Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଆଥଲେଟମାନଙ୍କ ଦ୍ୱାରା ୧୭ଟି ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ
ଆଜିର ଖବର

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଆଥଲେଟମାନଙ୍କ ଦ୍ୱାରା ୧୭ଟି ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ

March 30, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍‌ଲେଟିକ୍ସ ହାଇ ପରଫର୍‌ମାନ୍ସ ସେଂଟର (ଏଚ୍‌ପିସି)ର ଆଥ୍‌ଲେଟମାନେ ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପରଫର୍‌ମାନ୍ସ ଗ୍ରେଡେଡ ରେସ୍ ସିରିଜ୍‌ର ଫାଇନାଲରେ ଉଲ୍ଲେଖନୀୟ ଭାବରେ ୧୭ଟି ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ସମୟ ହାସଲ କରିଛନ୍ତି। ପରଫର୍‌ମାନ୍ସ ଗ୍ରେଡେଡ ରେସ୍ ଭଳି ଅନନ୍ୟ ଚିନ୍ତାଧାରାକୁ ଏଚ୍‌ପିସି ମୁଖ୍ୟ କୋଚ୍ ଜେମ୍ସ ହିଲିଅର୍ ପ୍ରଚଳନ କରିଥିଲେ, ଯାହା ଚିରାଚରିତ ଅଭ୍ୟାସ ଧାରାରୁ ଯଥେଷ୍ଟ ଭିନ୍ନ ଅଟେ। ଏଥିରେ ଆଥ୍‌ଲେଟମାନେ ବୟସ ଓ ଲିଙ୍ଗ ନିର୍ବିଶେଷରେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ନିଜସ୍ୱ ସମୟ ଭିତିରେ ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି।

ଏହି କ୍ରୀଡା କାର୍ଯ୍ୟକ୍ରମରେ ମୋଟ ୩୦ଟି ବ୍ୟକ୍ତିଗତ ଇଭେନ୍ଟ ଆୟୋଜିତ ହୋଇଥିଲା ଏବଂ ସେଥିରେ ସମଗ୍ର ରାଜ୍ୟରୁ ଆଥ୍‌ଲେଟମାନେ ଏଚ୍‌ପିସିର ଆଥଲେଟମାନଙ୍କ ସହିତ ସାମିଲ ହୋଇ ଉଚ୍ଚ ମାନର ପ୍ରତିଯୋଗିତା ପ୍ରଦର୍ଶନ କରିଥିଲେ, ଯାହା “ଆଥ୍‌ଲେଟମାନେ ଉତ୍କର୍ଷ ହାସଲ କରିବାକୁ ଏକ ସ୍ଫୁର୍ତିଶୀଳ, ଶକ୍ତିପ୍ରଦ ପରିବେଶ’ ବୋଲି ହିଲିଅର୍ ବର୍ଣ୍ଣନା କରିଛନ୍ତି। ପ୍ରଥମ ଥର ପାଇଁ ପାରା ଆଥ୍‌ଲେଟମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ୧୦୦ ମିଟର ରେସ୍ ଆୟୋଜନ କରାଯାଇଥିଲା ଏବଂ ସେଥିରେ ସାତଜଣ ଆଥ୍‌ଲେଟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅନେକ ପାରା ଆଥ୍‌ଲେଟ ମଧ୍ୟ ଲଙ୍ଗ ଜମ୍ପ୍‌ରେ ପ୍ରତିଯୋଗିତା କରିଥିଲେ।

“ଆମେମାନେ ଏକ ନୂଆ ଚିନ୍ତାଧାରା ସୃଷ୍ଟି କରିବା ଏବଂ ଯାହା ଭାରତରେ ପୂର୍ବରୁ କେବେ ହୋଇନାହିଁ, ସେହିଭଳି କରିବାକୁ ମୁଁ ଚାହିଁଥିଲି” ବୋଲି ହିଲିଅର୍ କହିଛନ୍ତି। “ଆମେ ସବୁ ସ୍ତରରେ ଆଥ୍‌ଲେଟମାନଙ୍କ ପାଇଁ ଏକ ଅତ୍ୟନ୍ତ ଉଚ୍ଚ ସ୍ତରୀୟ ଆଥ୍‌ଲେଟ କୈନ୍ଦ୍ରିକ ପ୍ରତିଯୋଗିତା ସୁଯୋଗ ସୃଷ୍ଟି କରିବାକୁ ଚାହିଁଥିଲୁ। ମୁଁ ଭାବୁଛି ଆମେ ନିଶ୍ଚିତ ଭାବରେ ତାହା ହାସଲ କରିଛୁ ଏବଂ ପ୍ରତିଯୋଗିତାରେ ଆଥ୍‌ଲେଟମାନଙ୍କ ଦ୍ୱାରା ବିପୁଳ ସଂଖ୍ୟାରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ ହେବା ତାହାକୁ ପ୍ରତିପାଦିତ କରୁଛି। ଆମେ ମଧ୍ୟ ଆମର ମୁଖ୍ୟ ସକ୍ଷମ ରେସ୍ ଗୁଡିକ ମଧ୍ୟରେ ପାରା ଆଥ୍‌ଲେଟମାନଙ୍କୁ ସାମିଲ କରିବାକୁ ଚାହିଁଥିଲୁ, ସେଥିପାଇଁ ସକ୍ଷମମାନଙ୍କର ୧୦୦ ମିଟର ରେସ୍ ପରେ ପାରା ୧୦୦ ମିଟର ରେସ୍ ମଧ୍ୟ ଆୟୋଜନ କରିଥିଲୁ।”

ଅଂଶଗ୍ରହଣ କରିଥିବା ଆଥ୍‌ଲେଟମାନଙ୍କ ମଧ୍ୟରେ ଯେଉଁମାନଙ୍କୁ ହିଲିଅର୍ ସ୍ୱତନ୍ତ୍ର ପ୍ରଶଂସା କରିଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଜ୍ୟୋତି ୟାରାଜୀ, ଯିଏ ଅଣଆନୁଷ୍ଠାନିକ ଭାବରେ ୧୦୦ ମିଟର ହର୍ଡଲ୍ସକୁ ରେକର୍ଡ ସମୟ ମଧ୍ୟରେ ଦୌଡିବା ସହିତ ୧୩.୨୫ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ। ସେହିଭଳି ସିନିୟର ଓପନ୍ ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଅମ୍ଲାନ ବୋର୍‌ଗୋହେନ୍ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ୧୦୦ ଓ ୨୦୦ ମିଟର ଡବଲ୍‌କୁ ଯଥାକ୍ରମେ ୧୦.୭୪ ଓ ୨୦.୯୨ ସେକେଣ୍ଡରେ ଅତିକ୍ରମ କରିଥିଲେ, ଯାହା ଚଳିତ ସିଜନ୍‌ରେ ତାଙ୍କର ସର୍ବୋତମ ସମୟ ଥିଲା। ସୁନ୍ଦରଗଡ ଜିଲାରୁ ଆସିଥିବା କିଶୋରୀ ସବିତା ଟପ୍ପୋତାଙ୍କର ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ ଏବଂ ୧୦୦ ମିଟର ହର୍ଡଲ୍ସରେ ୨୦୨୧ରେ ହାସଲ କରିଥିବା ତାଙ୍କର ବ୍ୟକ୍ତିଗତ ସମୟ ୧୪.୬୬ ସେକେଣ୍ଡରେ ଉନ୍ନତି ଘଟାଇ ସେ ତାହାକୁ ୧୪.୫୦ ସେକେଣ୍ଡରେ ଅତିକ୍ରମ କରିଥିଲେ। ଅଭିଷେକ ଦଳବେହେରା, ଆର‌୍ୟନ୍ ଏକ୍କା, ଗ୍ରେସିସନ ଜୀଭା ଏବଂ ମୌମିତା ମଣ୍ଡଳ ଆଦି ଏଚ୍‌ପିସିର ଅନ୍ୟ ଆଥ୍‌ଲେଟମାନେ ସେମାନଙ୍କର ନିଜସ୍ୱ ଇଭେନ୍ଟରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ କରିଥିଲେ।

“ପର୍‌ଫରମାନ୍ସ ଗ୍ରେଡେଡ ରେସ୍ ଆଥ୍‌ଲେଟମାନଙ୍କୁ ସବୁ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ମନୋଭାବସଂପନ୍ନ ହେବା ଏବଂ ସେମାନଙ୍କର ପ୍ରତିଭା ସ୍ତରକୁ ଭିତିକରି ସର୍ବୋତମ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଥାଏ,” ବୋଲି ହିଲିଅର କହିଛନ୍ତି। “କେତେକ ରେସ୍‌ରେ ଅଧିକ ଅଭିଜ୍ଞ ଆଥ୍‌ଲେଟ ନଥାଇ ମଧ୍ୟ ସେଥିରେ ଅନେକ ଚମତ୍କାର ସମୟ ହାସଲ ହେବା ଦେଖି ଅତ୍ୟନ୍ତ ଆନନ୍ଦିତ ଲାଗୁଛି, ବୋଲି ସେ କହିଛନ୍ତି।”

ଏହି ପ୍ରଦର୍ଶନ ଆସନ୍ତା ମାସରେ କେରଳର କାଲିକଟ୍ ଠାରେ ହେବାକୁ ଯାଉଥିବା ଫେଡେରେସନ କପ୍‌ର ଠିକ୍ ପୂର୍ବରୁ ଲକ୍ଷ୍ୟ କରାଯାଇଛି, ଯେଉଁଠାରେ ରିଲାଏନ୍ସ ଫାଉଣ୍ଡେସନ୍ ଓଡିଶା ଆଥଲେଟିକ୍ସ ଏଚ୍‌ପିସିର ଦଶ ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଏଠିକାର ଆଥଲେଟ୍ ମାନେ ଅନେକ ପଦକ ହାସଲ କରିବା ନେଇ ହିଲିଅର୍ ଆଶା ରଖିଛନ୍ତି, ତଥାପି ତାଙ୍କର ଦୃଷ୍ଟି ବୃହତର ଫଳାଫଳ ଉପରେ ନିବଦ୍ଧ ରହିବ। ଓଡ଼ିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନ୍‌ର ଏକ ମିଳିତ ପ୍ରୟାସ ଏହି ଏଚ୍‌ପିସି ଆନୁଷ୍ଠାନିକ ଭାବରେ ୨୦୧୯ରେ କାର୍ଯ୍ୟ ଆରମ୍ଭ କରିଥିଲା । ହିଲିଅର୍‌ଙ୍କ ବିଶ୍ୱାସ ଯେ ଏହା ସମଗ୍ର ଦେଶରେ ଏହିଭଳି ଧରଣର ଅନ୍ୟ ପ୍ରୟାସ ପାଇଁ ଏକ ମାନକ ସ୍ଥାପନ କରିବ।

“ମୁଁ ପ୍ରଶିକ୍ଷଣ ଦେଉଥିବାବେଳେ ଚେଷ୍ଟା କରୁଛି ଏବଂ ଏହା ମଧ୍ୟ ଲକ୍ଷ୍ୟ କରୁଛି ଯେ ଗତ ଅଢେଇ ବର୍ଷ ମଧ୍ୟରେ କୋଭିଡ ପ୍ରଭାବିତ ସମୟରେ ଆମେ କେତେଦୂର ଆସିପାରିଛୁ ଏବଂ ଆମେ କେତେ ସଫଳତା ହାସଲ କରିପାରିଛୁ,” ବୋଲି ହିଲିଅର କହିଛନ୍ତି। “ସାମ୍ପ୍ରତିକ ବିଷୟଗୁଡିକ ଉପରେ ଦୃଷ୍ଟି କେନ୍ଦ୍ରୀଭୁତ କରିବା ସହଜ ଏବଂ ଅନେକ ସମୟରେ ଆମେ ଆମର ଚମତ୍କାର ଯାତ୍ରା ଉପରେ ଦୃଷ୍ଟି ପକାଇବାକୁ ଯଥେଷ୍ଟ ସମୟ ପାଉନାହୁଁ। ଆମ ଆଥ୍‌ଲେଟମାନଙ୍କୁ ଉଚ୍ଚ ମାନର କୋଚିଂ ଦେବା ଉପରେ ଆମର ପ୍ରାଧାନ୍ୟ ଜାରି ରିହବ, ତାହାସହିତ କୋଚ୍ ବିକାଶ ଏବଂ ଓଡ଼ିଶାରେ ଆଥ୍‌ଲେଟ ଓ ଆଥ୍‌ଲେଟିକ୍ସର ସାମଗ୍ରିକ ବିକାଶ ଦିଗରେ ଆମର ଉଦ୍ୟମ ଜାରି ରହିବ। ଯଦ୍ଦ୍ୱାରା ରାଜ୍ୟେ ଅଧିକରୁ ଅଧିକ ସଂଖ୍ୟାରେ ଯୁବବର୍ଗ ଆଥ୍‌ଲେଟିକ୍ସରେ ଅଂଶଗ୍ରହଣ କରିବା ଏବଂ ଏଚ୍‌ପିସିକୁ ଆସୁଥିବା ପ୍ରତିଭାମାନଙ୍କର ମାନରେ ବ୍ୟାପକ ଉନ୍ନତି ସାଧନ ମଧ୍ୟ ଆମ ପାଇଁ ନିରନ୍ତର ପ୍ରାଧାନ୍ୟର ବିଷୟ ରହିବ। ଆମର ମନେହୁଏ ଯେ ଆମ ଯଦି ଏହି ତିନିଟି ବିଷୟକୁ ଆଗକୁ ଆଗକୁ ବଢାଇ ଚାଲିବା ତେବେ ଆମେ ଆମ କାର୍ଯ୍ୟକ୍ରମର ସଫଳତାରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇ ପାରିବା।”

“ଆମେ ଶିକ୍ଷା କ୍ଲାସ ପରିଚାଳନା କରୁଛୁ, ଆଥ୍‌ଲେଟମାନଙ୍କୁ କମ୍ପ୍ୟୁଟର, କୌଣସି ଏକ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ବିଷୟ ଶିଖିବାକୁ ସୁଯୋଗ ଦେଉଛୁ ଯାହା ସେମାନଙ୍କୁ ସେମାନଙ୍କର ସାମଗ୍ରିକ ଶିକ୍ଷା ଏବଂ ନିଜକୁ ସର୍ବସମ୍ମୁଖରେ ଉପସ୍ଥାପିତ କରିବାରେ ସହାୟକ ହେବ,” ବୋଲି ସେ କହିଛନ୍ତି। “ଆମେ ଆଥ୍‌ଲେଟମାନଙ୍କୁ ପ୍ରାଥମିକ ଭାବରେ ମଣିଷ ଭାବରେ ଆଚରଣ କରୁଛୁ ଏବଂ ଏହା ଦୃଢ ଭାବରେ ଅନୁଭବ କରୁଛୁ ଯେ ଜଣେ ସୁପ୍ରସ୍ତୁତ ଆଥ୍‌ଲେଟ କେବଳ ଟ୍ରାକ୍‌ରେ ଭଲ ପ୍ରଦର୍ଶନ କରିବେ ନାହିଁ, ତାହାସହିତ ସମାଜ ପାଇଁ ମଧ୍ୟ ଅଧିକ ମୂଲ୍ୟବାନ ଅବଦାନ ଦେଇପାରିବେ।”

କଳିଙ୍ଗ ଷ୍ଟାଡିୟମ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Latest News

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.