
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ର ପଏଣ୍ଟ ଟେବୁଲରେ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ପହଞ୍ଚିଛି। ଦିଲ୍ଲୀ ବିପକ୍ଷରେ ୧୫ ରନ୍ ବିଜୟ ପରେ ରାଜସ୍ଥାନର ସ୍ଥିତିରେ ଉନ୍ନତ ହୋଇଛି। ଏହି ଦଳ ୭ ଟି ମ୍ୟାଚରେ ୫ ଟି ବିଜୟ ସହିତ ୧୦ ପଏଣ୍ଟ ପାଇଛି। ରାଜସ୍ଥାନ ସହିତ ଗୁଜୁରାଟ ଟାଇଟାନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମଧ୍ୟ ୧୦-୧୦ ପଏଣ୍ଟ ରହିଛି। କିନ୍ତୁ ରନ୍ ହାର ଦୃଷ୍ଟିରୁ ଏହି ଦୁଇ ଦଳ ରାଜସ୍ଥାନଠାରୁ ପଛରେ ଅଛନ୍ତି।
ରାଜସ୍ଥାନର ଖେଳାଳିମାନେ ପର୍ପଲ ଏବଂ ଅରେଞ୍ଜ କ୍ୟାପ୍ ମଧ୍ୟ ରଖିଛନ୍ତି। ଏପର୍ଯ୍ୟନ୍ତ ୟୁଜଭେନ୍ଦ୍ର ଚହଲ ୧୮ ଟି ୱିକେଟ୍ ନେଇ ପର୍ପଲ କ୍ୟାପ ନିଜ ପାଖରେ ରଖିଛନ୍ତି। ଏଥିସହିତ ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲର୍ ଚଳିତ ସିଜିନର ସର୍ବାଧିକ ରନ୍ ସ୍କୋରରଙ୍କ ଉପରେ ରହିଛନ୍ତି। ଆଇପିଏଲ ପଏଣ୍ଟ ଟେବୁଲର ସର୍ବଶେଷ ସ୍ଥିତି ବିଷୟରେ ଆସନ୍ତୁ ଜାଣିବା…
.ନଂ | ଦଳ | ମ୍ୟାଚ | ବିଜୟ | ପରାଜୟ | ନେଟ ରନ ରେଟ | ପଏଣ୍ଟସ୍ |
୧ | ରାଜସ୍ଥାନ | ୭ | ୫ | ୨ | ୦.୪୩୨ | ୧୦ |
୨ | ଗୁଜୁରାଟ | ୬ | ୫ | ୧ | ୦.୩୯୫ | ୧୦ |
୩ | ବେଙ୍ଗୁଲୁରୁ | ୭ | ୫ | ୨ | ୦.୨୫୧ | ୧୦ |
୪ | ଲକ୍ଷ୍ନୌ | ୭ | ୪ | ୩ | ୦.୧୨୪ | ୮ |
୫ | ହାଇଦ୍ରାବାଦ | ୬ | ୪ | ୪ | -୦.୦୭୭ | ୮ |
୬ | ଦିଲ୍ଲୀ | ୭ | ୩ | ୪ | ୦.୭୧୫ | ୬ |
୭ | କୋଲକୋତା | ୭ | ୩ | ୪ | ୦.୧୬୦ | ୬ |
୮ | ପଞ୍ଜାବ | ୭ | ୩ | ୪ | -୦.୫୬୨ | ୬ |
୯ | ଚେନ୍ନାଇ | ୬ | ୨ | ୫ | -୦.୫୩୪ | ୪ |
୧୦ | ମୁମ୍ବାଇ | ୬ | ୦ | ୭ | -୦.୮୯୨ | ୦ |
ଅରେଞ୍ଜ କ୍ୟାପ:
କ୍ର.ନଂ | ବ୍ୟାଟ୍ସମ୍ୟାନ | ମ୍ୟାଚ | ରନ |
୧ | ଜୋସ ବଟଲର | ୭ | ୪୯୧ |
୨ | କେ ଏଲ ରାହୁଲ | ୭ | ୨୬୫ |
୩ | ପୃଥ୍ବୀ ଶ’ | ୭ | ୨୫୪ |
ପର୍ପଲ କ୍ୟାପ:
କ୍ର.ନଂ | ବୋଲର | ମ୍ୟାଚ | ୱିକେଟ |
୧ | ୟୁଜବେନ୍ଦ୍ର ଚହଲ | ୭ | ୧୮ |
୨ | କୁଳଦୀପ ଯାଦବ | ୭ | ୧୩ |
୩ | ଡ୍ୱେନ ବ୍ରାଭୋ | ୭ | ୧୨ |