
ଭୁବନେଶ୍ୱର: ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୪ ଜଣିଆ ଟିମ୍ ସୋମବାର ରାଜସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି। ରାଜସ୍ଥାନର ପାଚେରୀ ବାରିରେ ଉଭୟ ପୁରୁଷ ଓ ମହିଳା
ବର୍ଗରେ ଆସନ୍ତା ଗୁରୁବାର ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ।
ଟିମ୍ରେ ୧୨ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଖେଳାଳି ଥିବା ବେଳେ ସେମାନଙ୍କ ସହିତ କୋଚ୍ ସୁନୀତା ବର୍ମା ଏବଂ ମ୍ୟାନେଜର ବରେଶ ମିଶ୍ର ରାଜସ୍ଥାନ ଯାଇଛନ୍ତି।
ରାଜସ୍ଥାନର ଝୁନ୍ଝୁନ୍ ଜିଲ୍ଲାର ପାଚେରୀ ବାରି ସ୍ଥିତ ସିଂଘାଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି।