Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣଜୀ ଟ୍ରଫି ଫାଇନାଲ: ମୁମ୍ବାଇ ଅଲ ଆଉଟ, ଇତିହାସ ରଚିବା ପାଇଁ ମଧ୍ୟପ୍ରଦେଶକୁ ୧୦୮ ରନ୍ ଟାର୍ଗେଟ୍
ଆଜିର ଖବର

ରଣଜୀ ଟ୍ରଫି ଫାଇନାଲ: ମୁମ୍ବାଇ ଅଲ ଆଉଟ, ଇତିହାସ ରଚିବା ପାଇଁ ମଧ୍ୟପ୍ରଦେଶକୁ ୧୦୮ ରନ୍ ଟାର୍ଗେଟ୍

June 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୨ ରଣଜୀ ଟ୍ରଫିର ଅନ୍ତିମ ମ୍ୟାଚରେ ମଧ୍ୟପ୍ରଦେଶ ଦଳ ଇତିହାସ ସୃଷ୍ଟି କରିବାର ଦ୍ୱାରସ୍ଥ ହୋଇଛି। ବାସ୍ତବରେ, ପ୍ରଥମ ଇନିଂସରେ ୧୬୨ ରନ୍ ପଛରେ ପଡ଼ିଯିବା ପରେ ମୁମ୍ବାଇର ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୬୯ ରନ୍ ସ୍କୋର କରିପାରିଛି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶକୁ ଟାଇଟଲ ଜିତିବା ପାଇଁ ମାତ୍ର ୧୦୮ ରନ୍ ସ୍କୋର ଆବଶ୍ୟକ ପଡୁଛି।

ମୁମ୍ବାଇର ସମସ୍ତ ୱିକେଟ ଆଉଟ ହେବା ମାତ୍ରେ ମଧ୍ୟାହ୍ନ ଭୋଜନ ଘୋଷଣା କରାଯାଇଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟପ୍ରଦେଶ ପାଇଁ କୁମାର କାର୍ତ୍ତିକେୟ ସର୍ବାଧିକ ଚାରିଟି ୱିକେଟ୍ ନେଇଥିଲେ। ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିବା ପାଇଁ ମଧ୍ୟପ୍ରଦେଶକୁ ମାତ୍ର ୧୦୮ ରନ୍ ସ୍କୋର କରିବାକୁ ପଡିବ।

ପଞ୍ଚମ ଦିନର ପ୍ରଥମ ସେଶନରେ ମୁମ୍ବାଇ ଆଠଟି ୱିକେଟ୍ ହରାଇଥିଲା। ଚତୁର୍ଥ ଦିନରେ ଭଲ ବ୍ୟାଟିଂ କରୁଥିବା ଅରମାନ ଜାଫର ଶେଷ ଦିନରେ ତାଙ୍କ ସ୍କୋରକୁ ଅଧିକ ବଢାଇଇ ପାରିନଥିଲେ। ସେ ୪୦ ବଲରେ ୩୭ ରନ୍ ସଂଗ୍ରହ କରିଥିଲେ। ଏହା ପରେ, ଉତ୍କୃଷ୍ଟ ଫର୍ମରେ ଥିବା ସରଫରାଜ ଦୃଢ ବ୍ୟାଟିଂ କରିଥିଲେ।

ତିନିଟି ଚୌକା ଓ ଗୋଟିଏ ଛକା ସହାୟତାରେ ସରଫରାଜ ୪୫ ରନର ଏକ ଇନିଂସ ଖେଳିଥିଲେ। ତେବେ ତାଙ୍କୁ ଆଉଟ କରାଯିବା ମାତ୍ରେ ମୁମ୍ବାଇର ଇନିଂସ ତାସ ପତି ପରି ଖସି ଯାଇଥିଲା। ଏହି ସମୟରେ ୟଶସ୍ଵୀ ଜୈସୱାଲ ୦୧, ଶାମ୍ସ ମୁଲାନି ୧୭, ତନୁଶ କୋଟିଆନ ୧୧ ଏବଂ ତୁଷାର ଦେଶପାଣ୍ଡେ ୦୭ ରନ କରି ଆଉଟ ହୋଇଥିଲେ। ତେବେ ସୁଭେଦ ପାର୍କର ୫୧ ରନ୍ ସଂଗ୍ରହ କରିଥିଲେ।

ଦ୍ୱିତୀୟ ଇନିଂସରେ କୁମାର କାର୍ତ୍ତିକେୟ ମଧ୍ୟପ୍ରଦେଶ ପାଇଁ ୯୮ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ। ଏଥିସହିତ ଗୌରବ ଯାଦବ ଏବଂ ପାର୍ଥ ସାହନି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଇତିହାସ ସୃଷ୍ଟି କରିବାକୁ ମଧ୍ୟପ୍ରଦେଶକୁ ବର୍ତ୍ତମାନ ୧୦୮ ରନ୍ ସ୍କୋର କରିବାକୁ ପଡିବ।

ବେଙ୍ଗାଲୁରୁ ମଧ୍ୟପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026
Latest News

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026

ବିଏମସିର ମେୟର ହେବେ ବିଜେପିର ଋତୁ ତାୱଡେ, ଶିବସେନାର ସଞ୍ଜୟ ଶଙ୍କର ଡେପୁଟି ମେୟର

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.