ଭାରତ-ଶ୍ରୀଲଙ୍କା ଦିବାରାତ୍ରୀ ଟେଷ୍ଟ କେବେ?, ଜାଣନ୍ତୁ କେଉଁଠାରେ ଏବଂ କିପରି ଦେଖିବେ?

Published: Mar 9, 2022, 4:16 pm IST

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍ ଦିବାରାତ୍ରୀ ହେବାକୁ ଯାଉଛି। ଏହି ମ୍ୟାଚ୍ ଗୋଲାପୀ ବଲ ସହିତ ଖେଳାଯିବ। ବର୍ତ୍ତମାନ ସିରିଜର ପ୍ରଥମ ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ୧-୦ ରେ ଆଗୁଆ ରହିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍ କେବେ ଏବଂ କେଉଁଠାରେ ଦେଖିବା? ଏଠାରେ ପଢନ୍ତୁ…

୧- ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ କେଉଁଠାରେ ହେବ?:

ଏହି ଟେଷ୍ଟ ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

୨- ମ୍ୟାଚ୍ କେବେ ଏବଂ କେଉଁ ସମୟରେ ଆରମ୍ଭ ହେବ?:

ମାର୍ଚ୍ଚ ୧୨ ତାରିଖରେ ଏହି ମ୍ୟାଚ୍ ଖେଳାଯିବ। ଦିବାରାତ୍ରୀ ହୋଇଥିବାରୁ ଏହି ମ୍ୟାଚ୍ ଅପରାହ୍ନ ୨.୩୦ ରେ ଆରମ୍ଭ ହେବ।

୩- କେଉଁ ଚ୍ୟାନେଲରେ ମ୍ୟାଚ୍ ଟେଲି ପ୍ରସାରଣ ହେବ?:

ଏହି ମ୍ୟାଚଟି ଷ୍ଟାର ସ୍ପୋର୍ଟସ-୧, ଷ୍ଟାର ସ୍ପୋର୍ଟସ-୧ ଏଚଡି, ଷ୍ଟାର ସ୍ପୋର୍ଟସ-୧ ହିନ୍ଦୀ, ଷ୍ଟାର ସ୍ପୋର୍ଟସ-୧ ହିନ୍ଦୀ ଏଚଡି, ଷ୍ଟାର ସ୍ପୋର୍ଟସ-୧ତାମିଲ, ଷ୍ଟାର ସ୍ପୋର୍ଟସ-୧ତେଲୁଗୁ, ଷ୍ଟାର ସ୍ପୋର୍ଟସ-୧କନ୍ନଡରେ ସିଧା ପ୍ରସାରଣ ହେବ।

୪- ଅନଲାଇନରେ ମ୍ୟାଚ୍ କିପରି ଦେଖିବେ?:

ମ୍ୟାଚ୍ ର ଲାଇଭ୍ ଅନ୍ଲାଇନ୍ ଷ୍ଟ୍ରିମିଂ ଡିସ୍ନି + ହଟଷ୍ଟାର୍ ଆପ୍ ରେ ଦେଖିବାକୁ ମିଳିବ। ଏଥିପାଇଁ ଆପଣଙ୍କୁ ଏହି ଆପକୁ ସବସ୍କ୍ରାଇବ କରିବାକୁ ପଡିବ।

ବାଙ୍ଗାଲୋର ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡ୍: ରୋହିତ ଶର୍ମା (କ୍ୟାପଟେନ), ପ୍ରିୟଙ୍କା ପଞ୍ଚଲ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ହନୁମା ବିହାରୀ, ଶୁଭମାନ ଗିଲ, ଋଷଭ ପନ୍ତ (ଡବ୍ଲୁ.କେ), କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, ଅକ୍ଷର ପଟେଲ, ସୌରଭ କୁମାର, ମହମ୍ମଦ ସିରାଜ, ଉମେଶ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ)।

Related posts