ପ୍ରଥମ ଟି-୨୦ ରେ ଖେଳିବେନି କୋହଲି, ପନ୍ତ ଏବଂ ବୁମ୍ରା, ଜାଣନ୍ତୁ କାରଣ

Published: Jun 30, 2022, 2:05 pm IST

ନୂଆଦିଲ୍ଲୀ: ବର୍ମିଂହାମର ଏଜବଷ୍ଟନ୍ ଠାରେ ଇଂଲଣ୍ଡ-ଭାରତ ମଧ୍ୟରେ ପଞ୍ଚମ ପୁନଃ ନିର୍ଦ୍ଧାରିତ ଟେଷ୍ଟ ଖେଳାଯିବା। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଏବଂ ତା’ପରେ ଦିନିକିଆ ସିରିଜ୍ ଖେଳାଯିବ। ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୭ ତାରିଖରେ ଖେଳାଯିବ। ବିରାଟ କୋହଲି, ଋଷଭ ପନ୍ତ ଏବଂ ଜସପ୍ରୀତ ବୁମ୍ରା ପ୍ରଥମ ଟି-୨୦ ରେ ଖେଳିବେ ନାହିଁ। ଆସନ୍ତୁ ଜାଣିବା ଏହାର କାରଣ…..

ବାସ୍ତବରେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ପୁନଃ ନିର୍ଦ୍ଧାରିତ ଟେଷ୍ଟ ଜୁଲାଇ ୦୧ ତାରିଖରୁ ଜୁଲାଇ ୦୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ମ୍ୟାଚ୍ ଶେଷ ହେବାର ମାତ୍ର ଦୁଇ ଦିନ ପରେ ଜୁଲାଇ ୭ ତାରିଖ ରେ ପ୍ରଥମ ଟି-୨୦ ଖେଳାଯିବ। ଏପରି ପରିସ୍ଥିତିରେ ଖେଳାଳିଙ୍କ କାର୍ଯ୍ୟଭାର ଏବଂ ଥକ୍କାପଣକୁ ବିଚାର କରି କୋହଲି, ପନ୍ତ ଏବଂ ବୁମରା ପ୍ରଥମ ଟି-୨୦ ରୁ ବିଶ୍ରାମ ନେଇପାରନ୍ତି।

ଯଦି କୋହଲି, ପନ୍ତ ଏବଂ ବୁମ୍ରା ଖେଳିବେ ନାହିଁ, ତେବେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ କିପରି ଇଂଲଣ୍ଡକୁ ପରାସ୍ତ କରିବ? ଉତ୍ତର ହେଉଛି ଇଂଲଣ୍ଡ ବିପକ୍ଷ ଟି-୨୦ ରେ ସମାନ ଦଳ ଖେଳିପାରନ୍ତି, ଯେଉଁ ଦଳ ଟି-୨୦ ସିରିଜରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଏହା ପରେ, ଦ୍ୱିତୀୟ ଟି-୨୦ ରୁ, ଏହି ଖେଳାଳୀମାନେ ପଡିଆରେ ଦେଖାଯିବେ।

Related posts