Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଏଆଇଟିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ସାନିଆ-ଭୂପତି
ଖେଳ

ଏଆଇଟିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ସାନିଆ-ଭୂପତି

October 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
AITA Elections: Sania and Bhupathi file nomination papers

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ)ର ଆଗାମୀ ନିର୍ବାଚନ ପାଇଁ ରାଜନୀତି ଜୋର ଧରିଛି। ଭାରତର ଦୁଇ କିମ୍ବଦନ୍ତୀ ଟେନିସ୍ ତାରକା ମହେଶ ଭୂପତି ଏବଂ ସାନିଆ ମିର୍ଜା ଏଆଇଟିଏର ‘ଏସ୍‌ଓଏମ୍’ ନିର୍ବାଚନ ପାଇଁ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦୁହେଁ ଜେନେରାଲ୍ ବଡି ଏବଂ ଏଗ୍‌ଜିକ୍ୟୁଟିଭ୍ କମିଟିରେ ଖେଳାଳିଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପଟେ, ଅଧ୍ୟକ୍ଷ ପଦ ପାଇଁ ବଳିଷ୍ଠ ଦାବିଦାର ମନେହେଉଥିବା ଲିଆଣ୍ଡର୍ ପେସ୍ ପ୍ରାର୍ଥିପତ୍ର ଦାଖଲ ନ କରିବାରୁ ନିର୍ବାଚନୀ ଦୌଡ଼ରୁ ବାଦ୍ ପଡ଼ିଛନ୍ତି।

ଲିଆଣ୍ଡର୍ ପେସ୍‌ଙ୍କ ନାମ ୪୦ ଖେଳାଳି ବିଶିଷ୍ଟ ସୂଚୀର ଟିୟର୍‌-୧ରେ ସାମିଲ ଅଛି। ସେ ଏହି ସୂଚୀରେ ସ୍ଥାନ ପାଇଥିବା ଏକମାତ୍ର ଖେଳାଳି। ବେଙ୍ଗଲ ଟେନିସ୍ ସଂଘ ମଧ୍ୟ ଅଧ୍ୟକ୍ଷ ପଦକ ପାଇଁ ତାଙ୍କ ପ୍ରାର୍ଥିତ୍ୱର ସମର୍ଥନ କରିଥିଲା। ମାତ୍ର ଏଆଇଟିଏର ସଂଶୋଧିତ ସମ୍ବିଧାନର ନିୟମ ୧୨(ବି) ଅନୁସାରେ ଅଧ୍ୟକ୍ଷ, ସାଧାରଣ ସମ୍ପାଦକ କିମ୍ବା କୋଷାଧ୍ୟକ୍ଷ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କୁ ଏସ୍‌ଓଏମ୍ ଜେନେରାଲ୍ ବଡିର ପ୍ରତିନିଧି ହେବା ଜରୁରୀ। ଏହା ବ୍ୟତୀତ ଏଆଇଟିଏର ଏଗ୍‌ଜିକ୍ୟୁଟିଭ୍ କମିଟିରେ ଅତିକମ୍‌ରେ ଗୋଟିଏ କାର୍ଯ୍ୟକାଳ ପୂରା କରିବାକୁ ହୋଇଥାଏ କିମ୍ବା କୌଣସି ରାଜ୍ୟ ୟୁନିଟ୍‌ରେ ଅଧ୍ୟକ୍ଷ, ସାଧାରଣ ସମ୍ପାଦକ ଅଥବା କୋଷାଧ୍ୟକ୍ଷ ରହିଥିବା ଆବଶ୍ୟକ। ଏପରି ସ୍ଥିତିରେ ପେସ୍ ରାଜ୍ୟ ୟୁନିଟ୍‌ର ପ୍ରତିନିଧି ଭାବେ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିପାରି ନଥାନ୍ତେ। ତେଣୁ ତାଙ୍କୁ ଏସ୍‌ଓଏମ୍ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରିବା ଜରୁରୀ ଥିଲା। ଏବେ ସେ ନଭେମ୍ବର ୨୭ରେ ହେବାକୁ ଥିବା ଏଆଇଟିଏ ନିର୍ବାଚନରେ ବେଙ୍ଗଲର ପ୍ରତିନିଧି ଭାବେ ଭାଗ ନେଇପାରନ୍ତି।

ଏସ୍‌ଓଏମ୍ ନିର୍ବାଚନ ପାଇଁ ଭୂପତି ଓ ସାନିଆଙ୍କ ବ୍ୟତୀତ ଅନ୍ୟ ୬ ପୂର୍ବତନ ଖେଳାଳି ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଙ୍କିତା ଭାମ୍ବ୍ରୀ, ବର୍ତ୍ତମାନର ଡେଭିସ୍ କପ୍ କୋଚ୍ ଆଶୁତୋଷ ସିଂହ, ଗୌରବ ନାତେକର, ଜାନକୀ କୃଷ୍ଣମୂର୍ତ୍ତି, ଶାଳିନୀ ଠାକୁର ଚାୱଲା ଏବଂ ଭାରତୀୟ ବିଲି ଜିନ୍ କିଙ୍ଗ୍ କପ୍ ଟିମ୍‌ର କ୍ୟାପ୍‌ଟେନ୍ ବିଶାଲ ଉପ୍ପଲ୍ ସାମିଲ। ସେହିପରି ଏଗ୍‌ଜିକ୍ୟୁଟିଭ୍ କମିଟି ପ୍ରତିନିଧି ପାଇଁ ୫ ପ୍ରାର୍ଥୀ ପ୍ରାର୍ଥିପତ୍ର ଦଖଲ କରିଛନ୍ତି। ଏମାନଙ୍କ ମଧ୍ୟରେ ମହେଶ ଭୂପତି, ସାନିଆ ମିର୍ଜା, ଅଙ୍କିତା ଭାମ୍ବ୍ରୀ, ଜାନକୀ କୃଷ୍ଣମୂର୍ତ୍ତି ଏବଂ ବିଶାଲ ଉପ୍ପଲ ସାମିଲ।

ଏଆଇଟିଏ ନିର୍ବାଚନ ଟେନିସ୍ ସଂଘ ମହେଶ ଭୂପତି ସାନିଆ ମିର୍ଜା
Share. Facebook Twitter LinkedIn Email WhatsApp Copy Link

Related Posts

ୱେଲିଂଟନ୍‌ରେ ଆଜି ତୃତୀୟ ଟି-୨୦: ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

October 27, 2026

ନ୍ୟୁଜିଲାଣ୍ଡ-ଏ’ ବିପକ୍ଷରେ ମୈଦାନକୁ ଫେରିବେ ବୁମ୍‌ରା ଓ ପନ୍ତ୍

October 27, 2026

ଆଜିଠୁ ରେଳବାଇର ନୂଆ ନିୟମ: କାଉଣ୍ଟର ଟିକେଟରେ ମଧ୍ୟ ମିଳିବ ୧୦ ଲକ୍ଷର ବୀମା

October 27, 2026

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଅହମ୍ମଦାବାଦ ଜେଲର କଡ଼ା ସୁରକ୍ଷା ବ୍ଲକକୁ ସ୍ଥାନାନ୍ତର

October 27, 2026
Latest News

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଦକ୍ଷିଣ ଓଡ଼ିଶାରେ କଳାହାଣ୍ଡିଆ ମେଘ, ଭୁବନେଶ୍ୱରରେ ଝିପିଝିପି ବର୍ଷା

October 27, 2026

ୱେଲିଂଟନ୍‌ରେ ଆଜି ତୃତୀୟ ଟି-୨୦: ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

October 27, 2026

ନ୍ୟୁଜିଲାଣ୍ଡ-ଏ’ ବିପକ୍ଷରେ ମୈଦାନକୁ ଫେରିବେ ବୁମ୍‌ରା ଓ ପନ୍ତ୍

October 27, 2026

ଆଜିଠୁ ରେଳବାଇର ନୂଆ ନିୟମ: କାଉଣ୍ଟର ଟିକେଟରେ ମଧ୍ୟ ମିଳିବ ୧୦ ଲକ୍ଷର ବୀମା

October 27, 2026

ଏଆଇଟିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ସାନିଆ-ଭୂପତି

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.