Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩ୟ ଟି-ଟ୍ୱେଣ୍ଟି: ଶ୍ରୀଲଙ୍କାକୁ ୬ ଟି ୱିକେଟରେ ପରାସ୍ତ କରି ସିରିଜକୁ ୩-୦ କବଜା କଲା ଟିମ୍ ଇଣ୍ଡିଆ
ଆଜିର ଖବର

୩ୟ ଟି-ଟ୍ୱେଣ୍ଟି: ଶ୍ରୀଲଙ୍କାକୁ ୬ ଟି ୱିକେଟରେ ପରାସ୍ତ କରି ସିରିଜକୁ ୩-୦ କବଜା କଲା ଟିମ୍ ଇଣ୍ଡିଆ

February 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି-୨୦ ସିରିଜର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜରେ ୩-୦ ରେ କ୍ଲିନ୍ ସୁଇପ୍ କରିଛି।

ଶ୍ରୀଲଙ୍କା ଦେଇଥିବା ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୬.୫ ଓଭରରେ ଲକ୍ଷ୍ୟ ପୂରଣ କରିଥିଲା। ଭାରତ ପାଇଁ ବ୍ୟାଟିଂ କରି ଶ୍ରେୟାସ ଆୟର୍ ଅପରାଜିତ ୭୩ ରନ୍ କରିଥିଲେ। ସେ ୪୫ ବଲରେ୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ଶେଷରେ ରବିନ୍ଦ୍ର ଜାଡେଜା ୧୫ ଟି ବଲରୁ ଅପରାଜିତ ୨୨ ରନ୍ କରିଥିଲେ। ଏହି ଇନିଂସରେ ଜାଡେଜା ମଧ୍ୟ ୩ ଟି ଚୌକା ମାରିଥିଲେ।

ସଞ୍ଜୁ ସାମସନ ଏବଂ ଅଧିନାୟକ ରୋହିତ ଶର୍ମା ଭାରତ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ। ଏହି ସମୟରେ ରୋହିତ ମାତ୍ର ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ୧୨ ଟି ବଲରୁ ସାମସନ୍ ୧୮ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ତିନୋଟି ଚୌକା ମଧ୍ୟ ରହିଥିଲା। ଦୀପକ ହୁଡା ୧୬ ବଲରୁ ୨୧ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଭେଙ୍କଟେଶ ଆୟର୍ ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହିପରି, ଟିମ୍ ଇଣ୍ଡିଆ ୧୬.୫ ଓଭରରେ ୪ ୱିକେଟ୍ ହରାଇ ୧୪୮ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିଥିଲା।

ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଚୟନ କରି ଶ୍ରୀଲଙ୍କା ଦଳ ୨୦ ଓଭରରେ ୧୪୬ ରନ୍ ସଂଗ୍ରହ କରି ୫ ୱିକେଟ୍ ହରାଇଥିଲା। ଏହି ସମୟରେ ଦଳ ବହୁତ ଖରାପ ଆରମ୍ଭ କରିଥିଲା। ୧ ରନ୍ ସ୍କୋର କରିବା ପରେ ଓପନର୍ ନିଶଙ୍କା ଆଉଟ୍ ହୋଇଥିଲେ। ଏହି ସମୟରେ ଗୁନାଥିଲ୍କା ଶୂନରେ ପ୍ୟାଭିଲିୟନକୁ ଫେରି ଆସିଥିଲେ। ୪ ରନ୍ ସ୍କୋର କରିବା ପରେ ଆସ୍ଲଙ୍କା ମଧ୍ୟ ଆଉଟ ହୋଇଯାଇଥିଲେ। କିନ୍ତୁ କ୍ୟାପଟେନ ଶାନାକା ଶେଷ ପର୍ଯ୍ୟନ୍ତ ରହିଥିଲେ। ସେ ବ୍ୟାଟିଂ ବେଳେ ୩୮ ବଲରୁ ଅପରାଜିତ ୭୪ ରନ୍ କରିଥିଲେ। ଶାନାକାଙ୍କ ଏହି ଇନିଂସରେ ୯ ଚୌକା ଓ ୨ ଛକା ମଧ୍ୟ ଅନ୍ତର୍ଭୁକ୍ତ ଥିଲା।

ଟିମ୍ ଇଣ୍ଡିଆ ପାଇଁ ବୋଲିଂ କରୁଥିବାବେଳେ ଆଭେଶ ଖାନ ୪ ଓଭରରେ ୨୩ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ସିରାଜ ୪ ଓଭରରେ ୨୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ରବି ବିଶ୍ନୋଇ ୪ ଓଭରରେ ୩୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ ଗୋଟିଏ ବି ସଫଳତା ପାଇନଥିଲେ। ସେ ୪ ଓଭରରେ ୨୫ ରନ୍ ଦେଇଥିଲେ। ୪ ଓଭରରେ ୨୯ ରନ୍ ଦେଇ ହର୍ଷଲ ପଟେଲ ଗୋଟିଏ ୱିକେଟ୍ ନେଇଥିଲେ।

ଟିମ୍ ଇଣ୍ଡିଆ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.