Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପନ୍ତ ନା କାର୍ତ୍ତିକ, କାହାକୁ ମିଳିବ ଟି-୨୦ ବିଶ୍ୱକପ ଟିକେଟ? ପ୍ଳେଇଂ ଏକାଦଶ ବାଛିଲେ ଇରଫାନ୍ ପଠାନ୍
ଆଜିର ଖବର

ପନ୍ତ ନା କାର୍ତ୍ତିକ, କାହାକୁ ମିଳିବ ଟି-୨୦ ବିଶ୍ୱକପ ଟିକେଟ? ପ୍ଳେଇଂ ଏକାଦଶ ବାଛିଲେ ଇରଫାନ୍ ପଠାନ୍

June 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
dinesh karttik risabh pant
dinesh karttik risabh pant

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ମଧ୍ୟରୁ କିଏ ହେବ ବିଶ୍ଵକପ ଦଳରେ ସାମିଲ? ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଟି-୨୦ ବିଶ୍ୱକପ ପାଇଁ ଭାରତର ଖେଳାଳି ଏକାଦଶ ଚୟନ କରିଛନ୍ତି।

ଋଷଭ ପନ୍ତଙ୍କୁ ୨୦୨୨ ଟି-୨୦ ବିଶ୍ୱକପ ପାଇଁ ଭାରତର ଏକାଦଶ ଖେଳାଳିରେ ଅନ୍ତର୍ଭୁକ୍ତ କରିନାହାଁନ୍ତି ପୂର୍ବତନ ଅଲରାଉଣ୍ଡର। ଲଗାତାର ରନ୍ ସ୍କୋର କରିବାକୁ ପନ୍ତ ସଂଘର୍ଷ କରୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ମଧ୍ୟ ସେ ମାତ୍ର ୫୮ ରନ୍ ସ୍କୋର କରିପାରିଛନ୍ତି। ଏହାପୂର୍ବରୁ ପନ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ମାତ୍ର ୩୩ ରନ୍ ସଂଗ୍ରହ କରିଥିଲେ। ପନ୍ତ ଏପର୍ଯ୍ୟନ୍ତ ଟି-୨୦ ଇଣ୍ଟରନ୍ୟାସନାଲରେ ଚମତ୍କାର କରିବାକୁ ସକ୍ଷମ ହୋଇନାହାଁନ୍ତି।

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଇରଫାନ ପଠାନ ଟିମ ଇଣ୍ଡିଆର ଖେଳାଳି ଏକାଦଶରେ ୩୭ ବର୍ଷିୟ ଦୀନେଶ କାର୍ତ୍ତିକଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଦକ୍ଷିଣ ଆଫ୍ରିକା ସିରିଜରୁ ତିନି ବର୍ଷ ପରେ କାର୍ତ୍ତିକ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। କାର୍ତ୍ତିକ ଫେରିବା ପରେ ଟି-୨୦ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଇରଫାନ୍ ପଠାନ୍ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମାଙ୍କୁ ଓପନର୍ ଭାବରେ ଚୟନ କରିଛନ୍ତି। ଏଥି ସହିତ ବିରାଟ କୋହଲି ତିନି ନମ୍ବରରେ ଏବଂ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ବୋଲିଂରେ ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ଏବଂ ଜସପ୍ରୀତ ବୁମ୍ରା ଅଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଇରଫାନ୍ ପଠାନ୍ ଶ୍ରେୟସ୍ ଆୟର, ଋଷଭ ପନ୍ତ, ମହମ୍ମଦ ଶାମି, କୁଲଦୀପ ଯାଦବ, ଭେଙ୍କଟେଶ ଆୟର ଏବଂ ଇଶାନ କିଶନଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ବିଶ୍ୱକପ ଦଳରେ ସାମିଲ କରିନାହାଁନ୍ତି।

୨୦୨୨ ଟି-୨୦ ବିଶ୍ୱକପ ପାଇଁ ଇରଫାନ ପଠାନଙ୍କ ଖେଳାଳି ଏକାଦଶ: କେ.ଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ଏବଂ ଜସପ୍ରୀତ ବୁମ୍ରା।

ଅଷ୍ଟ୍ରେଲିଆ ଋଷଭ ପନ୍ତ ଟି-20 ବିଶ୍ୱକପ ଦୀନେଶ କାର୍ତ୍ତିକ
Share. Facebook Twitter LinkedIn Email WhatsApp Copy Link

Related Posts

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.