Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ପଞ୍ଚାୟତ ସ୍ତରିୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଆଞ୍ଚଳିକ

ଚିଲିକାରେ ପଞ୍ଚାୟତ ସ୍ତରିୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

February 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଦୀର୍ଘ ଚାରିଦିନ ବ୍ୟାପି ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଠରବାଟିଆ ପଞ୍ଚାୟତର ୮ ଗୋଟି ଟିମ୍ ଭାଗ ନେଇଥିବା ବେଳେ ପରିଶେଷରେ ବ୍ଲାକ ଟାଇଗର ଟିମ୍ ୧-୦ ଗୋଲ୍ ରେ ବିଜୟ ଲାଭ କରିଛି।

ସମସ୍ତ ମ୍ୟାଚ୍ ଗୁଡିକ ନକଆଉଟ୍ ହୋଇଥିବାରୁ ପରସ୍ପର ଟିମ ମଧ୍ୟରେ ଅତ୍ୟନ୍ତ ସଂଘର୍ଷମୟ ଏବଂ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା। ତେବେ ଅନ୍ତିମ ପର୍ଯ୍ୟାୟରେ ବ୍ଲାକଟାଇଗର ଏବଂ କେଦାରନାଥ ଟିମ୍ ପରସ୍ପର ସହ ଫାଇନାଲ୍ ମ୍ୟାଚରେ ସାମ୍ନା ସାମ୍ନି ହୋଇଥିଲେ।

ଉକ୍ତ ମ୍ୟାଚରେ ବ୍ଲାକଟାଇଗର ଟିମ୍ ର ଅଧିନାୟକ ପିତବାସ ଜାଲି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳ ଉପରେ ଏକ ଚିତାକର୍ଷକ ଗୋଲ ଦେଇ ଟିମକୁ ବିଜୟ ଲାଭ କରାଇଥିଲେ।

ଅନୁଷ୍ଠିତ ମ୍ୟାଚରେ ରାଜ୍ୟସ୍ତରିୟ କ୍ରୀଡ଼ାବିତ ହେମନ୍ତ ବେହେରା ଖେଳ ପରିଚାଳନା କରିଥିବାବେଳେ ଶାଳିଆ ପ୍ରେସ କ୍ଳବ ସଭାପତି ଅଜିତ କୁମାର ସାହୁ ମୂଖ୍ୟଅତିଥି ଭାବେ ଯୋଗ ଦେଇ ବିଜୟୀଟିମ୍ ଏବଂ ରନର୍ସଅପ୍ ଟିମ୍ କୁ ଟ୍ରଫି ପ୍ରଦାନ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପିତବାସ ଜାଲି ଏବଂ ପ୍ଲେୟାର ଅଫ୍ ଦ ସିରିଜ୍ ସଞ୍ଜୟ କୁମାର ଜାଲିଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ଅଠରବାଟିଆ ପଞ୍ଚାୟତ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

January 14, 2026

ମା’ କାଳିଜାଇଙ୍କ ପୀଠରୁ ପହଞ୍ଚିଲା ନିମନ୍ତ୍ରଣ, ଭଉଣୀଙ୍କ ମକର ମେଳାକୁ ଯିବ ମା’ଭଗବତୀଙ୍କ ଆଜ୍ଞାମାଳ

January 13, 2026

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026
Latest News

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026

ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

January 14, 2026

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୮ରେ ରଣପୁର ବ୍ଲକ ଅଡିସନ

January 14, 2026

ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 14, 2026

ରାଜା ଗ୍ରହଣ କଲେ ମା’ଭଗବତୀଙ୍କ ଆଜ୍ଞାମାଳ: ମା’କାଳିଜାଇଙ୍କ ପୀଠରେ ଆରମ୍ଭ ହେଲା ମକର ମେଳା

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.