ଇତିହାସ ରଚିଲେ ପିଭି ସିନ୍ଧୁ, ଜିତିଲେ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ୍

Published: Mar 27, 2022, 5:45 pm IST

ନୂଆଦିଲ୍ଲୀ: ଆଜି ସ୍ୱିସ୍ ଓପନ୍ ସୁପର ୩୦୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତର ଶ୍ରେଷ୍ଠ ମହିଳା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଚଳିତ ସିଜନର ଦ୍ୱିତୀୟ ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଟୁର୍ଣ୍ଣାମେଣ୍ଟରେ ତାଙ୍କର ଦ୍ୱିତୀୟ କ୍ରମାଗତ ଫାଇନାଲ୍ ଖେଳି ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଥାଇଲ୍ୟାଣ୍ଡର ଖେଳାଳି ବୁସାନାନଙ୍କୁ ୨୧-୧୬, ୨୧-୮ ରେ ପରାସ୍ତ କରିଛନ୍ତି।

ବୁସାନାନ ବିପକ୍ଷ ୧୬ ଟି ମ୍ୟାଚରେ ଏହା ସିନ୍ଧୁଙ୍କର ୧୬ ତମ ବିଜୟ। ୨୦୧୯ ହଂକଂ ଓପନରେ ସେ କେବଳ ଥରେ ତାଙ୍କୁ ହରାଇଛନ୍ତି। ଗତ ସିଜନର ଫାଇନାଲରେ ସିନ୍ଧୁ ରିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସ୍ପେନର କାରୋଲିନା ମାରିନଙ୍କୁ ହରାଇଥିଲେ।

Related posts