କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଷ୍ଟାଡିୟମରେ କୋହଲିଙ୍କ ୧୦୦ ତମ ଟେଷ୍ଟ ଦେଖିପାରିବେ ଦର୍ଶକ

Published: Mar 1, 2022, 9:55 pm IST

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଦର୍ଶକମାନେ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ଦେଖିବା ପାଇଁ ଷ୍ଟାଡିୟମକୁ ଆସିପାରିବେ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୪ ରୁ ମୋହାଲିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହା କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ ହେବ।

ମୋହାଲିରେ ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟରେ ଷ୍ଟାଡିୟମକୁ ଆସିବା ଲାଗି ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି। କରୋନା ମହାମାରୀ ହେତୁ ଏହା ପୂର୍ବରୁ ଦର୍ଶକଙ୍କ ବିନା ଏହି ଟେଷ୍ଟ ମ୍ୟାଚ ଖେଳିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ଏହାର ନିଷ୍ପତ୍ତି ବଦଳାଇ ଦେଇଛି।

Related posts