Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

June 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯ ତାରିଖ ସନ୍ଧ୍ୟା ୫ଟା ବେଳେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ। ଏହି ଅବସରରେ ଆୟୋଜିତ ସଭାରେ ସେ ଉଦବୋଧନ ଦେବେ।

ଆନ୍ତର୍ଜାତିକ ଚେସ ସଙ୍ଘ, ଫିଡେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଲିମ୍ପିକ ପରମ୍ପରାର ଅଂଶ ଭାବେ ଚେସ ଅଲିମ୍ପିଆଡ ମଶାଲ ଦୌଡ ଆରମ୍ଭ କରିଛନ୍ତି। ପ୍ରଥମ ଦେଶ ଭାବରେ ଭାରତ ଚେସ ଅଲିମ୍ପିଆଡ ମଶାଲ ଦୌଡ ଆୟୋଜନ କରୁଛି। ଉଲ୍ଲେଖଯୋଗ୍ୟ, ଭାରତର ଚେସ ପରମ୍ପରାକୁ ଆଗେଇ ନେବା ପାଇଁ ଚେସ ଅଲିମ୍ପିଆଡ ମଶାଲ ଦୌଡ ସଦାବେଳେ ଭାରତରୁ ହିଁ ଆରମ୍ଭ ହେବ ଓ ବିଭିନ୍ନ ମହାଦେଶ ଭ୍ରମଣ କରି ଆୟୋଜକ ଦେଶରେ ପହଞ୍ଚିବ।

ଫିଡେ ସଭାପତି ଆରକଡି ଦ୍ରୋକୋଭିଚ ପ୍ରଧାନମନ୍ତ୍ରୀଙ୍କୁ ମଶାଲ ହସ୍ତାନ୍ତର କଲାପରେ ସେ ଏହି ମଶାଲ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିବେ। ଚେନ୍ନାଇ ନିକଟସ୍ଥ ମହାବଳୀପୁରମ ଠାରେ ଏହି ଦୌଡର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ଏହି ମଶାଲ ୪୦ ଦିନରେ ୭୫ ସହର ଅତିକ୍ରମ କରିବ। ପ୍ରତ୍ୟେକ ସ୍ଥାନରେ ସେହି ରାଜ୍ୟର ଚେସ ଗ୍ରାଣ୍ଡମାଷ୍ଟର ମଶାଲକୁ ସ୍ୱାଗତ କରିବେ।

୪୪ତମ ଚେସ ଅଲିମ୍ପିଆଡ ଜୁଲାଇ ୨୮ରୁ ଅଗଷ୍ଟ ୧୦, ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇ ଠାରେ ଆୟୋଜିତ ହେବ। ୧୯୨୭ରୁ ଆୟୋଜିତ ହେଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଓ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି। ୧୮୯ ଦେଶର ଭାଗିଦାରୀ ସହ ଏହା ସବୁଠାରୁ ବଡ ଚେସ ଅଲିମ୍ପିଆଡ ହେବାକୁ ଯାଉଛି।

ଜୁନ ୧୯ ତାରିଖ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026
Latest News

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.