ପଞ୍ଚମ ଟେଷ୍ଟ ପରେ ଟିମ୍ ଇଣ୍ଡିଆ ଖେଳିବ ଟି -୨୦ ଏବଂ ଦିନିକିଆ ସିରିଜ୍, ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Published: Jun 16, 2022, 3:47 pm IST

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳ ଆଜି ଇଂଲଣ୍ଡ ଗସ୍ତକୁ ଯାଇଛନ୍ତି। ଇଂଲଣ୍ଡ ଗସ୍ତ ଜୁଲାଇ ୦୧ ତାରିଖରୁ ଆରମ୍ଭ ହେବ। ପ୍ରଥମେ ପୂର୍ବ ଭ୍ରମଣର ଅବଶିଷ୍ଟ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯିବ। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ। ତେବେ ଜୁନ୍ ୨୪ ତାରିଖରୁ ପ୍ରଥମେ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ।

ଇଂଲଣ୍ଡରେ ଟିମ୍ ଇଣ୍ଡିଆ ପ୍ରଥମେ ଜୁନ୍ ୨୪ ରୁ ୨୭ ତାରିଖ ମଧ୍ୟରେ ଲେଷ୍ଟେଷ୍ଟେୟାର୍ ସହିତ ୪ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ଖେଳିବ। ଏହା ପରେ ଜୁଲାଇରେ ୧ ତାରିଖରେ ଡର୍ବିସାୟର୍ ବିପକ୍ଷରେ ଏକ ୱାର୍ମ ଅପ୍ ଟି -୨୦ ମ୍ୟାଚ୍ ଖେଳାଯିବ। ଏହା ପରେ ପଞ୍ଚମ ଟେଷ୍ଟ ଏବଂ ତା’ପରେ ସୀମିତ ଓଭର ସିରିଜ୍ ଖେଳାଯିବ।

ଭାରତ-ଇଂଲଣ୍ଡ ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏଠାରେ ଜାଣନ୍ତୁ…

ଜୁଲାଇ ୧ ତାରିଖ- ପଞ୍ଚମ ଟେଷ୍ଟ- (ପୁନଃ ନିର୍ଦ୍ଧାରିତ ମ୍ୟାଚ୍) – ଏଜବାଷ୍ଟନ୍, ବର୍ମିଂହାମ୍।

ଜୁଲାଇ ୦୭ ତାରିଖ- ପ୍ରଥମ ଟି-୨୦:- ସାଉଥମ୍ପଟନ୍

ଜୁଲାଇ ୦୯ ତାରିଖ- ଦ୍ୱିତୀୟ ଟି-୨୦:- ବର୍ମିଂହାମ୍

ଜୁଲାଇ ୧୦ ତାରିଖ- ତୃତୀୟ ଟି-୨୦:- ନଟିଂହାମ୍

ଜୁଲାଇ ୧୨ ତାରିଖ- ପ୍ରଥମ ଦିନିକିଆ:- ଲଣ୍ଡନ

ଜୁଲାଇ ୧୪ ତାରିଖ- ଦ୍ୱିତୀୟ ଦିନିକିଆ:- ଲଣ୍ଡନ

ଜୁଲାଇ ୧୭ ତାରିଖ- ତୃତୀୟ ଦିନିକିଆ- ମେଣ୍ଟେଷ୍ଟର

ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ପାଇଁ ଇଣ୍ଡିଆନ୍ ସ୍କ୍ୱାଡ୍- ରୋହିତ ଶର୍ମା (କ୍ୟାପଟେନ୍), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର୍, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ଡବ୍ଲୁ.କେ), କେ.ଏସ୍ ଭରତ (ଡବ୍ଲୁ.କେ), ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣ।

Related posts