ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଶ୍ରୀଲଙ୍କା, ଭାରତୀୟ ଦଳରେ ଡେବ୍ୟୁ କଲେ ଦୀପକ ହୁଡା

Published: Feb 24, 2022, 6:55 pm IST

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ରେ ୱେଷ୍ଟଇଣ୍ଡିଜ୍ କୁ କ୍ଳିନ ସୁଇପ କରିବା ପରେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ଭେଟିବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।

ଶ୍ରୀଲଙ୍କା ବିପକ୍ଷ ସିରିଜରେ ସଞ୍ଜୁ ସାମସନ, ରିତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ଇଶାନ କିଶନ ଏବଂ ଆଭେଶ ଖାନଙ୍କ ଭଳି ଖେଳାଳି ବର୍ଷକ ପରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ସୁଯୋଗ ପାଇଛନ୍ତି।

ଏଥି ସହିତ ସ୍ପିନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏହି ସିରିଜରୁ ଦଳକୁ ଫେରୁଛନ୍ତି। ତେବେ ବିରାଟ କୋହଲି, କେ.ଏଲ୍ ରାହୁଲ, ଶାର୍ଦ୍ଦୁଲ ଠାକୁର ଏବଂ ଋଷଭ ପନ୍ତ ଏହି ସିରିଜରେ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି।

ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଞ୍ଜୁ ସାମସନ ଏବଂ ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ଏଥି ସହିତ ଦୀପକ ହୁଡା ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି।

ଭାରତର ଖେଳାଳି ଏକାଦଶ- ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶନ (ଡବ୍ଲୁ.କେ), ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଦୀପକ ହୁଡା, ରବିନ୍ଦ୍ର ଜାଡେଜା, ଭେଙ୍କଟେଶ ଆୟର, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା, ୟୁଜବେନ୍ଦ୍ର ଚହଲ

Related posts