍

ନୂଆଦିଲ୍ଲୀ: ଭାରତର ତାରକା ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ସହ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ସେମାନଙ୍କ ଛାଡପତ୍ର ଖବର ମଧ୍ୟ ଦୀର୍ଘ ସମୟ ଧରି ଚାଲିଛି। ଏହି ସମୟରେ ସାନିଆ ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସାନିଆ ଖୁବ ଶୀଘ୍ର ବୃତ୍ତିଗତ ଟେନିସରୁ ଅବସର ନେବେ।

ଦୁବାଇ ଟେନିସ୍ ଚାମ୍ପିଅନସିପରେ ସାନିଆ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିପାରନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ ତାରିଖରୁ ଆୟୋଜିତ ହେବ। ସାନିଆ କହିଛନ୍ତି ଯେ, ମୁଁ ଗତ ବର୍ଷ ନିଜେ ଏକ ଅବସର ଯୋଜନା ପ୍ରସ୍ତୁତ କରିଥିଲି। କିନ୍ତୁ ଡାହାଣ କାନ୍ଧରେ ଆଘାତ ହେତୁ, ୟୁଏସ୍ ଓପନ୍ ଏବଂ ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟରୁ ନାମ ପ୍ରତ୍ୟାହାର କରିବାକୁ ପଡିଲା। ମୁଁ ଜଣେ ବ୍ୟକ୍ତି ଯିଏ ମୋ ନିଜ ସର୍ତ୍ତରେ ବଞ୍ଚେ। ଏହି କାରଣରୁ, ମୁଁ ଆଘାତ ହେତୁ ବାହାର ହେବାକୁ ଚାହୁଁନଥିଲି ଏବଂ ବର୍ତ୍ତମାନ ମୁଁ ଟ୍ରେନିଂ ନେଉଛି। ଦୁବାଇ ଟେନିସ୍ ଚାମ୍ପିଅନସିପ୍ ପରେ ମୁଁ ବର୍ତ୍ତମାନ ଅବସର ପାଇଁ ଯୋଜନା ପ୍ରସ୍ତୁତ କରିଛି।

ଉଲ୍ଲେଖନୀୟ କଥା ହେଉଛି, ସାନିଆ ତାଙ୍କ କ୍ୟାରିଅର୍ ସମୟରେ ଅନେକ ବଡ଼ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ଏହା ସହିତ ତାଙ୍କୁ ଅନେକ ଥର ପୁରସ୍କାରରେ ସମ୍ମାନିତ କରାଯାଇଛି। ସାନିଆ ଅଷ୍ଟ୍ରେଲିୟ ଓପନ୍ ୨୦୧୬, ୱିମ୍ବଲଡନ୍ ୨୦୧୫, ୟୁଏସ୍ ଓପନ୍ ୨୦୧୫ ଏବଂ ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଜିତିଛନ୍ତି। ସେ ଫ୍ରେଞ୍ଚ ଓପନ୍ ଟାଇଟଲ୍ ମଧ୍ୟ ଜିତିଛନ୍ତି।

୨୦୦୪ ମସିହାରେ ସାନିଆଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ସେ ୨୦୦୬ ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ତାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଏବଂ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଭଳି ଏକ ଉତ୍ତମ କ୍ୟାରିୟର ପରେ ସାନିଆ ବର୍ତ୍ତମାନ ଅବସର ଆଡ଼କୁ ଗତି କରୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଫ୍ରେଞ୍ଚ ଓପନ: ନିଜ ନିଜର ଡବଲ୍ସ ମ୍ୟାଚ୍ ଜିତିଲେ ସାନିଆ ଏବଂ ବୋପାନ୍ନା, ରାମକୁମାରଙ୍କୁ ମିଳିଲା ପରାଜୟ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଏବଂ ସାନିଆ ମିର୍ଜା ନିଜ ନିଜ ସହଯୋଗୀମାନଙ୍କ ସହିତ ଆଜି ଫ୍ରେଞ୍ଚ ଓପନରେ ବିଜୟ ହାସଲ କରିଛନ୍ତି। ଏହି ସମୟରେ ରାମକୁମାର ରାମନାଥନଙ୍କୁ ତାଙ୍କ ସାଥୀ ସହିତ ପୁରୁଷ ଡବଲ୍ସ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।

ପୁରୁଷ ଡବଲ୍ସ ମ୍ୟାଚର ଦ୍ୱିତୀୟ ରାଉଣ୍ଡରେ ଆଣ୍ଡ୍ରେ ଗୋଲୁବେଭ୍ ଏବଂ ଫେବ୍ରିସ୍ ମାର୍ଟିନଙ୍କ ଯୋଡିକୁ ରୋହନ ବୋପାନ୍ନା ତାଙ୍କ ଡଚ୍ ସାଥୀ ମ୍ୟାଟଭି ମିଡିଲକୁପ୍ ପରାସ୍ତ କରିଛନ୍ତି। ବୋପାନ୍ନା ଏବଂ ମିଡିଲ୍ କୁପ୍ ଯୋଡି ମ୍ୟାଚ୍ ୬-୩, ୬-୪ ରେ ଜିତିଛନ୍ତି। ଏହି ମ୍ୟାଚ୍ ଏକ ଘଣ୍ଟା ଛଅ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହା ସହିତ ଏହି ଯୋଡି ବର୍ତ୍ତମାନ ଫ୍ରେଞ୍ଚ ଓପନର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି।

ସେହିଭଳି ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ସାନିଆ ମିର୍ଜା ଏବଂ ଲୁସିଙ୍କ ଯୋଡି ଜସ୍ମିନ୍ ଏବଂ ମାର୍ଟିନାଙ୍କ ଯୋଡିକୁ ୪-୬, ୬-୨, ୬-୧ ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ ଏକ ଘଣ୍ଟା ୫୮ ମିନିଟ୍ ଧରି ଚାଲିଥିଲା। ଏହି ମ୍ୟାଚରେ ପ୍ରଥମ ସେଟ୍ ହରାଇବା ପରେ ସାନିଆ ଏବଂ ଲୁସିଙ୍କ ଯୋଡି ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷ ଦୁଇଟି ସେଟରେ ବିରୋଧୀ ଯୋଡି ଏହି ଯୋଡିଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ।

ପୁରୁଷ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ହାରିଯିବା ପରେ ରାମକୁମାର ରାମନାଥନ ଏବଂ ତାଙ୍କ ଆମେରିକୀୟ ସାଥୀ ହଣ୍ଟର୍ ରିସ୍ ଫ୍ରେଞ୍ଚ ଓପନ୍‌ରୁ ବାଦ୍ ପଡିଛନ୍ତି। ଏହି ଯୋଡି ଷଷ୍ଠ ସିଡ୍ ୱେସଲି କୁଲହଫ୍ ଏବଂ ନିଲ୍ କୁପ୍ସକିଙ୍କ ଠାରୁ ୬-୩, ୬-୨ ରେ ପରାସ୍ତ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଅବସର ଘୋଷଣା: ୨୦୨୨ ହେବ ଅନ୍ତିମ ଋତୁ

ନୂଆଦିଲ୍ଲୀ: ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ୨୦୨୨ ତାଙ୍କର ଶେଷ ଋତୁ ହେବ ଏବଂ ଏହା ପରେ ସେ ଅବସର ନେବେ। ବାର୍ତ୍ତମାନ ସାନିଆ ଅଷ୍ଟ୍ରେଲିୟ ଓପନରେ ଭାଗ ନେବାକୁ ଯାଇଛନ୍ତି। ସେଠାରେ ସେ ଏହା ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଓପନରେ ପ୍ରଥମ ମ୍ୟାଚରେ ସାନିଆଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପରାଜୟ ପରେ ସେ କହିଛନ୍ତି ଯେ, ଏହି ଋତୁ ପରେ ସେ ଅବସର ପାଇଁ ଯୋଜନା କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଋତୁରେ ଖେଳିବାକୁ ସକ୍ଷମ ହେବେ କି ନାହିଁ, ମୁଁ କହିପାରିବି ନାହିଁ।

ସାନିଆ କହିଛନ୍ତି ଯେ, ମୁଁ ଟେନିସ୍ କୋର୍ଟକୁ ଫେରିବା, ଫିଟ୍ ହେବା, ଓଜନ ହ୍ରାସ କରିବା ଏବଂ ମାତା, ନୂତନ ମାତାମାନଙ୍କ ପାଇଁ ଯଥାସମ୍ଭବ ସେମାନଙ୍କ ସ୍ୱପ୍ନକୁ ଅନୁସରଣ କରିବା ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିବାକୁ ମୁଁ ବହୁତ ପରିଶ୍ରମ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ସାନିଆ ତାଙ୍କ କ୍ୟାରିୟରରେ ୬ ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସାନିଆ ମିର୍ଜା ମଧ୍ୟ ୨୦୧୬ରେ ଅଷ୍ଟ୍ରେଲିୟ ଓପନର ମହିଳା ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଏହା ବ୍ୟତୀତ ମିଶ୍ରିତ ଡବଲ୍ସରେ ସାନିଆ ୨୦୦୯ ରେ ଅଷ୍ଟ୍ରେଲିୟ ଓପନ୍, ୨୦୧୨ ରେ ଫ୍ରେଞ୍ଚ ଓପନ୍ ଏବଂ ୨୦୧୪ ରେ ୟୁଏସ୍ ଓପନ୍ ଜିତିଛନ୍ତି। ଅବଶ୍ୟ ସାନିଆଙ୍କ ଅବସର ଟେନିସର ଏକ ଯୁଗର ସମାପ୍ତ ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନର ଷ୍ଟାର୍ କ୍ରିକେଟର ଶୋଏବ ମଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ଲାହୋର: ପାକିସ୍ତାନର ଷ୍ଟାର୍ କ୍ରିକେଟର ଭାରତର ଷ୍ଟାର୍  ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସ୍ଵାମୀ ଶୋଏବ ମଲିକଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗତକାଲି ରାତିରେ ଶୋଏବଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲାହୋରରେ ରାସ୍ତା ପାର୍ଶ୍ଵରେ ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ଶୋଏବଙ୍କ କାର୍। ଧକ୍କା ଏତେ ଜୋରରେ ଥିଲା ଯେ ଶୋଏବଙ୍କ କାର୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାକିସ୍ତାନ ସୁପର ଲିଗ୍ ପ୍ଲେୟାର ଡ୍ରାଫ୍ଟ କାର୍ଯ୍ୟକ୍ରମମରୁ ଘରକୁ ଫେରୁଥିବା ବେଳେ ଶୋଏବ ମଲିକଙ୍କ ଦୁର୍ଘଟଣା ହୋଇଥିଲା। (ଏଜେନ୍ସି)