ଆଜି ଆଭେଶଙ୍କ ସ୍ଥାନରେ ଉମରନ୍ କିମ୍ବା ଆର୍ଶଦୀପଙ୍କୁ ମିଳବ କି ସୁଯୋଗ? କ’ଣ କହିଲେ ଆକାଶ ଚୋପ୍ରା

Published: Jun 17, 2022, 3:21 pm IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ ସିରିଜରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସମସ୍ତ ତିନୋଟି ମ୍ୟାଚ୍‌ରେ ଭାରତୀୟ ଦଳ ସମାନ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛି।

ପ୍ରକାଶ ଥାଉକି, ଆଜି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଟି -୨୦ ରେ ଆଭେଶ ଖାନଙ୍କ ସ୍ଥାନରେ ଉମରନ୍ ମଲିକ୍ କିମ୍ବା ଆର୍ଶଦୀପ ସିଂ ସୁଯୋଗ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି। କାରଣ ଏହି ସିରିଜର ତିନୋଟି ମ୍ୟାଚ୍‌ରେ ଆବେଶ ଖାନ ଗୋଟିଏ ୱିକେଟ୍ ନେଇନାହାଁନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି।

ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ‘ଆଭେଶ ଖାନଙ୍କୁ ଏପର୍ଯ୍ୟନ୍ତ ସିରିଜରେ ଗୋଟିଏ ୱିକେଟ୍ ମିଳିନାହିଁ, ତେଣୁ ଏଠାରେ ପରିବର୍ତ୍ତନ କରାଯାଇପାରେ। ତାଙ୍କ ସ୍ଥାନରେ ଉମ୍ରାନ୍ କିମ୍ବା ଆର୍ଶଦୀପଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ। ଉଲ୍ଲେଖଥାଉ କି, ଟିମ୍ ଇଣ୍ଡିଆ ଯଦିଓ ଏହି ପରିବର୍ତ୍ତନ ନକରେ, ତେବେ କୌଣସି ଅସୁବିଧା ନାହିଁ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି -୨୦ ସିରିଜର ଆଭେଶ ଖାନ ଏକମାତ୍ର ବୋଲର ଯିଏକି କୌଣସି ୱିକେଟ୍ ପାଇନାହାଁନ୍ତି। ସେ ୩ ଟି ମ୍ୟାଚରେ ୧୧ ଓଭର ବୋଲିଂ କରି ୭.୯୦ ହାରରେ ୮୭ ରନ୍ ଦେଇଛନ୍ତି। ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଭୂବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଆବେଶ ଖାନଙ୍କ ତୁଳନାରେ ୬-୬ ୱିକେଟ୍ ନେଇଛନ୍ତି। ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ୪ ଟି ୱିକେଟ୍ ଏବଂ ଅକ୍ସର ପଟେଲଙ୍କୁ ୨ ଟି ୱିକେଟ୍ ମିଳିଛି।

ଯଦି କୌଣସି ବୋଲରଙ୍କୁ ଆଇପିଏଲ୍ ୨୦୨୨ରେ ଅଧିକ ଆଲୋଚନା କରାଯାଇଛି, ତେବେ ଶେ ହେଉଛନ୍ତି ଉମ୍ରାନ୍ ମଲିକ୍। ତାଙ୍କର ଗତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ଲଗାତାର ୧୫୦ କିଲୋମିଟର ବେଗରେ ବୋଲିଂ କରିବାରେ ସକ୍ଷମ ଅଟନ୍ତି। ଏହା ସହିତ ସେ ମଧ୍ୟମ ଓଭରରେ ୱିକେଟ୍ ନେବାରେ ମଧ୍ୟ ବହୁତ ସଫଳ ହୋଇଛନ୍ତି। ସେ ଆଇପିଏଲ୍ ୨୦୨୨ ରେ ଚତୁର୍ଥ ସର୍ବାଧିକ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ, ଆଇପିଏଲର ଏହି ସମଗ୍ର ସିଜନରେ ଆର୍ଶଦୀପ ଡେଥ୍ ଓଭରରେ ଚମତ୍କାର ବୋଲିଂ କରିଥିଲେ। ଡେଥ୍ ଓଭରରେ ତାଙ୍କ ବଲରେ ରନ୍ ସ୍କୋର କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ବର୍ତ୍ତମାନ ଏହି ଦୁଇ ବୋଲର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁକୁ ଅପେକ୍ଷା କରିଛନ୍ତି।

Related posts