ଅଣ୍ଡର-19 ବିଶ୍ୱକପ: ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଲା ଭାରତ, ପଞ୍ଚମ ଥର ହେଲା ଚାମ୍ପିୟନ

Published: Feb 6, 2022, 1:51 am IST

ଆଣ୍ଟିଗୁଆ: ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ଭାରତୀୟ ଦଳ 4 ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ରେକର୍ଡ ପଞ୍ଚମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଟାଇଟଲ ଜିତିଛି। ଭାରତ ପାଇଁ ଶେଖ ରସିଦ 50 ରନ୍ ସଂଗ୍ରହ କରିଥିବାବେଳେ ଶେଷ ମୁହୂର୍ତ୍ତରେ ରାଜା ବାୱା 35 ରନ୍ ସଂଗ୍ରହ କରିଛନ୍ତି। ନିଶାନ୍ତ ସିନ୍ଧୁ ଅପରାଜିତ 50 ରନ୍ କରି ଭାରତକୁ ବିଜୟ ପ୍ରଦାନ କରିଛନ୍ତି।

ଏହାପୂର୍ବରୁ ମଧ୍ୟମ ପେସର ରାଜ ବାୱାଙ୍କ ପାଞ୍ଚ ୱିକେଟ୍ ଏବଂ ରବି କୁମାରଙ୍କ ଚାରି ୱିକେଟ୍ ସହାୟତାରେ ଇଂଲଣ୍ଡକୁ 44.5 ଓଭରରେ 189 ରନ୍ ରେ ଅଲ ଆଉଟ କରିଥିଲା। ଇଂଲଣ୍ଡ ପାଇଁ ଜେମ୍ସ ରିୟୁ 95 ରନ୍ ସଂଗ୍ରହ କରିଥିଲେ। ଭାରତର ବାୱା 9.5 ଓଭରରେ 31 ଦେଇ ପାଞ୍ଚଟି ନେଇଥିବାବେଳେ ବାମହାତୀ ପେସର ରବି କୁମାର 34 ରନ୍ ରେ ଚାରିଟି ୱିକେଟ ନେଇଥିଲେ। ନିୟମିତ ବ୍ୟବଧାନରେ ଭାରତ ୱିକେଟ୍ ନେଇଥିଲା। ଟସ୍ ଜିତିବା ପରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Related posts