Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ ସ୍ଥିତି
ଅନ୍ତରାଷ୍ଟ୍ରୀୟ

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ ସ୍ଥିତି

July 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ସାଉଥମ୍ପଟନ୍‌ର ଦ ରୋଜ୍ ବାଉଲରେ ରାତି ୧୦.୩୦ ରେ ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଟି-୨୦ ସିରିଜରେ ଅଧିନାୟକ ନଜର ଆସିବେ। ଆସନ୍ତୁ ଜାଣିବା ପିଚ୍ ର ମନୋବଳ କିପରି ରହିବ ଏବଂ ମ୍ୟାଚ୍ ସମୟରେ ପାଗ କିପରି ହେବ…

ପିଚ୍ ରିପୋର୍ଟ:

ସାଉଥମ୍ପଟନ୍‌ର ଦ ରୋଜ୍ ବାଉଲ୍‌ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୯ ଟି-୨୦ ମ୍ୟାଚ୍ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫ ଟି ମ୍ୟାଚ୍ ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୪ ଟି ମ୍ୟାଚ୍ ଜିତିଛି। ଏହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୬୮ ଏବଂ ଦ୍ୱିତୀୟ ଇନିଂସ ୧୪୩ ରନ୍ ଅଟେ। ଏଠାରେ ଥିବା ପିଚ୍ ବ୍ୟାଟିଂ ପାଇଁ ଉପଯୁକ୍ତ ଅଟେ। ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏଭଳି ପରିସ୍ଥିତିରେ ଏକ ବଡ଼ ସ୍କୋର କରି ବିରୋଧୀ ଦଳ ଉପରେ ଚାପ ସୃଷ୍ଟି କରିପାରନ୍ତି।

ପାଣିପାଗ ସ୍ଥିତି:

ଆଜି ସାଉଥମ୍ପଟନରେ ବର୍ଷା ହେବାର କମ୍ ସମ୍ଭାବନା ଅଛି। ପାଣିପାଗ ୱେବସାଇଟ୍ ଆକ୍ୟୁୱେଦରର ରିପୋର୍ଟ ଅନୁଯାୟୀ, ଜୁଲାଇ ୭ ତାରିଖରେ ଏହା ୪୬ ପ୍ରତିଶତ ମେଘୁଆ ରହିବ। ୩୯ କିଲୋମିଟର ବେଗରେ ପବନ ବହିବ। ସର୍ବାଧିକ ତାପମାତ୍ରା ୨୪° ସେଲସିୟସ ଏବଂ ସର୍ବନିମ୍ନ ୧୨° ସେଲସିୟସ ରହିବ। ଏଥି ସହିତ ସନ୍ଧ୍ୟାରେ ହାଲୁକା ମେଘ ରହିବ।

ଭାରତ: ରୋହିତ ଶର୍ମା (ଅଧିନାୟକ), ରାହୁଲ ତ୍ରିପାଠୀ, ରିତୁରାଜ ଗାଇକ୍ଵାଡ, ସୂର୍ଯ୍ୟକୁମାର ଯାଦବ, ଅକ୍ସର ପଟେଲ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଦୀନେଶ କାର୍ତ୍ତିକ, ଇଶାନ କିଶନ, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ଆବେଶ ଖାନ, ଭୁବନେଶ୍ୱର କୁମାର, ହରଶାଳ ପଟେଲ, ରବି ବିଷ୍ନୋଇ, ଉମ୍ରାନ ମଲିକ, ୟୁଜବେନ୍ଦ୍ର ଚହଲ।

ଇଂଲଣ୍ଡ: ଜୋସ୍ ବଟଲର୍ (ଅଧିନାୟକ), ଡେଭିଡ୍ ମାଲାନ୍, ହ୍ୟାରି ବ୍ରୁକ୍, ଜେସନ୍ ରୟ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, ସାମ୍ କୁରାନ୍, ଫିଲ୍ ସଲ୍ଟ, କ୍ରିସ୍ ଜୋର୍ଡାନ, ଡେଭିଡ ୱିଲି, ମ୍ୟାଟ ପାର୍କିନ୍ସନ୍, ରିସ୍ ଟୋପଲେ, ରିଚାର୍ଡ ଗ୍ଲିସନ୍, ତୟମଲ୍ ମିଲ୍ସ।

ଟି-୨୦ ପାଣିପାଗ ସ୍ଥିତି ପିଚ୍ ରିପୋର୍ଟ ଭାରତ-ଇଂଲଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.