ଋଷଭ ପନ୍ତଙ୍କ ଦମଦାର ଶତକ: ସୋସିଆଲ ମିଡିଆରେ ଏହିପରି ପ୍ରତିକ୍ରିୟା ରଖିଲେ ପ୍ରଶଂସକ

Published: Jul 2, 2022, 8:27 am IST

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ୧୧୧ ବଲରେ ୧୪୬ ରନ୍ ସ୍କୋର କରିଛନ୍ତି। ଋଷଭ ପନ୍ତ ତାଙ୍କ ଇନିଂସ ସମୟରେ ୨୦ ଟି ଚୌକା ଓ ୪ ଟି ଛକା ମାରିଛନ୍ତି।

ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୫ ୱିକେଟ୍ ହରାଇ୯୭ ରନ୍ ପାଇଁ ସଂଘର୍ଷ କରୁଥିଲା। କିନ୍ତୁ ଦଳକୁ ଋଷଭ ପନ୍ତ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ଷଷ୍ଠ ୱିକେଟ୍ ପାଇଁ ଦୁଇ ଖେଳାଳିଙ୍କ ମଧ୍ୟରେ ୨୦୦ ରୁ ଅଧିକ ରନ୍ ଭାଗିଦାରୀ ହୋଇଥିଲା। ୧୧୧ ବଲରୁ ୧୪୬ ରନ୍‌ର ଚମତ୍କାର ଇନିଂସ ଖେଳିବା ପରେ ଜୋ ରୁଟ୍‌ଙ୍କ ବଲରେ ଋଷଭ ପନ୍ତ ଆଉଟ ହୋଇଥିଲେ। ଏଥି ସହିତ ଏହି ମ୍ୟାଚରେ ଚମତ୍କାର ଇନିଂସ ଖେଳିଥିବା ଋଷଭ ପନ୍ତଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

ଭାରତୀୟ ଦଳ ଖରାପ ଆରମ୍ଭ ପରେ ଏକ ଭଲ ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଦିନ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୩୨୩ ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୮୩ ଏବଂ ମହମ୍ମଦ ଶାମି କୌଣସି ରନ୍ ସ୍କୋର ନକରି କ୍ରିଜରେ ଅଛନ୍ତି। ଇଂଲଣ୍ଡ ପାଇଁ ଜେମ୍ସ ଆଣ୍ଡରସନ ସବୁଠାରୁ ସଫଳ ବୋଲର ଥିଲେ। ଜେମ୍ସ ଆଣ୍ଡରସନ୍ ଏପର୍ଯ୍ୟନ୍ତ ୧୯ ଓଭରରେ ୫୨ ରନ୍ ଦେଇ ୩ ଭାରତୀୟ ଖେଳାଳିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଛନ୍ତି।

Related posts