ଇଂଲଣ୍ଡ ବିରୋଧରେ ଟେଷ୍ଟ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆର ଘୋଷଣା, ଦେଖନ୍ତୁ କିଏ ପାଇଲେ ସ୍ଥାନ

Published: May 22, 2022, 6:23 pm IST

ନୂଆଦିଲ୍ଲୀ: ଭାରତୀୟ ଦଳ ଜୁନରେ ଇଂଲଣ୍ଡ ବିପକ୍ଷରେ ୧ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏଥିପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବାସ୍ତବରେ, ଗତ ବର୍ଷ ଯେତେବେଳେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିଲେ, ସେତେବେଳେ କେବଳ ୪ ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ସେହି ସିରିଜର ଅବଶିଷ୍ଟ ୧ ଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଏଥିସହିତ କେ.ଏଲ୍ ରାହୁଲ ଦଳର ଉପ ଅଧିନାୟକ ହେବେ। ୱିକେଟ୍ କିପର ଭାବରେ ଋଷଭ ପନ୍ତଙ୍କ ବ୍ୟତୀତ କେ.ଏସ୍ ଭରତଙ୍କୁ ମଧ୍ୟ ସ୍ଥାନ ମିଳିଛି।

ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଆଇପିଏଲରେ ଭଲ ବୋଲିଂର ପୁରସ୍କାର ମିଳିଛି। ଇଂଲଣ୍ଡ ବିପକ୍ଷ ଏହି ସିରିଜ ପାଇଁ ଯାଦବ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ଚେତେଶ୍ୱର ପୂଜାରା ମଧ୍ୟ ଫେରିଛନ୍ତି। ଚେତେଶ୍ୱର ପୂଜାରା କ୍ରମାଗତ ଭାବେ କାଉଣ୍ଟି କ୍ରିକେଟ୍ ରେ ରନ୍ ସ୍କୋର କରୁଛନ୍ତି। ରବିନ୍ଦ୍ର ଜାଡେଜା ଏବଂ ରବି ଚନ୍ଦ୍ରନ ଅଶ୍ୱିନ୍ ସ୍ପିନ୍ ବୋଲିଂ ପରିଚାଳନା କରିବେ। ସୂଚନାଯୋଗ୍ୟ ଯେ ଇଂଲଣ୍ଡର ଏହି ଗସ୍ତରେ ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ବ୍ୟତୀତ ଟି -୨୦ ସିରିଜ୍ ଖେଳିବ। ଏହା ବ୍ୟତୀତ ଟିମ୍ ଇଣ୍ଡିଆ ମଧ୍ୟ ଆୟର୍ଲାଣ୍ଡ ବିପକ୍ଷରେ ଟି -୨୦ ମ୍ୟାଚ୍ ଖେଳିବ।

ଭାରତୀୟ ଦଳ ନିମ୍ନଲିଖିତ-

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ୱି.କି), କେ.ଏସ୍ ଭରତ (ୱି.କି), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣ।

Related posts