ଚେନ୍ନାଇରେ ହେବାକୁ ଥିବା ଚେସ ଅଲମ୍ପିୟାଡରେ ଖେଳିବେ ପଦ୍ମନୀ ରାଉତ

Published: May 4, 2022, 12:46 am IST

ଭୁବନେଶ୍ବର: ଚେନ୍ନାଇରେ ହେବାକୁ ଥିବା 44ତମ ଚେସ ଅଲମ୍ପିୟାଡ ଖେଳିବେ ପଦ୍ମନୀ ରାଉତ। ସେ ଏଥିପାଇଁ ମନୋନିତ ହୋଇଛନ୍ତି। ଏହି ପ୍ରତିଯୋଗୀତା ଚେନ୍ନାଇରେ ଆସନ୍ତା ଜୁଲାଇ 28 ତାରିଖରୁ ଆରମ୍ଭ ହେବ। ଏହି ପ୍ରତିଯୋଗୀତା ଅଗଷ୍ଟ 10 ପର୍ଯ୍ୟନ୍ତା ଚାଲିବ।

ଭାରତ ଆୟୋଜକ ଭାବରେ ପ୍ରତ୍ୟେକ ଦଳ ଦୁଇଟି ଦଳ କରିବାକୁ ନିଷ୍ପତି ହୋଇଛି। ତାହା ହେଲା ଓପନ୍ କ୍ୟାଟେଗୋରୀ ଏବଂ ପ୍ରଥମ ଥର ପାଇଁ ମହିଳା ବିଭାଗ ଆରମ୍ଭ କରାଯାଇଛି। ଏହା ନିଶ୍ଚିତ ଭାବରେ 14 ଦିନିଆ ଇଭେଣ୍ଟରେ ପଦକ ସମ୍ଭାବନାକୁ ବଢେଇ ଦେଇଛି। ଏଥିରେ ପ୍ରାୟ 150 ରୁ ଅଧିକ ଦେଶରୁ ବିଶ୍ବର ଶୀର୍ଷରେ ଥିବା ଖେଳାଳୀ ଅଂଶଗ୍ରହଣର କରିବେ ବୋଲି ଜଣାପଡିଛି।

Related posts