Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ନିମନ୍ତେ ଲୋଗୋ, ଆନ୍ଥେମ୍ (ସଙ୍ଗୀତ), ଜର୍ସି, ମାସ୍କଟ୍‌ ଉନ୍ମୋଚିତ
ଆଜିର ଖବର

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ନିମନ୍ତେ ଲୋଗୋ, ଆନ୍ଥେମ୍ (ସଙ୍ଗୀତ), ଜର୍ସି, ମାସ୍କଟ୍‌ ଉନ୍ମୋଚିତ

May 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ (ଯୁବ କ୍ରୀଡା)ରେ ସାରା ଦେଶରୁ ୮୫୦୦ ଖେଳାଳିଙ୍କୁ ନେଇ ଏକ ସର୍ବ ବୃହତ୍ ଦଳ ଅଂଶଗ୍ରହଣ କରିବେ। କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ପଂଚକୁଲାସ୍ଥିତ ଇନ୍ଦ୍ରଧନୁଷ ଅଡିଟୋରିୟମ୍‌ରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୨୦୨୧ ପାଇଁ ଲୋଗୋ, ଆନ୍ଥେମ୍ (ସଙ୍ଗୀତ), ଜର୍ସି ଏବଂ ମାସ୍କଟ୍‌କୁ ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୨% ଜନସଂଖ୍ୟା ବିଶିଷ୍ଟ ହରିୟାଣା ଦେଶକୁ ଅଧିକାଂଶ କ୍ରୀଡା ପ୍ରତିଯୋଗିତାରେ ପଦକ ହାସଲ କରିବାରେ ଏକ ପ୍ରମୁଖ ଅଂଶ ଗ୍ରହଣ କରିଛି।

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌, ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା, ହରିୟାଣା ବିଧାନସଭାର ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା, କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ, ଭାରତ ସରକାରଙ୍କ ପୂର୍ବତନ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ରତନ ଲାଲ୍ କଟାରିଆ ଏବଂ ହରିୟାଣାର ମୁଖ୍ୟ ସଚିବ ସଞ୍ଜୀବ କୌଶଲ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପାରମ୍ପରିକ ଖେଳ ଗୁଡିକର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ, ଠାକୁର ଏହା କହିଥିଲେ ଯେ, ପାଂଚ ପ୍ରକାରର ପାରମ୍ପରିକ କ୍ରୀଡା, ଯଥା : ଗଟକା, କଲାରୀପାୟଟ୍ଟୁ, ଥାଙ୍ଗ୍ – ତା, ମଲ୍ଲଖମ୍ବା ଏବଂ ଯୋଗାସନ ଆଗାମୀ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଅଂଶ ବିଶେଷ ହେବ। ସେ କହିଥିଲେ ଯେ, ୟୁଥ୍ ଗେମ୍ସ (ଯୁବ କ୍ରୀଡା) ଏବଂ ନିକଟରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଅଧୀନରେ ଆୟୋଜିତ ୟୁନିଭର୍ସିଟି ଗେମ୍ସ (ବିଶ୍ୱବିଦ୍ୟାଳୟ କ୍ରୀଡା) ନିଶ୍ଚିତ ରୂପରେ ଯୁବକ ମାନଙ୍କର ଭବିଷ୍ୟତର ବଡ ଲକ୍ଷ୍ୟ ଗୁଡିକ ନିମନ୍ତେ ଆଗେଇ ଯିବା ପାଇଁ ପ୍ରେରଣା ଯୋଗାଇବ। ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ କହିଥିଲେ ଯେ, ଭାରତ ସରକାର କ୍ରୀଡାବିତ୍ ମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ପ୍ରୟାସ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରୁଛି।

ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ କହିଥିଲେ ଯେ, ରାଜ୍ୟ ଏହି ଆୟୋଜନର ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡିଛି। ସେ ହରିୟାଣାକୁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ର ଆୟୋଜନ କରିବା ନିମନ୍ତେ ଅବସର ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ରାଜ୍ୟ ଦେଶ ପାଇଁ କେବଳ ଖାଦ୍ୟ ଉତ୍ପାଦନ କରୁନାହିଁ, ଖେଳାଳି ମାନଙ୍କ ମାଧ୍ୟମରେ ପଦକ ମଧ୍ୟ ଉପାର୍ଜନ କରୁଛି । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ କହିଥିଲେ ଯେ, ଖେଳ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଭଲ ଅଟେ।

ଏହି ଅବସରରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା, ହରିୟାନାର ଖେଳ ମନ୍ତ୍ରୀ ସନ୍ଦୀପ ସିଂହ, ବିଧାନସଭାର ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା ଏବଂ ପୂର୍ବତନ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ରତନ ଲାଲ୍ କଟାରିଆଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏଠାରେ ଉପସ୍ଥିତ ଥିଲେ।

କଳା ହରିଣ ‘ଜୟ’ ଏବଂ ବାଘ ‘ବିଜୟ’ ହେଉଛନ୍ତି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ମାସ୍କଟ୍। ଖେଲୋ ଇଣ୍ଡିଆ ୟୁଥ ଗେମ୍ସ – ୨୧ ନିମନ୍ତେ ହରିୟାନାର ମାସ୍କଟ୍‌ର ନାମ ହେଉଛି ‘ଧାକଡ୍‌’। ୪ ଜୁନ୍‌ରୁ ୧୩ ଜୁନ୍ ପର୍ଯ୍ୟନ୍ତ ହରିୟାନାରେ ଚତୁର୍ଥ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026
Latest News

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.