Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇ ବିରୋଧରେ ବିଜୟ ସତ୍ତ୍ୱେ କେ.ଏଲ୍ ରାହୁଲଙ୍କୁ ଲାଗିଲା ଝଟକା, ଦେବାକୁ ପଡିବ ୨୪ ଲକ୍ଷ ଜରିମାନା
ଆଜିର ଖବର

ମୁମ୍ବାଇ ବିରୋଧରେ ବିଜୟ ସତ୍ତ୍ୱେ କେ.ଏଲ୍ ରାହୁଲଙ୍କୁ ଲାଗିଲା ଝଟକା, ଦେବାକୁ ପଡିବ ୨୪ ଲକ୍ଷ ଜରିମାନା

April 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ମନ୍ଥର ଗତି ବୋଲିଂ ପାଇଁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ସଂସ୍କରଣରେ ରାହୁଲଙ୍କ ଏହା ଦ୍ୱିତୀୟ ଥର ପାଇଁ ମନ୍ଥର ଗତି ବୋଲିଂ ଥିଲା। ଏହାପୂର୍ବରୁ କେଏଲ ରାହୁଲଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଥିଲା। ଆଇପିଏଲ ଏକ ବିବୃତ୍ତିରେ କହିଛି ଯେ, କେଏଲ ରାହୁଲଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା ଏବଂ ବାକି ଖେଳୁଥିବା ଏକାଦଶକୁ ୬ ଲକ୍ଷ ଟଙ୍କା କିମ୍ବା ମ୍ୟାଚ ଫି ର ୨୫% ଜରିମାନା କରାଯାଇଛି।

ଚଳିତ ସିଜନରେ ଦ୍ୱିତୀୟ ଥର ପାଇଁ କେଏଲ ରାହୁଲ ଧୀର ଓଭର ହାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦି ଏହି ସଂସ୍କରଣରେ କେ.ଏଲ୍ ରାହୁଲ ପୁଣିଥରେ ଏଭଳି ମନ୍ଥର ବୋଲିଂ କରନ୍ତି, ତେବେ ତାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ପ୍ରତିବନ୍ଧକ ଲାଗିବ। ମୁମ୍ବାଇ ବିପକ୍ଷରେ ୬୨ ବଲରୁ ଅପରାଜିତ ୧୦୩ ଟି ଖେଳି ଦଳ ଜିତିବାରେ କେଏଲ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୬୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ମୁମ୍ବାଇ ଦଳ ମାତ୍ର ୧୩୨ ରନ ସ୍କୋର କରି ମ୍ୟାଚକୁ ୩୬ ରନରେ ହରାଇଥିଲା। ଏହି ବିଜୟ ସହିତ ଲକ୍ଷ୍ନୌ ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।

ମୁମ୍ବାଇ ବିପକ୍ଷରେ କେଏଲ ରାହୁଲ ୬୨ ବଲରେ ୧୪ ଚୌକା ଓ ଦୁଇଟି ଛକା ସହ ୧୦୩ ରନ୍ ସଂଗ୍ରହ କରିଥିଲେ। ଏହି ସଂସ୍କରଣରେ କେ.ଏଲ୍ ରାହୁଲ ତାଙ୍କର ଦ୍ୱିତୀୟ ଶତକ ସ୍କୋର କରିଥିଲେ ଏବଂ ଆଇପିଏଲ୍ ରେ ଏହା ତାଙ୍କର ଚତୁର୍ଥ ଶତକ ଥିଲା। ସେ ଏହା କରିବାରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଛନ୍ତି। ଏହା ବ୍ୟତୀତ ସେ ଏପର୍ଯ୍ୟନ୍ତ ଟି-୨୦ କ୍ରିକେଟ୍ ରେ ମୋଟ ୬ ଟି ଶତକ ହାସଲ କରିଛନ୍ତି ଏବଂ ଏହା ସହ ସେ ରୋହିତ ଶର୍ମାଙ୍କ ସହ ସମକ୍ଷକ ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇଦେଇଛନ୍ତି। ଟି-୨୦ କ୍ରିକେଟରେ ବିରାଟ କୋହଲିଙ୍କ ନାମରେ ୫ ଶତକ ରହିଛି। ବର୍ତ୍ତମାନ, ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କର ୬-୬ ଶତକ ରହିଛି।

କେ.ଏଲ୍ ରାହୁଲ ଜରିମାନା ମୁମ୍ବାଇ ଲକ୍ଷ୍ନୌ ସୁପର ଜିଆଣ୍ଟସ୍
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Latest News

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026

ସହରାଞ୍ଚଳ ପରିମଳ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ତ୍ରିପାକ୍ଷିକ ବୁଝାମଣା ସ୍ବାକ୍ଷରିତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.