Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଣ୍ଡର-୧୯ ବିଶ୍ୱକପ୍‌: ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ସୃଷ୍ଟି କଲା ଟିମ୍ ଇଣ୍ଡିଆ
ଅନ୍ତରାଷ୍ଟ୍ରୀୟ

ଅଣ୍ଡର-୧୯ ବିଶ୍ୱକପ୍‌: ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ସୃଷ୍ଟି କଲା ଟିମ୍ ଇଣ୍ଡିଆ

February 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଣ୍ଟିଗୁଆର କୁଲିଜ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଅଣ୍ଡର-୧୯ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ଟାଇଟଲ୍ ମ୍ୟାଚ୍ ଫେବୃଆରୀ ୫ ତାରିଖରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଲଗାତାର ଚତୁର୍ଥ ଥର ପାଇଁ ଟିମ୍ ଇଣ୍ଡିଆ ଅଣ୍ଡର-୧୯ ବିଶ୍ୱକପ୍‌ର ଫାଇନାଲରେ ପହଞ୍ଚିଛି।

ଭାରତ ପ୍ରଥମେ ଖେଳିବା ପରେ ୫୦ ଓଭରରେ ପାଞ୍ଚଟି ୱିକେଟ ହରାଇ ୨୯୦ ରନ ସ୍କୋର କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲୀୟ ଦଳ ୧୯୪ ରନରେ ଅଟକିଯାଇଥିଲା। ଭାରତ ପାଇଁ ବ୍ୟାଟିଂରେ ଅଧିନାୟକ ୟଶ ଧୁଲ ସର୍ବାଧିକ ୧୧୦ ରନ୍ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ୧୦ ଟି ଚୌକା ଓ ଗୋଟିଏ ଛକା ତାଙ୍କ ବ୍ୟାଟରୁ ଆସିଥିଲା। ଏଥିସହିତ ଭିକି ଓସ୍ତୱାଲ ବୋଲିଂରେ ସର୍ବାଧିକ ତିନିଟି ୱିକେଟ୍ ନେଇଥିଲେ।

ସେମିଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ୟଶ ଧୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରାରମ୍ଭରେ ଏହି ନିଷ୍ପତ୍ତି ଭୁଲ ମନେ ହେଉଥିଲା। କାରଣ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଯୋଡିକୁ ମାତ୍ର ୩୭ ରନରେ ହରାଇଥିଲା। ଯେତେବେଳେ ଅଙ୍ଗକ୍ରୀଶ ରଘୁବଂଶୀ ୩୦ ଟି ବଲରେ ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ, ହର୍ନୁର ସିଂଙ୍କ ବ୍ୟାଟରୁ ମାତ୍ର ୧୬ ରନ୍ ବାହାରିଥିଲା। ଏହା ପରେ ଉପ-ଅଧିନାୟକ ଶେକ ରସିଦ ଏବଂ ଅଧିନାୟକ ୟଶ ଧୁଲ ଭାରତକୁ ଏକ ଦୃଢ ସ୍ଥିତିରେ ରଖିବା ପାଇଁ ୨୦୪ ରନର ସହଭାଗୀତା କରିଥିଲେ। ତେବେ ରସିଦ ଏକ ଶତକରୁ ବଞ୍ଚିତ ହୋଇଥିଲେ। ସେ ଆଠଟି ଚଉକା ଓ ଗୋଟିଏ ଛକା ସହାୟତାରେ ୧୦୮ ବଲରେ ୯୪ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଅଧିନାୟକ ୟଶ ଧୁଲ ୧୧୦ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥିସହିତ ରାଜବର୍ଦ୍ଧନ ହଙ୍ଗରଗେକର ୧୦ ଟି ବଲରେ ୧୩ ରନ୍ ସଂଗ୍ରହ କରିଥିଲେ। ସେହିଭଳି ନିଶାନ୍ତ ସିନ୍ଧୁ ୧୨ ଏବଂ ୱିକେଟ୍ କିପର ଦୀନେଶ ବାନା ମାତ୍ର ଚାରିଟି ବଲରେ ୨୦ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ।

ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ଦଳର ଆରମ୍ଭ ଭଲ ନଥିଲା। ଟିଗ ୱିଲି ମାତ୍ର ଗୋଟିଏ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଏହା ପରେ କ୍ୟାମ୍ପବେଲ କେଲାୱେ ଏବଂ କୋରି ମିଲର ୬୮ ରନର ସହଭାଗୀତା କରିଥିଲେ। କେଲାୱେ ୩୦ ଏବଂ ମିଲର୍ ୩୮ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ କପୁର୍ କନୋଲି ମାତ୍ର ୩ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଲାଚଲାନ୍ ଶ ୫୧ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, କିନ୍ତୁ ସେ କେବଳ ପରାଜୟର ମାର୍ଜିନକୁ ହ୍ରାସ କରିପାରଥିଲେ। କାରଣ ଅନ୍ୟ ପଟେ ବ୍ୟାଟ୍ସମ୍ୟାନ୍ ତାଙ୍କୁ ସମର୍ଥନ କରିନଥିଲେ।

ଅଣ୍ଡର-୧୯ ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆ ସେମିଫାଇନାଲ
Share. Facebook Twitter LinkedIn Email WhatsApp Copy Link

Related Posts

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026
Latest News

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.